author

ରାସ୍ତାରେ ଥିବା ମ୍ୟାନହୋଲରେ ପଡ଼ିଲା ୨ ବର୍ଷର ଶିଶୁ।

ରାସ୍ତାରେ ଯାଉଥିବା ବେଳେ ମ୍ୟାନହୋଲରେ ଖସିପଡିଲା ୨ବର୍ଷର ଶିଶୁ। ନିଜ ମାଙ୍କ ସହ ଯାଉଥିବା ବେଳେ ଅଘଟଣ। ରାସ୍ତାରେ ଥିବା ମ୍ୟାନହୋଲର ଢ଼ାଙ୍କଣା ଖୋଲାଥିଲା ହେଲେ ଏକଥା ଜାଣିନଥିଲେ ମା ଜଣକ। ଗୁଜରାଟ ସୁରଟରୁ ଆସିଛି ଏଭଳି ଅଭାବନୀୟ ଖବର । ସୂଚନା ଅନୁସାରେ ଭରିଆବ ଗାଁର ୨ ବର୍ଷର ଶିଶୁ ସ୍ବେରେଜ୍‌ ଡ୍ରେନରେ ପଡିଯାଇଛି । ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । […]

ଶ୍ରୀଜଗନ୍ନାଥଙ୍କ ସୁନା ମୁକୁଟ ଚୋରି, ଦାନବାକ୍ସ ନେଇଗଲେ ଚୋର

ଜଗନ୍ନାଥ ମନ୍ଦିରରୁ ଲୁଟ୍ । ତିନି ବିଗ୍ରହଙ୍କ ସୁନା ମୁକୁଟ ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଚମ୍ପୁ ଗାଁରେ ଦେଖିବାକୁ ମିଳିଛି ଅଘଟଣ ।ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ଆଜି ସକାଳେ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ତେବେ ଏଭଳି ଏକ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ […]

ଫେବ୍ରୁଆରି ୧୦ରୁ ଓଡ଼ିଶାରେ କୃମିନାଶ ଅଭିଯାନ

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ୟୁନିସେଫ୍ ସହଯୋଗରେ, ଫେବ୍ରୁଆରି ୧୦ ରୁ ଓଡ଼ିଶାର ୧ କୋଟି ୬୦ ଲକ୍ଷରୁ ଅଧିକ ଶିଶୁ ଏବଂ ମହିଳାଙ୍କୁ କୃମିନାଶକ ଡୋଜ୍ ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରାଯିବ।ଉକ୍ତଦିନ ୧ରୁ ୧୯ ବର୍ଷ ବୟସର ବାଳିକାବାଳକ ଓ ୨୦ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳାଙ୍କୁ ମିଶାଇ ମୋଟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୃମିନାଶକ (ଦ୍ରବଣ/ବଟିକା) ଔଷଧ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗଓ୍ବାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ […]

ବାରବାଟୀ ଟିକେଟ : ମାତିଲେ ଦଲାଲ

ବାରବାଟୀ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ସ୍ଥିତି ଆଗରୁ କେବେ ଦେଖିବାକୁ ମିଳିନଥୁଲା। ଟିକେଟର ଏତେ ଚାହିଦା ବଢିଯିବ ସେ କଥା କେହି ବି ଆକଳନ କରିନଥିଲେ। ସ୍ଥିତି ଏମିତି ହେଲା ଯେ, ୯ ଶହ ଟଙ୍କିଆ ଗ୍ୟାଲେରୀ ଟିକେଟ୍ ବୁଧବାର ରାତିରେ ୩ ହଜାର ଟଙ୍କାରେ ବିକ୍ରି ହୋଇଛି। ଅନ୍ୟପଟେ ଟିକେଟ୍ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆସିଛି । ଆଶା ଠାରୁ ଅଧିକ ଲୋକ ଆସିବାରୁ ଭିଡ଼ ନିୟନ୍ତ୍ରଣ କରିବାରେ ପୁଲିସକୁ ସମସ୍ୟା ହୋଇଥିଲା […]

ଫେବ୍ରୁ୍ଆରିରୁ ୩୬ ଡିଗ୍ରୀ ପାର କଲାଣି ପାରଦ

ରାଜ୍ୟର ତୋଡ ଦେଖାଇଲାଣି ତାତି । ୧୦ ସହରରେ ତାତି ୩୫ ଡିଗ୍ରୀ ସେଲସିୟସ୍‌ ଟପିଛି । ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ସେଲସିୟସ ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିଛି ତାପମାତ୍ରା । ଏଥିପାଇଁ ଗରମ ଏବଂ ତାତି ଅନୁଭବ ହେଉଛି । ଆଗାମୀ ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା […]

ଓଡିଶା ଯାତ୍ରୀ ଆପ : ସୁରକ୍ଷିତ ହେବ ଯାତ୍ରା 

ସମସ୍ତେ ଚାହାନ୍ତି ଯାତ୍ରା ସୁରକ୍ଷିତ ହେଉ , ଯିବା ଆସିବା ଭଡା ବି ଉଚିତ ହେଉ I ଏପରି ଏକ ସହର କଳ୍ପନା କରନ୍ତୁ ଯେଉଁଠାରେ ପ୍ରତ୍ୟେକ ଯାତ୍ରା ସୁରକ୍ଷିତ, ପ୍ରତ୍ୟେକ ଭଡ଼ା ନ୍ୟାୟପୂର୍ଣ୍ଣ ଏବଂ ପ୍ରତ୍ୟେକ ଡ୍ରାଇଭର ସଶକ୍ତ। ଓଡ଼ିଶା ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରୁଛି ଓଡ଼ିଶା ଯାତ୍ରୀ – ଏକ ଅଭିନବ ଗତିଶୀଳତା ଆପ୍ ଯାହା ଭୁବନେଶ୍ୱର ଏବଂ କଟକରେ ଲୋକଙ୍କ ଯାତାୟାତକୁ ପରିବର୍ତ୍ତନ କରୁଛି। ଏହାର କାର୍ଯ୍ୟର ମୂଳରେ ସୁରକ୍ଷା ସହିତ, […]

