ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ଆଗାମୀ ଦିନରେ ୨୦ଟଙ୍କାର ନୂଆ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରଚଳିତ ହେବାକୁ ଥିବା ନୂଆ ୨୦ ଟଙ୍କିଆ ନୋଟରେ କେନ୍ଦ୍ର ସରକାରଙ୍କ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ ।ଏହା ସହ ଆରବିଆଇ ପକ୍ଷରୁ କୁହାଯାଇଛି ନୂଆ ୨୦ ଟଙ୍କିଆ ନୋଟ ଜାରି ହେଲେବି ପୁରୁଣା ନୋଟ ଚାଲୁ ରହିବ। ଏହାର ଅର୍ଥ ଯେଉଁ ବର୍ତ୍ତମାନ ଯେଉଁ ନୋଟ ଚାଲୁଛି ତାହା […]
ପୁଣି ବଦଳିଲା ସୁନା ଦର। ଉଭୟ ୨୨ ଓ ୨୪ କ୍ୟାରେଟ୍ ସୁନା ଦର ବଢ଼ିଛି। କିଣିବା ପୂର୍ବରୁ ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ମୂଲ୍ୟ.।୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୫,୫୧୦ ଟଙ୍କା ରହିଛି । ଗତକାଲି ଏହା ୯୫, ୧୩୦ ଟଙ୍କା ଥିଲା । ଏଥିରେ ୩୮୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୭,୫୫୦ ଟଙ୍କା ରହିଛି । ଗତକାଲି ୮୭,୨୦୦ […]
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ-ବାଇଡେନ୍ ଙ୍କୁ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି। ତାଙ୍କର ପରିସ୍ରା ପରୀକ୍ଷା କରାଯିବା ପରେ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ଜଣାପଡିଛି। ପ୍ରୋଷ୍ଟେଟ୍ କ୍ୟାନ୍ସରରେ ବାଇଡେନ୍ ପୀଡିତ ଅଛନ୍ତି।ବାଇଡେନଙ୍କ ମୁଖପାତ୍ର କହିଛନ୍ତି ଯେ, ତାଙ୍କ କ୍ୟାନସର ରୋଗ ଗ୍ଲେସନ ସ୍କୋର ୯ ଥିଲା ଅର୍ଥାତ୍ ଏହା ଏକ ମାରାତ୍ମକ କ୍ୟାନସର ରୋଗ ଥିଲା। ଏହି କ୍ୟାନସର ବ୍ୟାପି ସାରିଛି, ଯାହାକୁ ଡାକ୍ତରୀ ଭାଷାରେ ମେଟାଷ୍ଟାସିସ୍ କୁହାଯାଏ, କିନ୍ତୁ ଏହା ହରମୋନ-ସମ୍ବେଦନଶୀଳ, ଯାହା ପ୍ରଭାବଶାଳୀ […]
ଦୀର୍ଘ ୩୦ ବର୍ଷ ପରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ଆଜିଠୁ ୟୁନିଟଚ-୨ ସ୍ଥିତ କ୍ୟାପିଟାଲ ନର୍ସରି ନିକଟସ୍ଥ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ।ଆଜି ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାୟ ୧ ହଜାର ଲୋକ ଏଥିପାଇଁ ଆଗୁଆ ପଞ୍ଜୀକରଣ କରିଛନ୍ତି।ସରକାର ବଦଳିବା […]
ରାଜଧାନୀରୁ ତଡା ହେବେ ବାଂଲାଦେଶୀ । ଏଥିପାଇଁ ଖୁବଶୀଘ୍ର ଚିହ୍ନଟ କରିବାକୁ ପକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ । ଏନେଇ ସମସ୍ତ ଥାନାକୁ ଅବଗତ କରିଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ କ୍ରାଇମ ମିଟିଂ ରେ ସବୁ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ପ୍ରତି ଥାନାରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାର ତଥ୍ୟ ବାହାର କରିବାକୁ କୁହାଯାଇଛି । ଅନ୍ୟପକ୍ଷେ ତୁର୍କୀ ଦ୍ୱାରା ସମର୍ଥିତ […]
ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଖ୍ରୀଷ୍ଟିଆନ ସାହିରେ ଅଜଣା ରୋଗରେ ୨ଶହ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା ହେଉଛି। ଏଥିରେ ବୟସ୍କ ବ୍ୟକ୍ତିମାନେ ଚାଲିପାରୁ ନ ଥିବା ଦେଖିବାକୁ ମିଳିଛି। ଏକ ମାସରେ ୨୦୦ ପରିବାରର ୫୦୦ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଆଣ୍ଠୁ-ଗଣ୍ଠି ଫୁଲିଯାଇ କୁଣ୍ଡେଇ ହେବା ସହ ମୁହଁ କଳା ହୋଇଯାଉଛି […]
ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ସଂପର୍କକୁ ନେଇ ବିବାଦ ତେଜିବା ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍ କରିଛନ୍ତି ପ୍ରିୟଙ୍କା । ଜ୍ୟୋତି ଗିରଫ ହେବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଥିଲେ ଦେଶ ତାଙ୍କ ପାଇଁ ପ୍ରଥମ । ସେ ଜ୍ୟୋତିଙ୍କୁ କେବଳ ବ୍ଲଗର ଭାବେ ଜାଣିଥିଲେ । ସୂଚନାମୁତାବକ ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ହୋଇଛନ୍ତି। ଯାଞ୍ଚବେଳେ ତାଙ୍କ […]
ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ୨୧ ଦିନ ବ୍ୟାପୀ ଚାଲିଥିବା ବାହାର ଚନ୍ଦନ ଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ।ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତବର୍ଷ ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଜଳକ୍ରୀଡା ସମୟରେ ବାଣ ଵିଷ୍ପୋରଣରେ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଜୀବନ ଯାଇଥିବା ବେଳେ ଚଳିତବର୍ଷ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ […]
ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ସହ କାଳବୈଶାଖୀ ବର୍ଷା ଲାଗି ରହିଛି । ଏଭଳି ସ୍ଥିତି ଆହୁରି ୫ଦିନ ଯାଏ ଜାରି ରହିବ । ଆଜି ଦକ୍ଷିଣ ଓଡିଶା, ଉତ୍ତର ଉପକୂଳ ଓଡ଼ିଶା ସହ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ପୂର୍ବ ଆରବସାଗରରେ ମହାରାଷ୍ଟ୍ର ଉପକୂଳଠାରୁ ଦୂରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଏହା ଲଘୁଚାପ ରୂପ ନେବ। କ୍ରମଶଃ […]
ମେଷ : ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ […]
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]
ଓଡ଼ିଶାରେ ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଅଧିକ ଲୋକଙ୍କ ଜୀବନ ଯାଉଛି।କାରଣ ଠିକରେ କାମ କରୁନି ଆଲର୍ଟ ମେସେଜ। ନଷ୍ଟ ହୋଇଯାଇଛି ଲାଇଟେନିଂ ସାଇରନ୍ ମେସିନ। ଗତ୫ ବର୍ଷ ମଧ୍ୟରେ ପାଖାପାଖି ୧୭୦୦ ଲୋକଙ୍କର ବିଜୁଳି ଘଡ଼ଘଡ଼ିରେ ମୃତ୍ୟୁ ହୋଇଛି। ତେବେ ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ। ଏଥିପାଇଁ ତତ୍ପରତା ଦେଖାଇଛନ୍ତି ସରକାର। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ତାଳଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ପୂର୍ବ ବର୍ଷ ଟାର୍ଗେଟକୁ […]
