author

ଏପ୍ରିଲରୁ ୬୩ ହଜାର ସ୍କୁଲରେ ଆରମ୍ଭ ହେବ ଶିଶୁ ବାଟିକା

୩ ଦିନିଆ ଜାତୀୟ କର୍ମଶାଳାରେ ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି ( ନ୍ୟାସ୍‌ନାଲ ଏଗୁକେସନ ପଲିସି ବା ଏନ୍‌ଇପି ) । ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଶିଶୁ ବଟିକା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ନେଇ ବିଜ୍ଞପ୍ତି ଜାରି ହୋଇଛି।ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ୩ କୁ ଆରମ୍ଭ କରିବ ଓଡ଼ିଶା। ସେ […]

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ?

ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ହରିବାବୁ କମ୍ଭମପତି।ଜାତୀୟ ପତାକା ଉତ୍ତୋଳନ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଦିନ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରାଯାଇଛି।ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପୁରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଖୋର୍ଦ୍ଧାରେ ପତାକା ଉତ୍ତୋଳନ […]

‘ସୁଭଦ୍ରା’କୁ ନେଇ ବଡ ଘୋଷଣା, ରାଜ୍ୟ ବାହାରେ ରହୁଥିବା ମହିଳାଙ୍କୁ ବି ମିିଳିବ ସୁଭଦ୍ରା ଟଙ୍କା

‘ସୁଭଦ୍ରା’କୁ ନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା।ତୁରନ୍ତ ସୁଭଦ୍ରା ଯୋଜନା ପାଇଁ ଅନଲାଇନ ଆବେଦନ କରିବା ପାଇଁ କହିଲେ ପ୍ରଭାତୀ ପରିଡ଼ା ।ଚଳିତ ମାସ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ସରକା କହିଛନ୍ତି । ଏଥିରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ବାହାରେ ଅନେକ ମହିଳା ରହିଛନ୍ତି। […]

ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ

ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ଫେବୃୟାରୀ ୫ରେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମହା ଅବସରରେ ସାମିଲ ହେବେ।ଦୂରଦୂରାନ୍ତରୁ ଅନେକ ଭକ୍ତ କୁମ୍ଭମେଳାରେ ସାମିଲ ହୋଇଛନ୍ତି । ଲୋକଙ୍କ ବିଶ୍ୱାସ କୁମ୍ଭମେଳାରେ ଶାହି ସ୍ନାନ କରିବା ଦ୍ୱାରା ପାପ କ୍ଷୟ ହେବ ଏବଂ ପୁଣ୍ୟ ମିଳିବ ।ତେବେ ଏହା ପୂର୍ବରୁ ୨୭ ଜାନୁଆରୀ ରେ ମହାକୁଂଭ ଯିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଏହାବ୍ୟତୀତ ଉପରାଷ୍ଟ୍ରପତି ଜଗଦିପ ଧନଖଡ୍ ୧ […]

ପ୍ରେସ ୟୁନିଅନ ରାୟଗଡ ର ପ୍ରତିଷ୍ଠା ଦିବସରେ ବୃଦ୍ଧାଶ୍ରମ ରେ ଫଳ ବଣ୍ଟନ

ରାୟଗଡ : ପ୍ରେସ ୟୁନିଅନ ରାୟଗଡ ପ୍ରତି ବର୍ଷ ପ୍ରତିଷ୍ଠା ଦିବସ ଉପଲକ୍ଷେ ଵୃଦ୍ଧାଶ୍ରମ ରେ ଗରିବ ନିଃସହାୟ ବ୍ୟକ୍ତି ଙ୍କୁ ଫଳ ବଣ୍ଟନ କରିଥାଏ । ପ୍ରେସ ୟୁନିଅନ ରାୟଗଡ ତାହାର ନବମ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଉପଲକ୍ଷେ ଆଜି ତା:-୨୧-୦୧-୨୦୨୫ ରିଖ ଏହି ମହତ କାମ ଜାରି ରଖି ପ୍ରତିଷ୍ଠା ଦିବସରେ ରାୟଗଡ ସହର ର ହାଉସିଂ କଲୋନୀ ରେ ଅବସ୍ଥିତ ବୃଦ୍ଧାଶ୍ରମ କୁ ଅନ୍ତେବାସୀ ଙ୍କୁ କଦଳୀ, […]

ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ଲଗାଇଲା ପୁରୀ ପୁଲିସ୍

ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେବା ପରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ମନ୍ଦିର ଚତୁଃପାର୍ଶ୍ଵରେ ପୋଷ୍ଟର ମାରିଲା ପୁରୀ ପୋଲିସ।ପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି। ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସୂଚନା ମୁତାବକ, ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ହେଇଥିଲା। ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା ।ବର୍ତ୍ତମାନ […]

ଶିକ୍ଷାନୀତି ୨୦୨୦: ଏଣିକି ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଯିବେ ଛାତ୍ରଛାତ୍ରୀ

ଓଡିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବା ପରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଅନୁଯାୟୀ ସ୍କୁଲ ଛାତ୍ରଛାତ୍ରୀ ୧୦ ଦିନ ବିନା ବ୍ୟାଗରେ ଯିବେ ସ୍କୁଲ। ରାଜ୍ୟର ସମସ୍ତ ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସବୁ ଛାତ୍ରