author

ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡ କାଏମ ରଖିଲେ ହାଇକୋର୍ଟ

ରାୟଗଡା,୧।୧୧(ସବ୍ୟୁ)-ପୂର୍ବତ୍ତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ପୁଣି ଝଟକା । ଭୂବନେଶ୍ୱର ତୃତୀୟ ଅତିରିକ୍ତ ଦୌରାଜଜ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡ ଦଣ୍ଡାଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ । ୨୦୨୩ ଜୁନ ୨୭ତାରିଖ ଅତିରିକ୍ତ ଦୌରାଜଜ ଅଦାଲତଙ୍କ ରାୟକୁ ଚାଲେଞ୍ଚ କରି ରାମମୂର୍ତ୍ତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅପିଲକୁ ହାଇକୋର୍ଟ ଖାରଜ କରିବା ସହ ଜାମିନରେ ଥିବା ରାମମୂର୍ତ୍ତୀଙ୍କୁ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାମମୂର୍ତ୍ତି ଗମାଙ୍ଗ ୧୯୯୦ ମସିହା ନିର୍ବାଚନରେ […]

ବଲିଉଡ୍‌ରେ ଓଡିଆ ପୁଅଙ୍କ କମାଲ

ବଲିଉଡ ଫିଲ୍ମ ଭୁଲଭୁଲୈୟା-ଥ୍ରୀରେ ଓଡ଼ିଆ ପୁଅଙ୍କ କମାଲ । ଆସିଷ୍ଟାଣ୍ଟ ଡିରେକ୍ଟର ବା ସହ ନିର୍ଦ୍ଦେଶକ ଭାବେ କାମ କରି ଚର୍ଚ୍ଚାରେ ରାଜ କିଶୋର ହୋତା । ସୋନପୁର ଜିଲ୍ଲାର ରାଜ କିଶୋର ଅନେକ ଦିନ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି । ପୂର୍ବରୁ ଅନେକ ସିନେମାରେ ନିଜ ପାରଦର୍ଶିତା ଦେଖାଇଛନ୍ତି ରାଜ କିଶୋର ।ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ ସେ କାମ କରିଥିବା ଫିଲ୍ମଗୁଡ଼ିକ ହେଲା ଆଇ ଆମ କଲାମ, କୌନ କିତନେ ପାନି […]

ରହସ୍ୟରେ ଜେଲ୍ ୱାର୍ଡର ବିଜୟଙ୍କ ମୃତ୍ୟୁ

ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ୍‌ ୱାର୍ଡରଙ୍କ ମୃତଦେହ। ଜେଲ୍‌ ନିକଟ ବାରାକରୁ ଉଦ୍ଧାର ହୋଇଛି ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି। ତେବେ ଏହା ପଛର କାରଣ ଜଣାପଡ଼ିନି | ତାଙ୍କ ଘର ଆଠଗଡ଼ ର ଗୁରିଡିଝାଟିଆ ରେ ବୋଲି ଜଣାପଡିଛି । ଖବର ପାଇ ତାଙ୍କ ପରିବାର ଲୋକେ କେନ୍ଦ୍ରାପଡା ରେ ପହଞ୍ଚନ୍ତି । ତେବେ ବିଜୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି […]

ନନ୍ଦନକାନନରେ ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୂପା

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଖବର। ମାଆ ହେଲା ବାଘୁଣୀ ରୂପା। ତୃତୀୟ ଥର ମାଆ ହେଲା ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ। ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସ୍ଵତନ୍ତ୍ର ଟିମ୍ ରଖିଛନ୍ତି ନଜର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ସୂଚନା ମୁତାବିକ, ୨୦୨୩ ମସିହାରେ ୭ ଜାନୁଆରୀରେ ପୂର୍ବରୁ ଧଳା ବାଘୁଣୀ ରୂପ ତିନି ବାଘ ଛୁଆଁ ଜନ୍ମ […]

ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସରକାରୀ ନଥିପତ୍ର ଓ ଲାପଟପ ଚୋରୀ ଘଟଣାରେ ଡାକ୍ତରଙ୍କ ସମେତ ୩ ଗିରଫ

ରାୟଗଡା ୦୨/୧୧ ରାୟଗଡ଼ା ପୌରପରିଷଦ ଅଞ୍ଚଳ ରିଙ୍ଗରୋଡ ସ୍ଥିତ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର-୧ରେ ଗତ ୨୯ ତାରିଖ ଦିନ ଚୋରି ହୋଇଥିବା ଘଟଣାରେ ସେଠାରେ କାର୍ଯ୍ୟ କରୁଥିବା ପୂର୍ବତନ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁଙ୍କ ସମେତ ୩ଜଣଙ୍କୁ ରାୟଗଡା ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଅନ୍ୟମାନେ ହେଲେ‌ ସେଠାରେ କାର୍ଯ୍ୟ କରୁଥିବା ଲେବ ଟେକ୍ନସିଆନ ଅବିନାଶ ସାଉନ୍ତା ଏବଂ ଦେବାଶିଷ ଗରଡିଆ । ଏହି ଚୋରୀ ଘଟଣା ସଂପର୍କରେ […]

ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସରକାରୀ ନଥିପତ୍ର ଓ ଲାପଟପ ଚୋରୀ ଘଟଣାରେ ଡାକ୍ତରଙ୍କ ସମେତ ୩ ଗିରଫ

ରାୟଗଡା ୦୧/୧୧ () ରାୟଗଡ଼ା ପୌରପରିଷଦ ଅଞ୍ଚଳ ରିଙ୍ଗରୋଡ ସ୍ଥିତ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର-୧ରେ ଗତ ୨୯ ତାରିଖ ଦିନ ଚୋରି ହୋଇଥିବା ଘଟଣାରେ ସେଠାରେ କାର୍ଯ୍ୟ କରୁଥିବା ପୂର୍ବତନ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁଙ୍କ ସମେତ ୩ଜଣଙ୍କୁ ରାୟଗଡା ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଅନ୍ୟମାନେ ହେଲେ‌ ସେଠାରେ କାର୍ଯ୍ୟ କରୁଥିବା ଲେବ ଟେକ୍ନସିଆନ ଅବିନାଶ ସାଉନ୍ତା ଏବଂ ଦେବାଶିଷ ଗରଡିଆ । ଏହି ଚୋରୀ ଘଟଣା […]

ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଜରିମାନା ଲଗାଇଛି।

ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଅର୍ଥାତ୍‌ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦, ୦୦୦,୦୦୦,୦୦୦ ଡଲାରର ଜରିମାନା। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି।କେବଳ ସେତିକି ନୁହେଁ ୯ ମାସ ମଧ୍ୟରେ ଗୁଗଲ୍‌କୁ ଉକ୍ତ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଗୁଗଲ୍‌ ବିରୋଧରେ ଆଇନଗତ ଲଢ଼େଇରେ ରୁଷ୍‌ର ୧୭ଟି […]

ଯୁବତୀଙ୍କ ଉପରେ ଚଢିଗଲା ମୋ ବସ୍

‘ମୋ ବସ୍‌’ ଧକ୍କାରେ ୨ ଗୁରୁତର । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଘଟିଛି । ଯୁବତୀଙ୍କ ବାମ ପଟେ ଚଢିଯାଇଥିଲା ବସ୍‌ । ଫଳରେ ଯୁବତୀଙ୍କ ହାତ ଓ କାନ୍ଧ ହାଡ ଭାଙ୍ଗିଯାଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଜାରି ରହିଛି । ସେଠାକୁ ଆସୁଥିବା ପ୍ରାୟ ୨୦ରୁ ଅଧିକ […]

ଆଉ ଏକ ବାତ୍ୟା ଭୟ କିନ୍ତୁ ଓଡିଶା ପ୍ରତି….

ସତ ହେବ କି ପାଞ୍ଜି କଥା ? ନଭେମ୍ବରରେ ହେବ କି ବାତ୍ୟା ? କିଛି ଏମିତି ଚର୍ଚ୍ଚା ଭିତରେ ଚିନ୍ତା ବଢାଇଛି IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟର ଆକଳନ। ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ ପଶ୍ଚିମ ଦିଗକୁ ଗତିକରି ତାମିଲନାଡ଼ୁ ଉପକୂଳରେ ପହଞ୍ଚିବ । ୭ ନଭେମ୍ବରରେ ଅଧିକ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇପାରେ । ଅବପାତରୁ ଅଧିକ ଘନୀଭୂତ ହୋଇ […]

ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି

ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ୱର ୨୫ରୁ ଡିସେମ୍ୱର ୨୦ ଯାଏ ଚାଲିପାରେ । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ନଭେମ୍ୱର ୨୫ରେ ଶୀତ ଅଧିବେଶନ ଆରମ୍ଭ ହୋଇପାରେ । ତେବେ ଖାସ୍ କଥା ଏହା ଯେ ଏହି ଅଧିବେଶନରେ ଗୋଟିଏ ଦିନ ଗୃହର ସାଂସଦ ସଂସଦର ପୁରୁଣା ବିଲ୍ଡିଂରେ ବସି ପାରନ୍ତି । ଏହି ସ୍ପେଶାଲ ଜଏଣ୍ଟ ସିଟିଂ ପାଇଁ ପୁରୁଣା ସଂସଦ ଭବନର […]

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ ଆରମ୍ଭ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଚଳିତ ମାସର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଫର୍ମପୂରଣ କରିବେ।ଫର୍ମ ପୂରଣ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ ଲିଙ୍କ୍‌ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍‌ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ […]

‘ହୀରାକୁଦ ଜଳଭଣ୍ଡାରକୁ ଶିଳ୍ପବର୍ଜ୍ୟ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ’

ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି। ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ହିଁ ପାଣିର ଉପାଦାନ ପ୍ରଭାବିତ ହେବାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିଯୋଗୁଁ ମାଛବଂଶ ଲୋପ ପାଇବା ସହ ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏହାବ୍ୟତୀତ […]