ଆଜିର ରାଶିଫଳ(୬ ଫେବୃଆରୀ, ୨୦୨୫)

ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ […]

ଏକଜିଟ୍ ପୋଲରେ ସତ୍ତା ପରିବର୍ତ୍ତନର ସୁରାକ୍

ବଦଳିଲା ଦିଲ୍ଲୀର ସମୀକରଣ। ଚମକାଇ ଦେଇଛି ଦିଲ୍ଲୀ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ସର୍ଭେ। ୨୭ ବର୍ଷର ବନବାସ ସାରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ନେଇ ଅଧିକାଂଶ ବୁଥ ବାହୁଡା ସର୍ଭେ ସଙ୍କେତ ଦେଇଛନ୍ତି।ଦିଲ୍ଲୀ ବିଧାନସଭାରେ ମୋଟ ୭୦ଟି ଆସନ ଥିବାବେଳେ, ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ୩୫ରୁ ୪୦ ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଯାହାକି ସରକାର ଗଠନ କରିବାକୁ ଯଥେଷ୍ଟ ହେବ । ଅନ୍ୟପଟେ ଆପ୍ କିନ୍ତୁ ଏଥର […]

ବିଲାତ ଯୁବକଙ୍କ ହାତ ଧରିଲେ ବାଲେଶ୍ଵର ଯୁବତୀ

ଓଡିଆ ଝିଅ ପ୍ରେମରେ ବିଦେଶୀ ପୁଅ । ବିଦେଶରେ ପ୍ରେମ ହେଲା କିନ୍ତୁ ବାହାଘର ଦେଶୀ ଷ୍ଟାଇଲରେ । ଭାରତୀୟ ବର ବେଶରେ ବିବାହ ମଣ୍ଡପକୁ ଆସିଲେ ବିଦେଶୀ ବର। ହାତରେ ନଡିଆ ଧରି କନିଆଁ ଘରେ ପହଞ୍ଚିଥିଲା ବିଦେଶୀ ବର ।ଡିଜେ ସାଙ୍ଗକୁ ବାଣ ରୋଷଣୀରେ ମନର ମାନସୀ ନତାସା ଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ନାଚି ନାଚି ଆସୁଛି ବର । ଏପଟେ କନ୍ୟା ଘରେ ଚାହିଁ ବସିଛି ନିଜ ମନର ମଣିଷ […]

ଭରତପୁର ଥାନା ମାମଲାରେ ତଦନ୍ତ ଶେଷ

ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ ତଦନ୍ତ ବୁଧବାର ଶେଷ ହୋଇଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତଦନ୍ତ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜଷ୍ଟିସ ସି.ଆର ଦାଶ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦିଆଯିବ। ମିଳିଥିବା ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ରିପୋର୍ଟ ଦିଆଯିବ।ଆଜି ବାନ୍ଧବୀ ଏବଂ ତାଙ୍କ ଓକିଲ ଅଭିଯୁକ୍ତ ପୋଲିସ ଏବଂ ସାକ୍ଷୀ ଥିବା ମୋଟ ୩୫ ଜଣଙ୍କୁ ଜେରା […]

ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହେଉଛି ଶିକ୍ଷଣର ମୂଳ ପର୍ଯ୍ୟାୟ । ଏହାକୁ ଆଧାର କରି ଗତ କାଲି ଅନୁଷ୍ଠିତ ହୋଇଥିବା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ସମସ୍ତ ୧୫ଟି କ୍ଲଷ୍ଟରର ମନୋନୀତ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ମୌଳିକ ସଂଖ୍ୟା ଜ୍ଞାନ […]

ଓଡିଶା ସରକାରଙ୍କ ଷ୍ଟାଡିଂ କମିଟି-VIIIଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପରିଦର୍ଶନ ଓ ସମୀକ୍ଷା” ଜିଲ୍ଲାପାଳଙ୍କ ଦକ୍ଷ ନେତୃତ୍ୱକୁ କମିଟିଙ୍କ ପ୍ରଶଂସା l

ରାୟଗଡ:-ତା.୦୪-୦୨-୨୦୨୫ରିଖ ଦିନ ଓଡ଼ିଶା ସରକାରଙ୍କ ଅଷ୍ଟମ ଷ୍ଟାଡିଂ କମିଟି ରାୟଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମନୋହର ରନ୍ଧାରୀଙ୍କ ନେତୃତ୍ୱରେ ମାନ୍ୟବର ବିଧାୟକ ସମୂହ ଦାଶିରଥୀ ଗମାଙ୍ଗ, ରୁପୁ ଭତ୍ରା, ରଘୁରାମ ମାଛ, ପ୍ରମୁଖ ରାୟଗଡ ଜିଲ୍ଲାର କୈଲାସପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କୋଳାନାରା ଆଶ୍ରମ ବିଦ୍ୟାଳୟ,କୋଲନରା ସ୍ଵୟଂ ସହାୟକ ଗୋଷ୍ଠୀକେନ୍ଦ୍ର ଆଦି ବୁଲି ଛାତ୍ର ଛାତ୍ରୀ ଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କ ସହ […]