ସରକାରଙ୍କ OBC ସଂରକ୍ଷଣକୁ ନେଇ ସାମ୍ୱାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଓଡ଼ିଶା ସରକାର ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ଧୋକା ଓ ପ୍ରବଞ୍ଚନା ।ବିଜେଡି ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ପାଇଁ ଜୋରଦାର୍ ଦାବି କରିଥିଲା। ହେଲେ ବିଜେପି ସରକାର ଏହାର ବିଶ୍ଳେଷଣ ନକରି ତରବରିଆ ନିଷ୍ପତ୍ତି ନେଇଛନ୍ତି। ଗ୍ରାଜୁଏସନ୍ ଓ ପିଜିରେ ସିଟ୍ ଖାଲି ପଡୁଛି। […]
ବାରିପଦା ପି ଆର୍ ଏମ୍ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଉତ୍ତେଜନା । ଶିଶୁ ବିଭାଗ ଡ୍ୟୁଟିରେ ଥିବା ନର୍ସମାନେ କୁନି କୁନି ପିଲାଙ୍କର ଠିକ୍ ଭାବେ ଚିକିତ୍ସା ନ କରିବା ଓ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଏକାଧିକ ଲୋକ । ସୂଚନା ଅନୁସାରେ ବାରିପଦା ଭୁଗୁଡ଼ାକଟା ଅଞ୍ଚଳର ଜଣେ ଦମ୍ପତି ନିଜ ୫ ବର୍ଷର ଶିଶୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଶିଶୁଟି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି। ଦୀର୍ଘ ୧୨ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରି ଚେସ ଖେଳ ମାନସିକ ତଥା ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ […]
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା।ପ୍ରେମିକର ପ୍ରେମ ଆଗରେ ଫିକା ପଡ଼ିଗଲା ମାଆର ମମତା । ଦିନେ ରାସ୍ତାକଡ଼ରେ କାନ୍ଦୁଥିବା କୁନି ଝିଅକୁ ଉଠାଇ ଆଣି ପାଳିପୋଷି ବଡ଼ କରିଥିଲେ ରାଜଲକ୍ଷ୍ମୀ କର । କିନ୍ତୁ ସେହି ମାଆକୁ ହତ୍ୟା କରିବାକୁ ପଛାଇଲାନି ଅଷ୍ଟମ ଶ୍ରେଣୀରେ ପଢୁଥିବା ପାଳିତ ଝିଅ । ଏପ୍ରିଲ ୨୯ ତାରିଖରେ ମାଆର ଖାଦ୍ୟରେ ନିଶା ବଟିକା ଦେଇଥିଲା ନାବାଳିକା ଝିଅ । ଆଉ ମାଆ ଜଣକ ଅଚେତ […]
କିଛି ଦିନର ବ୍ୟବଧାନ ପରେ ପୁଣିଥରେ ବ୍ୟାପିବାରେ ଲାଗିଛି କୋଭିଡ-19 ଭାଇରସ୍ । ବ୍ଲୁମବର୍ଗ ରିପୋର୍ଟ କରିଛି ଯେ ଏସିଆର ଅନେକ ସ୍ଥାନରେ ଏକ ନୂତନ ଲହରୀ ବ୍ୟାପିବା ସହିତ ହଂକଂ ଏବଂ ସିଙ୍ଗାପୁରର ସ୍ୱାସ୍ଥ୍ୟ ଅଧିକାରୀମାନେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ବିଷୟରେ ସତର୍କ କରାଇଛନ୍ତି ।ହଂକଂରେ ଏବେ କରୋନା ତାର ପ୍ରକୃତ ରଙ୍ଗ ଦେଖାଉଛି। କରୋନା ଭାଇରସ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସେଣ୍ଟର ଫର୍ ହେଲ୍ଥ ପ୍ରୋଟେକ୍ସନର ସଂକ୍ରାମକ ରୋଗ […]
ମୋଟାପଣ ବର୍ତ୍ତମାନ ସମୟରେ ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୋଟାପଣ ବୃଦ୍ଧି କାରଣରୁ ଶରୀର ଉପରେ ଅନେକ ପ୍ରଭାବ ପକାଇବା ସହ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ତେବେ ଆପଣ ମଧ୍ୟ ଯଦି ମୋଟାପଣ କାରଣରୁ ଚିନ୍ତିତ କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ମୋଟାପଣ କମ୍ ହେବାରେ ସହାୟକ ହୋଇଥାଏ ।ଧଳା ଚାଉଳର ଭାତ ନଖାଇ ମାଟିଆ ଚାଉଳର ଭାତ ଖାଇବା ଉଚିତ। ଏହାକୁ […]
ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ।ସୂଚନାଯୋଗ୍ୟ ଯେ, ଗାଁର ଜଣେ ଯୁବତୀ ଅନ୍ୟ ଗାଁରେ ବିବାହ କରିଥିଲେ । ସେ ତାଙ୍କ ବାପଘରକୁ ଆସିଥିଲେ । ବିବାହିତା ମହିଳାଙ୍କୁ ପ୍ରେମ କରୁଥିବା ପାଟଣାଗଡ ଅଞ୍ଚଳର ଜଣେ ଯୁବକ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ ସମ୍ପୃକ୍ତ ଯୁବକ ଏବଂ ସାଙ୍ଗରେ ଆସିଥିବା […]
ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି । ତେବେ ମେ ୨୬ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।ରେଗୁଲାର ପରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିପାରିବେ । ୪୨୦ ଟଙ୍କା ଦେୟ ଦେବାକୁ ହେବ । ସୂଚନାମୁତାବକ ରାଜ୍ୟର ୩ ହଜାର ୨୯ଟି ପରୀକ୍ଷା […]
ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମେ ମାସ ୧୬ ତାରିଖରୁ 22895/22896 ପୁରୀ-ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ଫଳରେ କୋଚ୍ ସଂଖ୍ୟା ୨୦ରେ ପହଞ୍ଚିବ।ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଅତିରିକ୍ତ କୋଚ୍ ସଂଯୋଗ ଦ୍ୱାରା ଏହାର ଗଠନରେ ବୃଦ୍ଧି ପରେ ଏହାର ରେକ୍ କମ୍ପୋଜିସନ୍ରେ ୧୬ଟି ଏସି ଚେୟାର କାର୍ କୋଚ୍, ୨ଟି […]
ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଜିଠୁ ବଢିବ କାଳବୈଶାଖୀ ବର୍ଷାର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ରିଅଲ ଫିଲ୍ ବା ପ୍ରକୃତ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ରହିଛି। ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ତାତି ଅପେକ୍ଷାକୃତ କମ୍ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଦିନବେଳା ପୁରୀ, ଖୋର୍ଦ୍ଧା, […]
ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇ ପାରିବେ । ଏହି ନିଷ୍ପତ୍ତି ଅଦିନିଆ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF) ରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସକ୍ଷମ କରିଛି। ଅନୁମୋଦିତ ଯୋଜନା ଅନୁଯାୟୀ, […]
ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]
