ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ମୋଟ ୬୭୯୪ଟି ସ୍କୁଲ ନିର୍ମାଣ କରାଯିବ । ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ […]
ଦେଶର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ବାର୍ଷିକ ଦେଶର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଲାଭ । ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ଆଉ ରହିବ ନାହିଁ ।ଏହି ଯୋଜନା ପାଇଁ ୬୩,୬୦୦ କୋଟିର ଏକ […]
ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଆଣିଛନ୍ତି। ହାଲୁକା ମୋଟରଯାନ (ଏଲ୍ଏମ୍ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଫଳରେ ଲାଇସେନ୍ସ ନିୟମାବଳୀରେ ସ୍ବଚ୍ଛତା ଆସିବା ସହ ଦୁର୍ଘଟଣା କ୍ଷେତ୍ରରେ ଚାଳକଙ୍କ ଲାଇସେନ୍ସ ଉପରେ ଆଧାର କରି ବୀମା କମ୍ପାନୀ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରିବା ବନ୍ଦ […]
ମେଷ : ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ […]
ଗତ ଅକ୍ଟୋବର ମାସରୁ ରାସନ କାର୍ଡରେ ଖାଉଟିଙ୍କୁ ଗହମ ବଣ୍ଟନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏମିତି କି କିଛି ଡିଲର ପଏଣ୍ଟକୁ ଗହମ ପହଁଚି ଥିବା ମନ୍ତ୍ରୀ କହିଥିଲେ । ହେଲେ ଅଚାନକ ଭାବରେ ଗହମ ବଣ୍ଟନ ନକରିବାକୁ କହିଛି ଯୋଗାଣ ବିଭାଗ ।ବିଧିବଦ୍ଧ ଭାବେ କୌଣସି ନିର୍ଦ୍ଦେଶନାମା ଜାରି କରିନଥିଲେ ବି ମୋବାଇଲ ମେସେଜ୍ ଜରିଆରେ ଡିଲରମାନଙ୍କୁ ଗହମ ନ ବାଣ୍ଟିବାକୁ କୁହାଯାଇଛି । ଯଦିଓ କେବେ ଯାଏଁ ଗହମ ମିଳିବ ନାହିଁ […]
ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ […]
lରାୟଗଡ:-ତା. ୬/୧୧-ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାର ଅଗ୍ରଗତିର ସମୀକ୍ଷା ଏବଂ ଧର୍ତ୍ତି ଆବା-ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଆନ୍ (DA-JGUA) ଅଧୀନରେ ଆଗାମୀ ମେଗା ଇଭେଣ୍ଟର ଆୟୋଜନ ଉପରେ ଆଲୋଚନା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା | ରାୟାଗଡା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀମତୀ ପାରୁଲ ପଟାୱରୀ ଜିଲ୍ଲାପାଳ , ରାୟାଗଡାଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ସିଡିଓ ତଥା ଇଓ ଜିଲ୍ଲାପରିଷଦ, ରାୟଗଡ ଶ୍ରୀ ନିହାର ରଞ୍ଜନ କହଁର, ପ୍ରକଳ୍ପ […]
କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କଲା ବିଜେଡି । ଆଦିବାସୀ ମାନଙ୍କୁ ତାତ୍ସଲ୍ୟ କରିଥିବାରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କ୍ଷମା ମାଗନ୍ତୁ ବୋଲି ମଧ୍ୟ ଦାବି କଲା ବିଜେଡି ।କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ ୬ ଗୁରୁତର ହେବା ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରକୁ ସଂପୂର୍ଣ୍ଣ ଦାୟୀ […]
ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା । ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିରେ ଚୂଡାନ୍ତ ରିପୋର୍ଟ ଅନୁଯାୟୀ ୪୨୩ କୋଟି ୫୫୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ୭ଦିନ ଭିତରେ ଜିଲ୍ଲାପାଳ ଦେବେ କ୍ଷୟକ୍ଷତି ଟଙ୍କା ।ମଙ୍ଗଳବାର ବିଭିନ୍ନ ଜିଲ୍ଲା ଓ ବିଭାଗରୁ ବାତ୍ୟା ‘ଦାନା’ କ୍ଷୟକ୍ଷତିର ଆକଳନ ପହଞ୍ଚିଛି । ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗର ଚୂଡାନ୍ତ ଆକଳନ ଅନୁଯାୟୀ […]
୨୦୨୩ ଓଏଏସ ପ୍ରିଲିମ ଟେଷ୍ଟ ପାଇଁ ତାରିଖ । ଡିସେମ୍ବର ୧୫ ତାରିଖ ରବିବାର ହେବ ପ୍ରିଲିମ ପରୀକ୍ଷା । ପ୍ରିଲିମ ପରୀକ୍ଷା ତାରିଖ ଘୋଷଣା କଲା ଓପିଏସସି ।ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍ସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି।ଏହି ପରୀକ୍ଷା ସଂପର୍କିତ ଅନ୍ୟ କିଛି ସୂଚନା ଆସିଲେ, ତାକୁ ଓପିଏସ୍ସିର ୱେବସାଇଟ୍ http://opsc.gov.inରେ ଅପ୍ଲୋଡ୍ କରାଯିବ ବୋଲି ଆଜି ଜାରି କରାଯାଇଥିବା ନୋଟିସ୍ରେ ଦର୍ଶାଯାଇଛି।
୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭୂମିରୁ ୧୩ ମିଟର ଉଚ୍ଚରେ ଏହି ଟ୍ରେନ୍ଗୁଡ଼ିକ ଚଳାଚଳ କରିବ। ରାଜଧାନୀର ରାଜମହଲ, ଜୟଦେବ ବିହାର ଏବଂ ବାରଙ୍ଗରେ ଉଚ୍ଚତା ଅଧିକ ରହିବ। ୩ କୋଚ ବିଶିଷ୍ଟ ୧୩ ଟି ମେଟ୍ରୋ ଟ୍ରେନ କିଣିବାକୁ ଯୋଜନା । ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା । ୫୦/ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବରେ ପରୀକ୍ଷା ହେଉଛି । ମାଟି […]
ବିଭିନ୍ନ ସ୍ଥାନରେ ମୋ ବସର ଦୁର୍ଘଟଣା ପରେ ପଦକ୍ଷେପ । ଏଥର ମୋ ବସ୍ ସ୍ପିଡ୍ ରେ ଲାଗିବ ଲଗାମ୍ । ଆଉ ଚଲାଇ ପାରିବେନି ମନ ଇଚ୍ଛା ଗାଡ଼ି। ସବୁ ଗାଡିରେ ସ୍ପିଡ ଗଭର୍ଣ୍ଣର ରହିବ । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି । ମଦ ପିଇ ଗାଡି ଚଳାଉଛନ୍ତି ନା ନାହିଁ ଯାଞ୍ଚ ହେବ ।ସୂଚନା ଅନୁସାରେ, ସ୍ପିଡ୍ ଗଭର୍ଣ୍ଣର ଲଗାଯିବା ପରେ ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ […]
