ଶଗଡ଼ିଆ ଗୀତ ସାଙ୍ଗକୁ ରଙ୍ଗ ବେରଙ୍ଗର ଶଗଡ଼ ଓ ବଳଦର ସାଜସଜା ଯିଏ ବି ଯାଉଛି ରାଜରାସ୍ତାରେ ଅଟକିଯାଇ ମୋବାଇଲରେ ସୁନ୍ଦର ଚିତ୍ର ଉତୋଳନ କରୁଛି । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ସାକ୍ଷୀଗୋପାଳ ନିକଟରେ ଦେଖିବାକୁ ମିଳିଛି ଏହି ସୁନ୍ଦର ଦୃଶ୍ୟ । ପୁରୀ ସଦର ଅଂଚଳ ପୀଳିପିଳା, ନରହରିପୁର, ଜଗନ୍ନାଥ ବିଦ୍ୟଧରପୁର, ତଣ୍ଟିକେରା, ତାଳ ପୋଖରୀ, କାଙ୍କୁଡ଼ା, ଦୋବନ୍ଦା, ଅରେଇପଡା, କରଡ଼ି, ବିଜୟରାମପୁର ଭଳି ଗାଁର ପ୍ରାୟ ୨୫ଟି ଶଗଡ଼ ନେଇ ୧୦୦ ରୁ […]
ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଲଣ୍ଡନ ଏକ୍ସେଲ ସେଣ୍ଟରରେ ଅନୁଷ୍ଠିତ ୱାର୍ଲï ଟୁରିଜିମ ମାର୍କେଟ(ଡବ୍ଲଟିଏମ)- ୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍ଘାଟନ କରିଛନ୍ତି । ୱାର୍ଲ୍ଡ ଟୁରିଜିମ ମାର୍କେଟ-୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍ଘାଟନ କରିବା ନିମନ୍ତେ ଏହି ଉତ୍ସବରେ ଶ୍ରୀମତୀ ପରିଡାଙ୍କୁ ସମ୍ମାନିତ କରାଯାଇଛି। ଏହା ସହ ଅନ୍ୟ ପ୍ରତିଷ୍ଠିତ ରାଜ୍ୟର ପର୍ଯ୍ୟଟନ ପାଭିଲିୟନକୁ ମଧ୍ୟ ପରିଦର୍ଶନ କରିଛନ୍ତି ଶ୍ରୀମତୀ ପରିଡ଼ା।ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ […]
ଗଜପତିଙ୍କ ଚେତାବନୀ ପରେ ଚେତିଲା ଇସ୍କନ । ରଥଯାତ୍ରା କରି ଚଳାଇଥିବା ପ୍ରସ୍ତୁତିର କଲା ପରିବର୍ତ୍ତନ । ଗଜପତିଙ୍କ ଚେତାବନୀ ଓ ଚାରିଆଡୁ ବିରୋଧ ପରେ ନୂଆ ଡ୍ରାମା ଆରମ୍ଭ କରିଛି ଇସ୍କନ । ଏବେ ମହାପ୍ରଭୁଙ୍କ ରଥଯାତ୍ରା ପରିବର୍ତ୍ତେ ଶ୍ରୀଶ୍ରୀ ନିତାଇ ଗୌର ଓ ଶ୍ରୀଶ୍ରୀ କୃଷ୍ଣବଳରାମଙ୍କୁ ରଥରେ ବସାଇ ପରିକ୍ରମା କରିବାକୁ ଯୋଜନା କରିଛି । ଏନେଇ ଇସ୍କନ ତରଫରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ […]
ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର । ରାଜ୍ୟରେ ଜଙ୍ଗଲ ତୁଳନାରେ ଅଧିକ ହାତୀ ଅଛନ୍ତି । ତେଣୁ ବନବିଭାଗ ଅଧିକ ଜଙ୍ଗଲ ସୃଷ୍ଟି କରିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେଉଁ କାରଣରୁ ରାଜ୍ୟରେ ଏତେ ସଂଖ୍ୟକ ହାତୀ ମରୁଛନ୍ତି, ତାହାର […]
ଅଭିନେତ୍ରୀ ସୋମୀ ଅଲି ନିକଟରେ ରେଡିଟ୍ରେ ତାଙ୍କ ଫ୍ୟାନ୍ମାନଙ୍କ ସହ ଏଏମ୍ଏ (ଆସ୍କ ମି ଏନିଥିଙ୍ଗ୍) ସେସନ୍ରେ କଥା ହେବାବେଳେ ସଲମାନ ଖାନ୍ଙ୍କ ସହ ତାଙ୍କର ପୂର୍ବ ସମ୍ପର୍କ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି। ସେ କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଲେ ବୋଲି ତାଙ୍କୁ ଜଣେ ରେଡିଟ ୟୁଜର ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେଇ ସେ କହିଛନ୍ତି, ୧୯୯୦ ଦଶକରେ ସଲମାନ୍ ଖାନ୍ ବାରମ୍ବାର ମୋତେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବାରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି […]
ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ରୁମ୍ରେ ପଶି ଲୁହାରଡ଼ ଏବଂ ବାଡ଼ିରେ ପିଟିଲେ ସିନିୟର୍ ପିଲା । ସିନିୟର୍ ପିଲାଙ୍କ ମାଡ଼ରେ ୨ୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର । କେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ଏଭଳି ଘଟଣା ଘଟିଛି । ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ପୀଡ଼ିତଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ଛାତ୍ର ଜଣକ ପୂର୍ବରୁ ରାଗିଂର ଶିକାର ହୋଇଥିବା […]
ଚଳିତ ବର୍ଷ ଶୀତ ଆସିବାର ବିଳମ୍ବ ହୋଇଛି । ବିଷେଷକରି କନ୍ଧମାଳ ଜିଲାରେ ବିଳମ୍ୱରେ ଆସିଛି ଶୀତ । ଦୀପାବଳୀ ଅମାବାସ୍ୟା ଠାରୁ ଶୀତ ଆସିଛି । ଆଉ ଶୀତ ଆସିବାକ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ବର୍ଷା ଛାଡିବା ଆକାଶ ମେଘ ମୁକ୍ତ ହୋଇ ନୀଳ ଆକାଶରେ ପରିଣତ ହେବା ସହ ଆକାଶରେ ମଝିରେମଝିରେ ମେଘ ଖଣ୍ଡ ସବୁଜ ପରିବେଶ କୁ ଆହୁରି ଆକର୍ଷିତ କରୁଛି। ରାସ୍ତାକଡ଼ ଝରଣାର ଦୃଶ୍ୟ ସବୁଜିମା ବୃକ୍ଷରାଜି ବିରାଟ ପାହାଡ଼ […]
ଘରେ ନିଆଁ ଲାଗି ଜଳିଗଲେ ମାଆ ଓ ଝିଅ। ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ଏକ ଘରେ ରାତିରେ ମାଆ ଝିଅ ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟିଛି। ଫଳରେ ମାଆ ଏବଂ ଝିଅ ଜୀବନ୍ତ ଦଗ୍ଧ ହୋଇଛନ୍ତି।ମୃତ ମା’ ହେଉଛନ୍ତି ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରେନ୍ଦ୍ରି ଦୀକ୍ଷିତ । ଝିଅ ଅର୍ଦ୍ଧ ଦଗ୍ଧ ହୋଇଥିବା ବେଳେ ମା’ ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି […]
ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର। ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଭାବରେ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀର ୬ଟି ସ୍ଥାନରେ ଚଢାଉ ଚାଲିଛି। ରାତି ୪ଟାରୁ ଚଢାଉ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ମୋଟ୍ ସମ୍ପତ୍ତି ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ମିଳିନି। ସୂଚନା ଅନୁସାରେ ଗତ ୪ […]
ରାଜ୍ୟରେ ପ୍ରସ୍ତାବିତ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପାଇଁ ରାଜ୍ୟ ସରକାର ୨୩ ଜିଲାରୁ ସବିଶେଷ ତଥ୍ୟ ଆହ୍ବାନ କରିଛନ୍ତି। ଜନସଂଖ୍ୟାଠାରୁ ଆରମ୍ଭକରି ସମସ୍ତ ତଥ୍ୟ ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖିବା ସହିତ ଫର୍ମାଟ ପଠାଯାଇଛି। ବିଭାଗର ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଗଞ୍ଜାମ ଜିଲ୍ଲାର ଆସିକା, ଛତ୍ରପୁର ଓ ଭଞ୍ଜନଗର ଏନଏସି ସମେତ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ଏନଏଏସି, ମୟୂରଭଞ୍ଜ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରି ହିତାଧିକାରୀଙ୍କୁ ତିନି ମାସର ଆଗୁଆ ଚାଉଳ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏଁ ଚାଉଳ ପାଇବେ। ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ […]
ଭାପୁର, (ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଭାପୁର ବ୍ଲକ ଅଡିସନ ଆସନ୍ତା ୧୦ ତାରିଖ ରବିବାର ଦିନ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଭାପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ […]
