author

କଟକ: ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ।

ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।ଖବର ଅନୁଯାୟୀ, କଟକ ଜଗତପୁରରେ ଏକ ବିସ୍କୁଟ କମ୍ପାନୀ ରହିଛି । ଯେଉଁଥିରେ ଶନିବାର ଦିନ ସକାଳ ସମୟରେ ହଠାତ୍‌ ନିଆଁ ଲାଗିଥିବାର ଦେଖିଥିଲେ କର୍ମଚାରୀ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା […]

ଆଜି ବିଶ୍ବବ୍ୟାପୀ ପାଳନ ହେଉଛି ଆର୍ଟ ଅଫ୍‍ ଗିଭିଂ ଦିବସ ।

ବିଶ୍ବବ୍ୟାପୀ ପାଳନ ହେଉଛି ଆର୍ଟ ଅଫ୍‍ ଗିଭିଂ ଦିବସ । ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ଲକ୍ଷ୍ୟରେ ୨୦୧୩ ମସିହା ମେ’ ୧୭ ତାରିଖଠାରୁ ଶିକ୍ଷାବିତ୍‍ ଓ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା ‘ଆର୍ଟ ଅଫ୍‍ ଗିଭିଂ’ ପ୍ରୟାସ । ଯାହାକି ସମଗ୍ର ବିଶ୍ବରେ ପ୍ରସାର ଲାଭ କରି ସାରିଛି । ଜାତି, ଧର୍ମ, ବୟସ, ଲିଙ୍ଗ, ଜନ୍ମସ୍ଥାନ ନିର୍ବିଶେଷରେ ଏହି ଦିନଟି ସମସ୍ତଙ୍କ ପାଇଁ ଆଶା, ଖୁସି […]

ଆଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ପାଣିପାଗ କେନ୍ଦ୍ର ପୂର୍ବାନୁମାନ ହେଲା, ଆସନ୍ତା ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହିପାରେ। ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।ପୁରୀ, ଖୋର୍ଦ୍ଧା, […]

ରବିବାର ଲଞ୍ଚ ହେବ ଇସ୍ରୋର ଇଓଏସ୍-୯ ମିଶନ

ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ)ର ପିଏସ୍‌ଏଲ୍‌ଭି-ସି୬୧/ଇଓଏସ୍‌-୦୯ ମିଶନ ଉତ୍‌କ୍ଷେପଣ ତାରିଖ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ରବିବାର ସକାଳ ୫.୫୯ରେ ସତୀଶ ଧୱନ ମହାକାଶ କେନ୍ଦ୍ର ଶ୍ରୀହରିକୋଟାରୁ ଏହା ଲଞ୍ଚ୍‌ ହେବ । ଏହା ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ । ନିକଟରେ ଜାରି ଏକ ଟାଇମ୍‌ଲାପ୍ସ ଭିଡିଓ ଏହି ମିଶନର ପ୍ରସ୍ତୁତିକୁ ଆହୁରି ରୋଚକ କରିଛି ।ପିଏସ୍‌ଏଲ୍‌ଭି-ସି୬୧ ମିଶନ ଇଓଏସ୍‌-୯ (ରିସାଟ୍‌-୧ବି) ଉପଗ୍ରହକୁ ନେଇ ଯିବ । ଏହା ଏକ ଉନ୍ନତ ରାଡାର ଇମେଜିଂ […]

ଭୁବନେଶ୍ବର ନୟାପଲ୍ଲୀ ଶ୍ରମିକ ହାଟରେ ପହଞ୍ଚିଲେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ସେଠାରେ ସେ ଶ୍ରମିକମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରମିକଙ୍କ ସୁରକ୍ଷା ପାଇଁ ଥିବା ଯୋଜନା ସଂପର୍କରେ ସେ ଶ୍ରମିକମାନଙ୍କୁ ଅବଗର କରାଇଛନ୍ତି। ବିଭାଗୀୟ ଅଧିକାରୀ ମନ୍ତ୍ରୀଙ୍କ ସାଥିରେ ଥିବା ବେଳେ ସବୁ ସମସ୍ୟାର ସମାଧାନ ସ୍ପଟ୍‌ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ ।ସେ ଆହୁରି କହିଛନ୍ତି ଯେ, ଶ୍ରମିକଙ୍କ ପାଇଁ ଖୁବଶୀଘ୍ର ହେଲ୍ପ ଡେସ୍କ ଖୋଲାଯିବ। ହେଲ୍ପ ଡେସ୍କରେ ଥିବା ଅଧିକାରୀ ଶ୍ରମିକମାନଙ୍କୁ ସହଯୋଗ କରିବେ। […]

