author

କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ମାସିକ ୧୬ ହଜାର ଟଙ୍କାକୁ ବଢ଼ିଲା ପାରିଶ୍ରମିକ ।

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ମାସିକ ୧୬ ହଜାର ଟଙ୍କାକୁ ବଢ଼ିଲା ପାରିଶ୍ରମିକ । ସମଗ୍ର ଶିକ୍ଷା ଯୋଜନାରେ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ । ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ବୃଦ୍ଧି ପାଇପାରେ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା। […]

ବେଙ୍ଗାଲୁରୁରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ମୃତ୍ୟୁ ।

ବେଙ୍ଗାଲୁରୁରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ମୃତ୍ୟୁ ।ସ୍ତ୍ରୀଙ୍କ ଠାରୁ ନିର୍ୟାତନା ପାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ତାଙ୍କ ମୃତ୍ୟୁ ପରେ ବାଙ୍ଗାଲୋରର ଏକ ସ୍ଥାନୀୟ ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି । ମାନସୀକ ଚାପରେ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ତାଙ୍କ ଘର କଟକର କାଳିଗଳି ନିକଟରେ । ତେବେ ସେ ବାଙ୍ଗାଲୋରରେ ରହୁଥିବା ବେଳେ ସେଠାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି […]

ଏଣିକି ବିଧାନସଭାରେ ବିଧାୟକମାନେ ଟ୍ୟାବରେ ପଢିବେ

ବିଧାନସଭାରେ ଏଣିକି ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ। ପେପର ଧରି ନୁହେଁ ଏଥର ଟ୍ୟାବ୍‌ରେ ପଢ଼ିବେ ବିଧାୟକ୧୪୭ ବିଧାୟକଙ୍କ ଟେବଲ୍‌ରେ ଏହି ଟ୍ୟାବ୍‌ ଲାଗିଛି। ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ।ନେଭା ରତଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ ହୋଇଛି। ଅନ୍ୟପଟେ ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି। ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଅଛନ୍ତି।ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି। ଏଥର […]

ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନିୟମ: ୨୦ ବର୍ଷ ପୁରୁଣା ଗାଡ଼ି ଥିଲେ ଏଣିକି ଦେବେ ମୋଟା ଅଙ୍କର ଟଙ୍କା

ଓଡ଼ିଶାର ଯାନବାହନ ମାଲିକମାନେ ଖୁବ୍ ଶୀଘ୍ର ୧୫ ବର୍ଷରୁ ଅଧିକ ପୁରୁଣା ଗାଡିଗୁଡିକ ପାଇଁ ପଞ୍ଜିକରଣ ପ୍ରମାଣପତ୍ର (RC) ନବୀକରଣ ପାଇଁ ଫିସ୍ ରେ ଏକ ବଡ଼ ବୃଦ୍ଧିର ସମ୍ମୁଖୀନ ହୋଇପାରନ୍ତି।ସଡ଼କ ପରିବହନ ମନ୍ତ୍ରଣାଳୟର ଯୋଜନା ଅନୁଯାୟୀ, ଯଦି ଆପଣଙ୍କର ୨୦ ବର୍ଷରୁ ଅଧିକ ପୁରୁଣା ଦୁଇଚକିଆ ଗାଡ଼ି ଅଛି, ତେବେ ଆପଣଙ୍କୁ ଏହାର ନୂଆ ପଞ୍ଜିକରଣ ପାଇଁ ୨୦୦୦ ଟଙ୍କା ଏବଂ ୨୦ ବର୍ଷରୁ ପୁରୁଣା କାର ପାଇଁ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। […]

ଯୁକ୍ତ ଦୁଇ ପରୀକ୍ଷା ପାଇଁ ହବକୁ ଗଲା ପ୍ରଶ୍ନ ପତ୍ର ।

ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର। କଡ଼ାକଡ଼ି ସୁରକ୍ଷାରେ ଏହି ପ୍ରଶ୍ନପତ୍ରକୁ ହବକୁ ପଠାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଧୀନ ହବକୁ ପ୍ରଶ୍ନପତ୍ର ଯାଇଛି। ତେବେ ଚଳିତ ଥର ୨୦୫ଟି ପରୀକ୍ଷା ହବ କରାଯାଇଛି। ଆସନ୍ତା ୧୮ରୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୦ଟି ରୁଟ ଦେଇ ଗଲା ପରୀକ୍ଷା ପ୍ରଶ୍ନପତ୍ର। କଡାକଡି ସୁରକ୍ଷା ବ୍ୟବସ୍ତା ଭିତରେ ପରୀକ୍ଷା ହବକୁ ଗଳା ପ୍ରଶ୍ନ ପତ୍ର। ୩ ଲକ୍ଷ […]

ପଦ୍ମଶ୍ରୀ ସମ୍ମାନକୁ ନେଇ ବିବାଦ: ନୋଟିସ୍ ଜାରି କଲେ ହାଇକୋର୍ଟ

ପଦ୍ମଶ୍ରୀ ପୁରସ୍କାର ବିବାଦ ଭିତରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଉଭୟ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ଲିଖିତ ବହି ସହିତ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ସମାନ ନାଁ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ମାମଲାକୁ ଗୁରୁତ୍ବର ସହ ନେଇ କେନ୍ଦ୍ର ସରକାର ଓ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ ।ଏଥି ସହିତ ଫେବ୍ରୁଆରି ୨୪ ତାରିଖ ଦିନ ୨ଟାରେ ଆବେଦନକାରୀ ଅନ୍ତର୍ୟ୍ୟାମୀ ମିଶ୍ର ଓ ପ୍ରତିପକ୍ଷ […]

ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ।

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମସ୍ତିଷ୍କ ରକ୍ତସ୍ରାବ ପରେ, ସେ ଲକ୍ଷ୍ନୌର ପିଜିଆଇରେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ଉତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି। ୧୯୪୫ରେ ସନ୍ତକବୀରନଗର ଜିଲ୍ଲାରେ ସତ୍ୟେନ୍ଦ୍ର ଦାସଙ୍କ ଜନ୍ମ |ବାପା ଅଭିରାମଦାସଙ୍କୁଠୁ ପ୍ରଭାବିତ ହୋଇ ପ୍ରଭୁ ରାମଙ୍କ ଭକ୍ତ ହୋଇଥିଲେ ସତ୍ୟେନ୍ଦ୍ର ପ୍ରଭୁଙ୍କ ସେବା ପାଇଁ ଘରଦ୍ବାରା ଛାଡି ଆଶ୍ରମରେ […]

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ବର-ସୋନପୁର ଇଣ୍ଟରସିଟିର ଏସି ବଗିରେ ଧୂଆଁ ଦେଖିବାକୁ ମିଳିଛି। ଏସି ବଗି ଚକାରେ ବ୍ରେକ ବାଇଣ୍ଡିଂ ଯୋଗୁ ଧୂଆଁ ବାହାରିଥିବା ସୂଚନା ମିଳିଛି। ପ୍ରବଳ ଧୂଆଁ ବାହାରିବାରୁ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି। ଏହି ଆଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ୬ଟା ୪୫ରେ ଧୂଆଁ ବାହାରୁଥିବା ଦେଖି ଅଟକାଇଥିଲେ। ପ୍ରାୟ ୩୦ ମିନିଟ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ୨୬ତାରିଖରେ ମହାଶିବରାତ୍ରି ତଥା ଜାଗର ଯାତ୍ରା।

ମହାଶିବରାତ୍ରୀ ନେଇ ଏକ ପ୍ରସ୍ତୁତି ବୈଠକ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଦୀପ ଉଠିବ। ଫେବୃଆରୀ ୨୬ରେ ମହାଶିବରାତ୍ରୀ ପଡୁଛି। ବୈଠକରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ଠିକ୍ ସମୟରେ ମହାଦୀପ ଉଠିବା ଉପରେ ଗୁରୁତ୍ବ ଦେବା ସହ ଟ୍ରାଫିକ୍ ସୁପରିଚାଳନା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ପୂର୍ବରୁ […]

ଏଣିକି ନବମ, ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ପାଇଁ ଓଡିଶା ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ନବମ ଏବଂ ଦଶମ ପିଲାମାନଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ। ମାଧ ସିଂ ସ୍କଲାରସିପ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯିବ । ପୁରାତନ ଓ ୧୦୦ ବର୍ଷର ବିଦ୍ୟାଳୟ ହୋଇଥିବାରୁ ରାଣିହାଟ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଖୁବଶୀଘ୍ର ଦିଆଯିବ । ରାଣୀହାଟ ବିଦ୍ୟାଳୟ ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀ […]

ଆଜିର ରାଶିଫଳ(୧୨ ଫେବୃଆରୀ, ୨୦୨୫)

ମେଷଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ […]

ପୁଅ ଜନ୍ମ ହେଲେ ୧୦ ହଜାର । ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ।

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଆହୁରି ମଧ୍ୟ, ଏହି ଯୋଜନାରେ […]