ଶିକ୍ଷକ ନେତା ବିଭୂପ୍ରସାଦ ସାହୁଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ):ରାଜ୍ୟ ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ତଥା ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଶିକ୍ଷକ ନେତା ବିଭୂପ୍ରସାଦ ସାହୁଙ୍କ ଅକାଳ ବିୟୋଗରେ ଆଜି ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ସଭା ଆରମ୍ଭରେ ସ୍ବର୍ଗତ ବିଭୂପ୍ରସାଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ-ପୁଷ୍ପ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।


ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ସଭାରେ ଉପସ୍ଥିତ ଶିକ୍ଷକବୃନ୍ଦ ମତବ୍ୟକ୍ତ କରିଥିଲେ ଯେ ବିଭୂପ୍ରସାଦ ଜଣେ ଦୂରଦୃଷ୍ଟିସମ୍ପନ୍ନ ଓ ସାଲିସବିହୀନ ଶିକ୍ଷକ ନେତା ଥିଲେ। ଶିକ୍ଷକ ସମାଜର ନ୍ୟାର୍ଯ୍ୟଯୁକ୍ତ ଅଧିକାର ଓ ସମସ୍ୟା ସମାଧାନ ଦିଗରେ ତାଙ୍କର ନିରନ୍ତର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।


ଶିକ୍ଷକ ଅଶୋକ ମଲ୍ଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶଙ୍କ ସମେତ ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ବଟକୃଷ୍ଣ ମିଶ୍ର, ପ୍ରମୋଦ ମହାପାତ୍ର, ଗତିକୃଷ୍ଣ ପ୍ରଧାନ, ନିତ୍ୟାନନ୍ଦ ମହାନ୍ତି, ବିପିନ ବିହାରୀ ଦାସ, ପୀତବାସ ପ୍ରଧାନ,ସନ୍ତୋଷ ସାହୁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ,ଭକ୍ତରଞ୍ଜନ ମିଶ୍ର,ଲକ୍ଷ୍ମୀଧର ସାହୁ,ଶ୍ରୀଧର ପରିଡ଼ା, ସୁରେଶ ସେଠି, ଅଶୋକ ପଣ୍ଡା, ରାଜକିଶୋର ସାହୁ, ଦେବରାଜ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାହୁଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