author

କୁକୁରଙ୍କୁ ବିସ୍କୁଟ୍‌ ଖାଇବାକୁ ଦେଇ LETର ଟପ୍‌ କମାଣ୍ଡରକୁ ମାରିଲେ ସିଆର୍‌ପିଏଫ୍‌

ଜମ୍ମୁ-କଶ୍ମୀରରେ ମିଳିଲା ସେନାକୁ ବଡ଼ ସଫଳତା। ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୁଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍‌ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଟପ୍‌ କମାଣ୍ଡର ଉସ୍‌ମାନ୍‌ଙ୍କୁ ନିପାତ କରିଥିଲେ।ସେ ୨୦୦୦ ଦଶକ ପ୍ରାରମ୍ଭରୁ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଥିଲେ। ବୁଲା କୁକୁରମାନେ ଯବାନଙ୍କୁ ଦେଖି ଭୁକିପାରନ୍ତି ବୋଲି ଅନୁମାନ କରି ସେମାନଙ୍କୁ ଶାନ୍ତ କରିବା ପାଇଁ ବିସ୍କୁଟ୍‌ ଖାଇବାକୁ ଦିଆଯାଇଥିଲା। କୁକୁର ବିସ୍କୁଟ୍‌ ଖାଉଥିବାବେଳେ ଯବାନମାନେ ପ୍ରାୟ […]

୨୧ ନଭେମ୍ବରରୁ ଧାନ କିଣା ଆରମ୍ଭ ହେବ ।

ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍‌ ଋତୁରେ ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ।ଚଳିତ ବର୍ଷ ୮୦ ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। କୁଇଣ୍ଟାଲ ୩୧୦୦ ଟଙ୍କାରେ ସରକାର ଧାନ କିଣିବେ। MSP ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନପୁଟ ସହାୟତା […]

ମିଳିଲାନି ଅନୁମତି, ପୋତାହେଲା ରାବଣ

ଥୁଆ ହୋଇଛି ବିରାଟକାୟ ମହିରାବଣ । ରୁଣ୍ଡ ହୋଇଛନ୍ତି ଲୋକେ । ସମସ୍ତଙ୍କ ଭିତରେ ଅସନ୍ତୋଷ । କାହିଁକିନା ଭଙ୍ଗ ହୋଇଛି ପୂର୍ବ ପରମ୍ପରା । ବସ୍ତା ଥାନା, କୁଡିଆ ପଞ୍ଚାୟତ ଅନ୍ତର୍ଗତ ବେଲା ଗ୍ରାମରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମରେ ରାବଣ ପୋଡ଼ି ମହୋତ୍ସବ ବନ୍ଦ ହେବାସହ ରାବଣକୁ ପୋତାଯାଇଛି। ସୂଚନା ଅନୁସାରେ, ରାବଣ ପୋଡ଼ି ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ସମସ୍ତେ ରାବଣ ପୋଡ଼ି ଓ ବାଣଫୁଟାକୁ ପ୍ରତୀକ୍ଷା […]

ଓଡିଶା ଛାଡି ଯିବନି ଆର୍ସଲମିତ୍ତଲ, ନିପନ ଷ୍ଟିଲ୍ଅ ।

ଗ୍ରଣୀ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଆର୍ସଲମିତ୍ତଲ ଏବଂ ଜାପାନର ନିପନ ଷ୍ଟିଲ୍ ଓଡିଶାରୁ ଓହରି ନଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଦୁଇ କମ୍ପାନୀ ମିଳିତଭାବେ ଓଡ଼ିଶାରେ ବିଶାଳ ଷ୍ଟିଲ୍ ପ୍ଲାଣ୍ଟ ବସାଇବେ ବୋଲି ପୂର୍ବ ସରକାରଙ୍କ ସମୟରେ ଓଡିଶା ସହିତ ଚୁକ୍ତି କରିଥିଲେ। ନିପନ ଷ୍ଟିଲ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ନିବେଶ କରିଥାନ୍ତା । ଯାହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବା ସହ ଶିଳ୍ପ ସମୃଦ୍ଧ ରାଜ୍ୟ […]

ଆସିଲା ବାତ୍ୟା ‘ଦାନା’ କ୍ଷୟକ୍ଷତି ରିପୋର୍ଟ

ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ ସୋମବାର ସାମ୍ନାକୁ ଆସିଛି । କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ ଶହ କୋଟି ଟଙ୍କା କ୍ଷତି ହୋଇଛି । ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି।୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି।୧୧, ୬୩୭ ଗାଁର ୪୧ […]

ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଲ୍ କରାଇ ଦେବାକୁ କହି ଜଣେ ଠିକାଦାରଙ୍କଠୁ ନେଉଥିଲେ ଲାଞ୍ଚ । ସୋମବାର ସକାଳେ ଯନ୍ତ୍ରୀ ଫିରିଙ୍ଗିଆ ସ୍ଥିତ ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଧରିଥିଲେ ଭିଜିଲାନ୍ସ।ଏକକାଳୀନ ୪ଟି ସ୍ଥାନରେ ବର୍ତ୍ତମାନ ଭିଜିଲାନ୍ସ ଟିମ ଚଢାଉ କରିଛନ୍ତି । ଫିରିଙ୍ଗିଆ […]

ଶ୍ୱଶୁର ଘରୁ ଫେରିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

ନିଜ ପରିବାର ସହ ଶ୍ୱଶୁର ଘରୁ ନିଜ ଘରକୁ ଫେରୁଥିଲେ ଯୁବକ। ବାରହା ଶିକାର ପାଇଁ ବିଲରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ କଙ୍କିଳି ଗାଁ ମୁଣ୍ଡାସାହିର ସନ୍ତୋଷ ପ୍ରଧାନ। ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ସନ୍ତୋଷ ନିଜ ପରିବାର ଲୋକଙ୍କ ସହ ନିଜ ଶଶ୍ୱର ଘର […]

ମେଘନାଦ ପାଚେରୀ ଫାଟ :ଖୁବଶିଘ୍ର ମରାମତି ନେଇ ଆଇନମନ୍ତ୍ରୀଙ୍କ ସୂଚନା

ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ପ୍ରସଙ୍ଗ। ଖବର ପ୍ରସାରଣ ପରେ ଆକ୍ସନ ମୁଡ୍‌କୁ ଆସିଛି ଏଏସଆଇ। ଘଟଣାକୁ ଗୁରୁତର ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ । ଏବେ ଶିଉଳି ଛଡାଇ ଫାଟ ଯୋଡା କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶିଉଳି ଛଡାଯାଇଛି । ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଛି। ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ […]

ଶିମିଳିପାଳ ଜେନାବିଲ ରେଞ୍ଜରେ ପ୍ରାଣ ହରାଇଲା ଯଶୋଦା ହାତୀ ।

ଶିମିଳିପାଳ ଜେନାବିଲ ରେଞ୍ଜରେ ପ୍ରାଣ ହରାଇଲା ଯଶୋଦା ହାତୀ । ମୃତ୍ୟୁ ବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା । ଏନେଇ ସୂଚନା ଦେଲେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେଇ ।ଯଶୋଦା କିଛି ଦିନ ତଳେ ଚନ୍ଦକାରେ ଥିବା ସମୟରେ ଅସୁସ୍ଥ ହୋଇଥିଲା। ସେଠାରେ ଦିନକୁ ଦିନ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଜେନାବିଲ ରେଞ୍ଜକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧିନ ଅବସ୍ଥାରେ ଯଶୋଦାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ହେବ

ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ । ୪ ତାରିଖରେ ପାଗ ଶୁଖିଲା ରହିବ। ୫ରେ ଗଞ୍ଜାମ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ୬ରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, […]

ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଖୁବଶୀଘ୍ର ଆସିବ ଆଇନ

ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ପ୍ରସଙ୍ଗକୁ ବେଶ୍ ରାଜନୀତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ଏବେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀ ପ୍ରତିକ୍ରିୟା ରଖିବା ସହ ଖୁବଶୀଘ୍ର ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଆସିବ। ସୂଚନାରୁ ଯୋଗ, ଗତ କିଛିଦିନ ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଳୀଳ ନୃତ୍ୟକୁ ନେଇ […]

ଆଜି ମହାପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର

ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର। ତେଣୁ ଶ୍ରକ୍ଷେତ୍ର ପୁରୀ ସହ ରାଜ୍ୟର ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । ସୋମବାର ଅବସରରେ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି। ପୂଜକ ସମିତି ପକ୍ଷରୁ ଭୋର୍ ୪ ଟାରୁ ଦ୍ୱାର ଫିଟାଯାଇ ୧୦୮ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ନୀତି ସମାପନ ପରେ ସାଧାରଣ ର୍ଦଶନ ପାଇଁ ଦ୍ଵାର ଫିଟା ଯାଇଥିଲା । ଶୃଙ୍ଖଳିତ ର୍ଦଶନ ନିମନ୍ତେ […]