author

ଚନ୍ଦ୍ରଭାଗା ସମୁଦ୍ରରେ ଭାସିଯାଇଥିଲେ ୩ ଯୁବକ : ୨ ଜଣ ଉଦ୍ଧାର

ଚନ୍ଦ୍ରଭାଗା ସମୁଦ୍ରରେ ଶନିବାର ଏକ ଅଘଟଣ ଘଟିଛି। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ତିନି ଜଣ ଯୁବକ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ । ୨ ଜଣଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ପିପିଲି ଅଞ୍ଚଳର ଜୀବନଜ୍ୟୋତି ମହାନ୍ତି ହୋଇଥିବା ବେଳେ ଉଦ୍ଧାର ଦୁଇ ଯୁବକ ସୁକାନ୍ତ ଜେନା ଓ ସୁଧୀର ମଲ୍ଲିକ ବୋଲି ମେରାଇନ ଥାନା ଅଧିକାରୀ ସୂଚନା […]

ମହାନବମୀରେ ମା’ ଦୁର୍ଗାଙ୍କ ପାଖେ ଲାଗି ହୁଏ ମାଛ ଭୋଗ

ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର କଟକ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। କଟକର ଅଲିଶା ବଜାର ପୂଜା କମିଟି ପକ୍ଷରୁ କରାଯାଉଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜା । ଏହି ପୂଜା ମଣ୍ଡପରେ ବହୁ ପୁରାତନ ଦୂର୍ଗାପୂଜା ପରମ୍ପରା । ୨୦୦୦ ମସିହାରେ କଟକ ସହରର ତୃତୀୟ ସମ୍ପୂର୍ଣ ଚାନ୍ଦି ମେଢ ନିର୍ମାଣ କରିଥିଲା ଅଲିଶାବଜାର ପୂଜା କମିଟି । ଏହି […]

କିରେ ବିଷୁ ଏ ଜଙ୍ଗଲି ହରଣୀଟା କିଏ କିରେ… ଆଜି ହର ପଟ୍ଟନାୟକଙ୍କ ଜନ୍ମଦିନ

ଆଜି ହର ପଟ୍ଟନାୟକଙ୍କ ଜନ୍ମଦିନରେ ଝୁରୁଛି ପୁରା ଓଡିଶା, ଆଉ ମନେ ପକାଉଛି ଓଲିଉଡ୍‌ ଇଣ୍ଡଷ୍ଟ୍ରି। ୧୯୫୮ ମସିହା ଅକ୍ଟୋବର ୧୨ ତାରିଖରେ କଟକର ହର ପଟ୍ଟନାୟକଙ୍କ ଜନ୍ମ । ଛୋଟ ବେଳୁ କଳା ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା । ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ମଞ୍ଚ, ନାଟକ ପ୍ରତି ଆକୃଷ୍ଟ କରିଥିଲା । ଧୀରେ ଧୀରେ ନିଜର ମଞ୍ଚ ଏବଂ ନାଟକରେ ଅଭିନୟ କରୁ କରୁ ପାଦ ଥାପିଥିଲେ ଓଲିଉଡ୍‌ ଇଣ୍ଡଷ୍ଟ୍ରି । […]

ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଜୟନ୍ତୀ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଜୟନ୍ତୀ । ଜଣେ ଖାଣ୍ଟି କଟକିଆର ନାଁ ଅକ୍ଷୟ ମହାନ୍ତି। କଟକ ସହର, ସଙ୍ଗୀତ ଜଗତ ଏବଂ ଜଣାଶୁଣା ମହଲରେ ଖୋକା ଭାଇ ନାଁରେ ପରିଚିତ ଏବଂ ମରି ଅମର ହୋଇଥିବା ଜଣେ ଓଡ଼ିଆର ନାଁ। ଅକ୍ଷୟ ମହାନ୍ତି ଥିଲେ ଜଣେ ଗୀତିକାର, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ, […]

