author

ଆୟୁର୍ବେଦିକ ପାର୍ଲରରେ ସେକ୍ସ ରାକେଟ୍, ଖସି ଆସିଲେ ଯୁବତୀ

ଆୟୁର୍ବେଦିକ ପାର୍ଲରରେ ସେକ୍ସ ରାକେଟ୍, ଖସି ଆସିଲେ ଯୁବତୀ | ହୋଟେଲରେ କାମ ଦେବାକୁ କହି ଜଣେ ଯୁବତୀଙ୍କୁ ସେକ୍ସ ରାକେଟରେ ଲଗାଇଥିଲେ । ଅନୈତିକ କାର୍ଯ୍ୟ ନକରିବାରୁ ମାଡମାରି ମୋବାଇଲ ଓ ଡ୍ରେସ୍ ଛଡ଼ାଇ ନେଇଥିଲେ ଆୟୁର୍ବେଦିକ ପାର୍ଲର ମାଲିକ। ନିର୍ଯାତନା ସହିନପାରି ମସାଜ ପାର୍ଲରରୁ ଖସି ଆସିଲେ ଯୁବତୀ । ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ବୁଦ୍ଧପାର୍କ ଅଞ୍ଚଳରେ ଘଟିଛି। ପାର୍ଲରରେ ସେକ୍ସ ରାକେଟ୍ ଚାଲିଥିବା ସେ ଥାନାରେ ଅଭିଯୋଗ କରିବା […]

ଟ୍ରମ୍ପଙ୍କ ଟାରିଫ୍‌ ବୋମା: ଭାରତ ଉପରେ ୧୦ ପ୍ରତିଶତ ଟିକସ ଲଗାଇଲେ ଟାରିଫ୍‌

ମଧ୍ୟ ପୂର୍ବର ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ପୁଣି ଥରେ ଭାରତ ଉପରେ ଟାରିଫ୍ ବୋମା ପକାଇଲା ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୧୭ଟି ଦେଶ ଉପରେ ଅତିରିକ୍ତ ଟିକସ ଲଗାଇ ଏକ ବଡ଼ ଝଟକା ଦେଇଛନ୍ତି। ଆମେରିକା ଏବେ ଏହି ୧୭ଟି ଦେଶରୁ ଆସୁଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟିକସ ଲଗାଇବ, ଯାହା ୨୪ ଜୁଲାଇ ମଧ୍ୟାହ୍ନ ୧୨ଟାରୁ ଲାଗୁ […]

ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଜାରି ! ଏହା ଦେଖି ରାଗିଗଲେ କଂଗ୍ରେସ ଅଧ୍ୟକ୍ଷ

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଏକ ଭିଡିଓ ଜାରି କରି ସରକାରଙ୍କ ପ୍ରୟାସ ଏବଂ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ପ୍ରଶ୍ନପତ୍ର ଲିକ୍‌ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ଏହା ସହିତ ସେ ଫାଷ୍ଟ ଟ୍ରାକ କୋର୍ଟ ଗଠନ ପାଇଁ ଅଧିକାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏସବୁ ବିଷୟକୁ ନେଇ ରାହୁଲ ଗାନ୍ଧୀଙ୍କ ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ […]

ଟିଭି କଳାକାରଙ୍କ ପାର୍ଟିରେ ଜମୁଛି ଡ୍ରଗ୍ସର ଆସର, ନାରାୟଣୀ ଶାସ୍ତ୍ରୀଙ୍କ ବଡ଼ ଖୁଲାସା

ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀଙ୍କ ଏକ ସାକ୍ଷାତକାର ଏବେ ବେଶ୍ ଚର୍ଚ୍ଚାରେ । ସେ ଟିଭି ଇଣ୍ଡଷ୍ଟ୍ରିର ପାର୍ଟି ସଂସ୍କୃତିକୁ ନେଇ କିଛି ଚମକପ୍ରଦ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ, ଅନେକ ପାର୍ଟିରେ ଅବୈଧ ନିଶାଦ୍ରବ୍ୟ ବ୍ୟବହାର ହେଉଥିବା ସେ ନିଜ ଆଖିରେ ଦେଖିଛନ୍ତି । ସିଦ୍ଧାର୍ଥ କନ୍ନଙ୍କୁ ସାକ୍ଷାତକାର ଦେବା ବେଳେ ସେ ଏହି ଖୁଲାସା କରିଛନ୍ତି। ନାରାୟଣୀ କହିଛନ୍ତି ଯେ, ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରିର ପାର୍ଟିରେ ମଦର ଆସର […]

ଆଜି ବାହୁଡ଼ା ଯାତ୍ରା । ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର

ସରିଲା ମହାପ୍ରଭୁଙ୍କ ଜନ୍ମ ବେଦି ଲୀଳା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କାଳିଆ ସାଆନ୍ତ। ଏହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ‘ହରିବୋଲ’, ‘ଜୟ ଜଗନ୍ନାଥ’ ଧ୍ୱନି ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ । ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ରଥ ଉପରେ ବିରାଜମାନ କାଳିଆ ସାଆନ୍ତଙ୍କ ଅପରୂପ ବେଶ ଭକ୍ତମାନଙ୍କ ମନକୁ […]

ଓଡ଼ିଶା ପୁଲିସ ମୁଖ୍ୟ ୱାଇ ବି ଖୁରାନିଆଙ୍କ ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର

ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର । ରାଜ୍ୟ ସରକାର ତାଙ୍କୁ ଅବସର ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ପୂରଣ କରି ସରକାରୀ ଚାକିରିରୁ ଅବସର ନେବାର ଥିଲା । ପୁଲିସ ଡିଜି ଭାବେ ୨ବର୍ଷ କାର୍ଯ୍ୟକାଳ ପୂରଣର ପ୍ରାବଧାନ ପାଇଁ ତାଙ୍କ କାର୍ଯ୍ୟକାଳ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ ରାଜ୍ୟ […]

ଆଜିର ରାଶିଫଳ(୨୪ ଜୁଲାଇ, ୨୦୨୬)

ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି […]

ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକା ପ୍ରକାଶିତ

tue୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍ ଅନୁରୋଧ ମାଧ୍ୟମରେ ନାମ ଲେଖଛନ୍ତି । ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ ୩୨,୭୮୨ ଜଣ ନାମ ଲେଖାଇଛନ୍ତି, ଏହାପରେ ବିଜ୍ଞାନରେ ୧୧,୨୯୭ ଜଣ, ବାଣିଜ୍ୟରେ ୨,୦୮୩ ଜଣ, ଧନ୍ଦାମୂଳକରେ […]

ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ମହାନଦୀ ଜଳ ବିବାଦ ମାମଲାରେ ମହାନଦୀ ଜଳ ଆବଣ୍ଟନର ସମାଧାନ ପାଇଁ ସେଣ୍ଟ୍ରାଲ ୱାଟର କମିଶନ ଏବଂ ଭାରତ ସରକାରଙ୍କ ଜଳ ଶକ୍ତି ବିଭାଗକୁ ମଧ୍ୟସ୍ଥତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଏକ ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ରାଜ୍ୟ ଏହି କମିଟିର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରି ଟ୍ରିବ୍ୟୁନାଲରେ ଦାଖଲ କରିବେ ବୋଲି ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।୨୦୨୫ ଜୁଲାଇ ୨୫ […]

ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳ ଉଡ଼ାଣ ପରୀକ୍ଷା; ଉଚ୍ଚ ବେଗର ଆକାଶମାର୍ଗୀୟ ଲକ୍ଷ୍ୟକୁ ଭେଦ କଲା ସ୍ୱଦେଶୀ ‘କୁଶା’

ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଲଙ୍ଗରେଞ୍ଜ କୁଶ ମିସାଇଲର ସଫଳ ପରୀକ୍ଷଣ । ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ DRDO ପକ୍ଷରୁ ଲଂଗରେଂଜ ଏୟାର ଡିଫେନ୍ସ ମିସାଇଲ ‘କୁଶ’ର ପ୍ରଥମ ଉଡ଼ାଣ ସଫଳତାର ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣରେ ମିସାଇଲଟି ଏକ ଦ୍ରୁତଗାମୀ ଏବଂ ବହୁ ଉଚ୍ଚତାରେ ଥିବା ଟାର୍ଗେଟକୁ ସଠିକ୍ ଭାବେ ଧ୍ୱଂସ କରିଛି।ଡିଆରଡିଓ ସୂଚନା ଅନୁସାରେ, ‘କୁଶା’ କ୍ଷେପଣାସ୍ତ୍ର ପ୍ରଣାଳୀ ଯୁଦ୍ଧ ବିମାନ, ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର, ମାନବବିହୀନ ବିମାନ (UAV) ଏବଂ ବଡ଼ […]

ଏହି କାରଣ ପାଇଁ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନାବୁଦ୍ଦିନ

ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଦୁଇ ବର୍ଷ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ଶାସକ ବିଏନପି ସରକାର ତାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି। ଦପତ୍ର ‘ପ୍ରଥମ ଆଲୋ’ ଅନୁଯାୟୀ, ରାଷ୍ଟ୍ରପତି ଶାହାବୁଦ୍ଦିନ୍‌ ନିକଟରେ ଭାରତରେ ଆଶ୍ରୟ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ପୁନର୍ବାର ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିଥିବାରୁ ସରକାର ଅସନ୍ତୁଷ୍ଟ ଅଛନ୍ତି। ‘ଦି ଡେଲି […]

ଉଡ଼ାଣ ମଝିରେ ଅସୁସ୍ଥ ହେଲେ ୩ ପାଇଲଟ୍‌, ହାଇଦ୍ରାବାଦରୁ ଲଣ୍ଡନ ଯାଉଥିଲା ବିମାନ

ହାଇଦ୍ରାବାଦରୁ ଲଣ୍ଡନ ହିଥ୍ରୋ ଯାଉଥିବା ବ୍ରିଟିଶ ଏୟାରୱେଜର ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ବିମାନ ଉଡ଼ାଣ ସମୟରେ ୩ ଜଣ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।ପାଇଲଟମାନେ ସୁରକ୍ଷିତ ଭାବେ ବିମାନକୁ ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ଅବତରଣ କରାଇଥିଲେ । ପାଇଲଟମାନେ ଲଣ୍ଡନକୁ ବିମାନ ଉଡ଼ାଣ ପୂର୍ବରୁ ପୂର୍ବଦିନ ରାତିରେ ହାଇଦ୍ରାବାଦରେ ଏକ ହୋଟେଲରେ ରହିଥିଲେ। ହୋଟେଲରେ ରହିବା ପରେ ସେମାନଙ୍କଠାରେ ଖାଦ୍ୟ ବିଷାକ୍ତ ଲକ୍ଷଣ ଦେଖାଯାଇଥିବା ଅନୁମାନ କରି ବ୍ରିଟିଶ ଏୟାରୱେଜ୍ […]