ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ ସ୍ବାମୀ ଶରତଙ୍କ ସମେତ ଶାଶୁଘର ଲୋକେ ଘରଛାଡ଼ି କେଉଁଆଡ଼େ ପଳାଇଯାଇଛନ୍ତି। ଫଳରେ ଝିଅ ମଧୁସ୍ମିତାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ସଦର ଥାନା ସିମିନଇ ଗ୍ରାମର ସରୋଜ କୁମାର ସିଂହ ସୋମବାର ଢେଙ୍କାନାଳ ଟାଉନ ଥାନାରେ […]
ମଙ୍ଗଳବାର ସକାଳ ରାୟଗଡା ସହର ହେଲା ଉତ୍ସବ ମୁଖର। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟ୍ଟାୱରୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ସଦର ମହକୁମାରେ ଆୟୋଜିତ ହେଲା ପଥ ଉତ୍ସବ। ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଛାତ୍ରୀ, ଛାତ୍ର, ସରକାରୀ କର୍ମକର୍ତ୍ତା, ପ୍ରଶାସନ, ବିଭିନ୍ନ କ୍ଲବ ଓ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ଜନସାଧାରଣ ପଥ ଉତ୍ସବରେ ବ୍ଳକ କାର୍ଯ୍ୟାଳୟ ଛକରୁ ବାହାରି ନୂଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ସ୍ଳୋଗାନ ସହ […]
ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଜଙ୍ଗଲରେ ଏବେ ଅଛନ୍ତି ୩୨ ଟିକିଆ ହାତୀ ପଲ। ଦୁଇ ତଳେ ଅପରାହ୍ନ ପ୍ରାୟ ୩ଟା ବେଳେ ଜଙ୍ଗଲ ପାର୍ଶ୍ୱ ପଡ଼ିଆରେ କିଛି ପିଲା ଫୁଟ୍ବଲ ଖେଳୁଥିଲେ। ଠିକ୍ ସେହି ସମୟରେ ଜଙ୍ଗଲରେ ଥିବା ଗୋଟିଏ ଦନ୍ତା ପଡ଼ିଆ ଭିତରକୁ ଆସିଥିଲା। ହାତୀକୁ ଦେଖି ପିଲାମାନେ ଭୟଭୀତ ହୋଇଯାଇଥିଲେ। ଫୁଟ୍ବଲ୍କୁ ଛାଡ଼ି ପଡ଼ିଆର ଗୋଟିଏ ପାର୍ଶ୍ୱକୁ ପଳାଇ ଆସିଥିଲା।ହାତୀଟି ଶାନ୍ତସିଷ୍ଟ ଖେଳାଳିଟିଏ ପରି ଫୁଟ୍ବଲ ପାଖକୁ ଆସିଥିଲା। ପ୍ରଥମେ ବଲ୍କୁ ଶୁଣ୍ଢରେ ଗଡ଼ାଇ […]
ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍ ଦିବସ’। ଏ ବର୍ଷର ଥିମ୍ ରହିଛି-‘ଗ୍ରେଟର ଦ୍ୟାନ୍ ଷ୍ଟ୍ରୋକ୍, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍ର ଅନ୍ୟନାମ ବ୍ରେନ୍ ଆଟାକ୍ ବା ମସ୍ତିଷ୍କାଘାତ। ଏଠାରେ ଜାଣିରଖିବା ଉଚିତ ଯେ, ଶରୀରର ସବୁ ଅଙ୍ଗ ତଥା କୋଷ ଭଳି ମସ୍ତିଷ୍କ ମଧ୍ୟ ଦରକାରକରେ ଅକ୍ସିଜେନ୍ ଏବଂ ପୁଷ୍ଟି। ଏହି ଅକ୍ସିଜେନ୍ ଏବଂ ପୁଷ୍ଟି ମସ୍ତିଷ୍କର ସ୍ନାୟୁକୋଷଗୁଡ଼ିକୁ […]
ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅଗ୍ନିଶମ ବିଭାଗକୁ ଅଧିକ ସଶକ୍ତ ଓ ମଜଭୁତ କରିବା ନିମନ୍ତେ ଏହି ଅବସରରେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍ ମନିଟରକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ରୋବୋଟ୍ ଦେଖାଇବ ନିଆଁ ଲିଭାଇବାର କୌଶଳ।ଯେଉଁ ସ୍ଥାନରେ ଭୟଙ୍କର […]
ପୁରୀ ଶ୍ରୀମନ୍ଦିରରେ ବୁଧବାର ଅର୍ଥାତ୍ ଅକ୍ଟୋବର ୩୦ ତାରିଖରେ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ […]
ପୁରୀ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବଦାହ। ଏନେଇ ଯୋଜନା ପ୍ରସ୍ତୁତ ଚାଲିଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି । ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ । ତେବେ ସ୍ୱର୍ଗ ଦ୍ୱାର କମିଟି ସହ ଏନେଇ ଆଲୋଚନା କରାଯିବ […]
ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବ ଆଉ ୫ ବାଘୁଣୀ ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡାଯାଇଛି । ଖୁବ୍ କମ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଗତ କାଲି ଯମୁନାର ସ୍ୱାସ୍ଥ୍ୟବସ୍ଥା ଦେଖି ନୂଆ ବାଘୁଣୀ ଆସିବାର ଧାର୍ଯ୍ୟ ହେବ ଦିନ । ତେବେ ଯମୁନାକୁ ଛଡାଯିବା ପରେ ସେ ସମ୍ପୂର୍ଣ ଭାବରେ ଖୁବ୍ ଫୁର୍ତ୍ତିର ସହ ଖେଳୁଛି ଓ ସୁସ୍ଥ ଅଛି ବୋଲି ସୂଚନା […]
ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ଏହି ଘଟଣାକୁ ମନ୍ତ୍ରୀ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ସୁବିଧା ଦିଆଯିବ ବୋଲି କହିଛନ୍ତି। ଏନେଇ ବିହାର ସରକାରଙ୍କ ସହ ଆଲୋଚନା ବି କରିବେ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ। […]
ବାତ୍ୟା ‘ଦାନା’ ଯିବା ପରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇ ଯାଇଛି |ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳକୁ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି । ତେବେ ବାତ୍ୟା ଯୋଗୁ ୫ ଦିନ ଧରି ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରଖା […]
କେନ୍ଦ୍ରାପଡା , ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱିତ ବିଭାଗରୁ ଆସିଛି ଏଭଳି ଏକ ଅଭିଯୋଗ । ଯେଉଁଠି ଗର୍ଭବତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । କର୍ମ କ୍ଷେତ୍ରରେ ବି ଗର୍ଭବତୀଙ୍କ ଚିକିସ୍ଛା , ଯତ୍ନ ନେଇ ଅନେକ ଗୁରୁତ୍ୱ ଦିଆଯାଉଛି । ହେଲେ ଏହା ସତ୍ତ୍ୱେ ଜଣେ ଗର୍ଭବତୀ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀ ଅସହେଯାଗ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଡେରାବିସ ବ୍ଲକ୍ […]
ନୟାଗଡ଼, (ଓଡ଼ିଶା ଦର୍ପଣ): ‘ଶ୍ରୀ ସୃଜନ’, ନୟାଗଡ଼ ପକ୍ଷରୁ ଏକ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨୪ ନଭେମ୍ବର ୨୦୨୪ ରେ ସଙ୍ଗୀତ ପ୍ରତିଯୋଗିତା କରି ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ସହ ଲୋକ ଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି […]
