author

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବଡ଼ ସଫଳତା। ମହାପ୍ରଭୁଙ୍କର ପାଞ୍ଚଟି ଟ୍ରେଡ୍ ମାର୍କକୁ ଅନୁମୋଦନ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବଡ଼ ସଫଳତା ମିଳିଛି। ମହାପ୍ରଭୁଙ୍କ ସହ ଜଡ଼ିତ ଆଉ ପାଞ୍ଚଟି ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶ ପାଇବ । ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଥିବା ନେଇ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ,ନୀଳଚକ୍ର, କୋଇଲି ବୈକୁଣ୍ଠର ଅନଧିକୃତ ବ୍ୟବହାର ଓ […]

CMOରୁ ଫାଇଲ ଚୋରି ଘଟଣା; ଅବସରପ୍ରାପ୍ତ IAS ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍

ସିଏମଓ ଫାଇଲ ଚୋରି ମାମଲାରେ ବଡ ତନାଘନା ଆରମ୍ଭ ହୋଇଛି । ଆଜି (ଗୁରୁବାର) ଏହି ମାମଲାରେ ପୁଣି କମିଶନରେଟ୍ ପୋଲିସ ନୋଟିସ୍ ଜାରି କରିଛି । ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉପେନ୍ଦ୍ର ନାଥ ବେହେରାଙ୍କୁ କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ୍‌ କରାଯାଇଛି । ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଜୋନ୍‌-୧ ଏସିପିଙ୍କ ନିକଟରେରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ଭିକେ ପାଣ୍ଡିଆନଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିଲା […]

ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଜାମିନ ବାତିଲ୍; ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ

ମେଘାଳୟର ବହୁଚର୍ଚ୍ଚିତ ହନିମୁନ୍ ମର୍ଡର ମାମଲାରେ ପ୍ରମୁଖ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ମିଳିଥିବା ଜାମିନକୁ ବାତିଲ୍ କରିବା ସହ ଆସନ୍ତା ତିନି ସପ୍ତାହ ମଧ୍ୟରେ ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।ଜଷ୍ଟିସ୍ ଏମ୍. ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ପି. ବି. ବାରାଲେଙ୍କ ଖଣ୍ଡପୀଠ ମେଘାଳୟ ସରକାରଙ୍କ ଆବେଦନକୁ ଗ୍ରହଣ କରି କହିଛନ୍ତି, ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ସୋନମଙ୍କ ଜାମିନରେ ରହିବା […]

ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି କଲେ ରାଜ୍ୟ ସରକାର

ସହରାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଏବଂ ପୌରାଞ୍ଚଳ ଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସଂସ୍କାର ସ୍ୱରୂପ ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି । ନଗର ଉନ୍ନୟନ ବିଭାଗ ଦ୍ୱାରା ବିଜ୍ଞାପିତ ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ ଲାଗୁ ହେବ ।ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ । ନୂଆ ନିୟମ […]

ପାଣ୍ଡିଆନଙ୍କୁ ନୋଟିସ ନେଇ ବର୍ଷିଲେ ବିଜେଡି ନେତା ପ୍ରଶାନ୍ତ ମୁଦୁଲୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ଅନ୍ୟମାନଙ୍କ ହତ୍ୟା ମାମଲାରେ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ ରିପୋର୍ଟ ଏବଂ SUM ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ RDC ତଦନ୍ତ ରିପୋର୍ଟ ନିଖୋଜ ଘଟଣାରେ କମିଶନରେଟ ପୋଲିସର ତଦନ୍ତ ଜୋରଦାର ହୋଇଛି। ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ CMO ସହ ଜଡିତ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରି ଫାଇଲ ନିଖୋଜ ଘଟଣାର ସୂତ୍ର ଖୋଜୁଛି ପୋଲିସ। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି ପ୍ରସଙ୍ଗରେ […]

ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା

ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା ଦର୍ଶନ ବନ୍ଦ ପରେ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ଆରମ୍ଭ ହେବ। ତେବେ ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଶନିବାର ସୁନାବେଶ। ଏହି ଦୁଇ ଦିନ ଲାଗି ପୁରୀ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ବାହୁଡ଼ାଯାତ୍ରା ପୂର୍ବ ଦିନ ଅର୍ଥାତ ୨୩ ତାରିଖ ରାତି ୧୨ ଟାରୁ […]

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ ବୃଦ୍ଧି ପାଇ ୨୬୨% ରେ ପହଞ୍ଚିଛି। ଏହି ବୃଦ୍ଧି ପିଛିଲା ଭାବେ ଚଳିତ ବର୍ଷ ଜାନୁଆରି ୧ରୁ ଲାଗୁ ହେବ । ଫଳରେ କର୍ମଚାରୀମାନେ ବର୍ତ୍ତମାନର ବଢ଼ିଥିବା ଭତ୍ତା ସହ ବକେୟା ଟଙ୍କା ମଧ୍ୟ ପାଇବେ । ଦ୍ରବ୍ୟ ମୂଲ୍ୟ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚ ବଢ଼ୁଥିବା ସମୟରେ ସରକାରଙ୍କ ଏହି […]

ପ୍ରଶ୍ନ ପତ୍ର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ଆଭିମୁଖ୍ୟ ଗ୍ରହଣ ପରେ CJPର ଆସିଲା ବଡ଼ ବୟାନ

ପ୍ରଶ୍ନ ପତ୍ର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତାଙ୍କ ସରକାରୀ ହ୍ୟାଣ୍ଡେଲ ପୋଷ୍ଟରେ ସିଧାସଳଖ ଭାବେ ପେପର୍ ଲିକ୍ ପ୍ରସଙ୍ଗକୁ ସମ୍ବୋଧିତ କରିଥିଲେ । ପେପର୍ ଲିକ୍ ତଦନ୍ତ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଯୁବପିଢିଙ୍କ ଭବିଷ୍ୟତ ସହିତ ଖେଳିଥିବା କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି […]

ହୀରାକୁଦରେ ପୁଣି ଖୋଲିଲା ୪ଟି ଗେଟ୍,୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍ । ପୂର୍ବରୁ ୧୨ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ସର୍ବଶେଷ ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୨୩ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରେ ଲଗାତାର ବର୍ଷା ହେଉଥିବାରୁ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ବନ୍ଧ […]

ଆଡପ ମଣ୍ଡପରେ ଆଜି ମହାପ୍ରଭୁଙ୍କ ଶେଷ ଦର୍ଶନ

ସନ୍ଧ୍ୟା ଦର୍ଶନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି। ଶରଧାବାଲି ଲୋକାରଣ୍ୟ ହୋଇ ପଡିଛି। ଶୁକ୍ରବାର ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ । ଏହା ପୂର୍ବରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ। ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ କୁ ମଧ୍ୟ ସଂପ୍ରସାରଣ କରାଯାଇଛି । ସନ୍ଧ୍ୟା ଦର୍ଶନ ଦିନ ଟିକେଟ୍‌ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ । ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି […]

ରାଜ୍ୟରେ ୨୮ ଯାଏଁ ବର୍ଷା, ଆଜି ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

୨୮ ଯାଏ ବର୍ଷାରୁ ନିସ୍ତାର ନାହିଁ । ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି ।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ରାଜ୍ୟରେ ୨୮ ଯାଏଁ ବର୍ଷା ରହିବ । ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ । ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୫ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା […]

ଆଜିର ରାଶିଫଳ(୨୩ ଜୁଲାଇ, ୨୦୨୬)

ମେଷଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ବୃଷବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ। ମିଥୁନଆଜି ଆକସ୍ମିକ ଭାବରେ […]