ନୁରଖାନ୍‍ ଏୟାରବେସ୍‍ ସମେତ ଅନେକ ସ୍ଥାନ ଧ୍ୱଂସ ,ସତ ମାନିଲା ପାକିସ୍ତାନ ।

ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହି ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ ଓ ଆତଙ୍କୀ ଆଡ୍ମା ଧୂଳିସାତ କରିବା ସହ ଅନେକ କ୍ଷତି ହୋଇଥିବା ଭାରତ ଦାବି କରିଥିଲା । ହେଲେ ପାକିସ୍ତାନ କିନ୍ତୁ ବାରମ୍ବାର ମିଛ ପ୍ରଚାର କରୁଥିଲା ଯେ ପାକ୍‍ ମାଟିରେ କୌଣସି କ୍ଷତି ହୋଇନାହିଁ । ଏକ କାର୍ଯ୍ୟକ୍ରମରେ ସରିଫ କହିଛନ୍ତି, ଗତ ମେ‘ ୧୦ ତାରିଖ […]

ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା

ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା । ରଥାରୂଢ଼ ଠାକୁରଙ୍କ ତ୍ରୁଟିପୂର୍ଣ୍ଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆସନ୍ତାକାଲି ଇଂଲଣ୍ଡର ଚେମ୍‌ସଫୋର୍ଡରେ ଆୟୋଜିତ ହେବ ରଥଯାତ୍ରା ।ସ୍ପିରିଚୁଆଲ ୟୁଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।ମେ’ ୧୮ ତାରିଖ ଦିନ ୧୨ଟାରୁ ୫ ଟା ପର୍ଯ୍ୟନ୍ତ ରଥଯାତ୍ରା କରାଯିବ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି ।ବାରମ୍ବାର ଇସ୍କନ ପକ୍ଷରୁ ଏ ପ୍ରକାର ମନମାନି କରାଯାଉଛି । ଏ […]

ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସ୍କୃତ ବିଶାରଦ ଓ ଅଧ୍ୟାତ୍ମିକ ଗୁରୁ ହେଉଛନ୍ତି ସ୍ୱାମୀ ରାମଭ୍ରଦାଚାର୍ଯ୍ୟ।ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ବିଶିଷ୍ଟ ଉର୍ଦ୍ଦୁ କବି ଏବଂ ଗୀତିକାର ଗୁଲଜାରଙ୍କୁ ୨୦୨୩ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପୁରସ୍କାର ଗ୍ରହଣ କରି […]

ଆଜିଠୁ ପୁଣି ଆରମ୍ଭ ହେବ IPL

ଆଜିଠୁ ପୁଣି ଆଇପିଏଲ୍‌‌ ମ୍ୟାଚ ଆରମ୍ଭ କରାଯିବ। ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷେ୍ମø, ମୁମ୍ବାଇ, ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ। ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛି RCB । ଦଳ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଫ୍ଲେ-ଅଫ୍ ଟିକେଟ୍ କାଟିବ ଦଳ । ସେପଟେ […]

ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ପାର କଲେ ୯୦ ମିଟର

ନିଜ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗ୍‌ରେ ୯୦.୨୩ ମିଟର୍ ଜାଭେଲିନ୍ ଥ୍ରୋ’ କରି କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ।ନୀରଜ ନିଜର ଜାଭେଲିନ କ୍ୟାରିୟରରେ ପ୍ରଥମ ଥର ୯୦ ମିଟର ଭାଲା ଫିଙ୍ଗିବାରେ ସଫଳ ହୋଇଛନ୍ତି। ସେ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଏହି ତାରକା ଖେଳାଳି। ଜର୍ମାନୀର ଜୁଲିୟନ ଓ୍ଵେବର ୯୧.୦୬ […]

ଆଜିର ରାଶିଫଳ(୧୭ ମଇ, ୨୦୨୫)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]

କାନ୍ଦେନା ଲୁହ ସରିଯିବ ସାମାଜିକ ନାଟକ ଉଦଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ଗ୍ରାମରେ ମା ଖମ୍ବେଶ୍ବରୀ ଯୁବ ଡ୍ରାମାଟିକ କ୍ଳବର ୧୫ତମ ସାମାଜିକ ନାଟକ *କାନ୍ଦେନା ଲୁହ ସରିଯିବ , ଏହାକୁ ଦେଖିବା ପାଇଁ ଦୁଇ ହଜାର ରୁ ଅଧିକ ଦର୍ଶକ ସମାଗମ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଭାଇଚାରା ସୃଷ୍ଟି ହେବା ସହ ଲୁକାୟିତ […]