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । କଟକ ସ୍ମାର୍ଟସିଟି ହେବ

ଆଜି କଟକରେ ଗୋଟି ଗୋଟି କରି ୩୪ଟି ପୂଜା ମଣ୍ଡପ ବୁଲିଥିଲେ ମୁଖ୍ୟମନ୍ତ୍ରୀ । ମଣ୍ଡପ ଗୁଡିକରେ ସାଜସଜ୍ଜା, ତାରକସି କାମ ଓ ମୃଣ୍ମୟୀ ମୂର୍ତ୍ତି ଦେଖି ଅଭିଭୂତ ହୋଇଯାଇଥିଲେ । କହିଥିଲେ, ଭାଇଚାରାର ସହର କଟକର ହେବ ସର୍ବାଙ୍ଗୀନ ଉନ୍ନତି । ତାସହ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।।ସେ କହିଛନ୍ତି ମୁଁ ପ୍ରାୟ ୪୦ଟି ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କଲି । ଏମିତି ପୂଜା ପୁରା ବିଶ୍ବରେ […]

ରଙ୍ଗିଲା ବାବାଙ୍କୁ ଉଠାଇନେଲା ପୋଲିସ

ଢେଙ୍କାନାଳ ଜିଲା ତିଗିରିଆ ଥାନା ବାହାରବିଲା ଆଶ୍ରମରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। କଟକ ତିଗିରିଆ ଥାନା ଅନ୍ତର୍ଗତ ସୋମପଡ଼ା ବାହାରବିଲ୍ଲା ସୁତୀକ୍ଷ୍ଣ୍ ଆଶ୍ରମରୁ ରଙ୍ଗିଲା ବାବା କୈବଲ୍ୟ ଜାନିଙ୍କୁ ଉଠାଇନେଲା ଢେଙ୍କାନାଳ ପୋଲିସ । ବାବାଙ୍କ କାରକୁ ମଧ୍ଯ ଜବତ କରାଯାଇଛି । ଚଢ଼ାଉ ସମୟରେ ବାବାଙ୍କ କାରରୁ କିଛି ଆପତ୍ତି ଜନକ ସାମଗ୍ରୀ ସହ ଯୁବତୀଙ୍କ ସହିତ କିଛି ଅନ୍ତରଙ୍ଗ ଫଟୋ ଓ ଜିନସ ପ୍ୟାଣ୍ଟ ମିଳିଛି ।ମିଳିଥିବା ସୂଚନା ମୁତାବକ, ଗତ […]

ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା

ଅଧିକାଂଶ ସ୍ଥାନରେ ପିଆଜ କିଲୋ ପ୍ରତି ୬୦ରୁ ୬୫ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ପରେ ପୁଣି ହଠାତ ପିଆଜ ଦର ବଢିଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପନିପରିବା ଦର ଆକାଶ ଛୁଆଁ ଥିବା ବେଳେ ହଠାତ ଆଳୁ ପିଆଜ ଦର ଖାଉଟିଙ୍କୁ ହନ୍ତସନ୍ତ କରିଛି । ତେବେ ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ସାରା ଦେଶରେ ଏଭଳି […]

ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ‘ସୁଭଦ୍ରା’ ଟଙ୍କା ପଠାଯିବ

ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ‘ସୁଭଦ୍ରା’ ଟଙ୍କା ପଠାଯିବ ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି କେହି ଯୋଗ୍ୟ ହିତାଧିକାରୀ ଥାଇ ବି ଟଙ୍କା ପାଇ ନ ଥିଲେ ତାଙ୍କୁ ଫୋନ୍‌ କଲ୍‌ ଯିବ। ଆବେଦନରେ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ ଫୋନ୍‌ ଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ଟଙ୍କା ପଠାଯିବ। ଠିକଣା ସମୟରେ ଏନେଇ ତାରିଖ ଘୋଷଣା କରାଯିବ। […]

