ରାୟଗଡା ରେ ନିୟମକୁ ଫୁ’ ବେଆଇନ ଭାବେ ମଦଦୋକାନ ଆଗରେ ବଡ଼ ବଡ଼ ବୋର୍ଡ

ରାୟଗଡା :ସୁପ୍ରିମକୋର୍ଟ ଏବଂ ରାଜ୍ୟ ଅବକାରୀ ବିଭାଗର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ରାୟଗଡ଼ା ସହରରେ ଚାଲିଛି ମଦ ବ୍ୟବସାୟ। ନିୟମ ଅନୁଯାୟୀ କୌଣସି ବିଦେଶୀ ମଦ ଦୋକାନ ଆଗରେ ବଡ଼ ବୋର୍ଡ, ଆଲୋକିତ ହୋର୍ଡିଂ କିମ୍ବା ବ୍ରାଣ୍ଡ୍ ପ୍ରମୋସନ କରିବା ସମ୍ପୂର୍ଣ୍ଣ ବେଆଇନ; କେବଳ ସୀମିତ ଆକାରରେ ଲାଇସେନ୍ସ ନମ୍ବର ଓ ଦୋକାନର ନାମ ରହିବା କଥା।କିନ୍ତୁ ସହରର ପ୍ରମୁଖ ଛକ ଓ ରାଜପଥ କଡ଼ରେ ଥିବା ମଦ ଦୋକାନଗୁଡ଼ିକରେ ଆଖିଦୃଶିଆ ବିରାଟ ହୋର୍ଡିଂ ଝୁଲୁଥିବା ଦେଖିବାକୁ ମିଳୁଛି।

ପ୍ରତିଦିନ ଏହି ରାସ୍ତା ଦେଇ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛନ୍ତି। ଏହି ବେଆଇନ ବୋର୍ଡଗୁଡ଼ିକୁ ତୁରନ୍ତ ହଟାଇବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।

ଅଧିକ ପଢନ୍ତୁ