ଫୁଡ୍ ଷ୍ଟଲରେ ଚଢ଼ାଉ କଲା ବିଏମସି

ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ପରିସରରେ ପଡ଼ିଥିବା ଖାଦ୍ୟ ଷ୍ଟଲ ଉପରେ ବିଏମସି ପକ୍ଷରୁ ଆଜି ଚଢାଉ କରାଯାଇଛି। ବିଭିନ୍ନ ଫାଷ୍ଟଫୁଡ ଦୋକାନରେ ଫୁଡ ସେଫ୍ଟି କମିଶନଙ୍କ ଯାଞ୍ଚ ଚାଲିଛି। ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା ପୂଜା ବଜାରରେ ଚଢ଼ାଉ ହୋଇଛି। ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗରେ ରେଡ ଚାଲିଛି। ବିପୁଳ ପରିମାଣର ବାସି ଓ ରଙ୍ଗ ମିଶା ଖାଦ୍ୟ ଟିମ୍‌ ନଷ୍ଟ କରିଛି।ଜଣେ ବିଏମସି ଅଧିକାରୀ କହିଛନ୍ତି, ପ୍ରଶାସନର ନିର୍ଦ୍ଦେଶ କ୍ରମେ […]

ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

+୨ ତୃତୀୟ ନାମଲେଖା ନେଇ ସାମ୍‌ସ ୱେବ୍‌ସାଇଟ୍‌ରେ ୨୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ୨୭ ତାରିଖ ମଧ୍ୟରେ ଆବେଦନ କରିପାରିବେ ଶିକ୍ଷାର୍ଥୀ । ନଭେମ୍ବର ୧ରେ ମେଧା ତାଲିକା ପ୍ରକାଶ ପାଇବ ।ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ୨ରୁ ୫ ତାରିଖ ମଧ୍ୟରେ ନାମଲେଖାଇ ପାରିବେ ।ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ୭ ଓ ୮ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରିବା ପରେ ସେହିଦିନ ସାଢ଼େ ୪ଟାରେ ଚୂଡ଼ାନ୍ତ ୱେଟିଂ ତାଲିକା ପ୍ରକାଶ […]

ମାଆ ଦୁର୍ଗାଙ୍କ ମୂର୍ତି ନୁହେଁ ଏହା ଚଳନ୍ତି ପ୍ରତିମା

ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟ ମାନେ ଦୁର୍ଗା ପୂଜାକୁ ନିଆରା ଢଙ୍ଗରେ ପୁଜନ୍ତି | ସହରର ସବୁ ପୂଜା ମଣ୍ଡପରେ, ମାଁଙ୍କ ମୃଣ୍ମୟୀ ପ୍ରତିମା ଏବଂ ଆକର୍ଷଣୀୟ ମେଢ଼ ଦେଖିବାକୁ ମିଳୁଥିବା ବେଳେ, ଏଠାରେ ରାଜଯୋଗର ନିଆରା କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ସୁସଜ୍ଜିତ ଦୁର୍ଗାମେଢ ରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା କିମ୍ବା ଚିତ୍ରକଳା ନଥିଲା ।ବିଦ୍ୟାଳୟର ଭାଇ-ଭଉଣୀ ମାନେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ଏବଂ ମହିଷାସୁର ବେଶରେ […]

ବିଭିନ୍ନ ମଣ୍ଡପ ମଧ୍ୟରେ ପ୍ରତିଯୋଗିତା ବେଳେ ଖର୍ଚ ହେଉଛି କୋଟି କୋଟି ଟଙ୍କା

ଲକ୍ଷେ କି କୋଟିଏ ନୁହେଁ, ମା’ ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ପୁରାତନ ସହର କଟକ ଓ ରାଜଧାନୀ ଭୁବନେଶ୍ବରର ପୂଜା ମଣ୍ଡପଗୁଡ଼ିକ ଏମିତି ପ୍ରତିଯୋଗିତାରେ ମାତିଛନ୍ତି ଯେ ପ୍ରତିବର୍ଷ ପୂଜା ବଜେଟ ବଢ଼ି ବଢ଼ିଚାଲିଛି। ଦଶହରା ପୂଜା ପାଇଁ ପ୍ରସିଦ୍ଧ କଟକର ପୂଜା କମିଟିଗୁଡ଼ିକ ଖର୍ଚ୍ଚ ବଢ଼ାଇ ବଢ଼ାଇ ଏବେ ପ୍ରାୟ ୧୫୦କୋଟିରେ ପହଞ୍ଚାଇଲେଣି। ସେହିପରି ଭୁବନେଶ୍ବରରେ କମିଟିଗୁଡ଼ିକର ପୂଜା ବଜେଟ ପୂର୍ବ ବର୍ଷ ତୁଳନାରେ […]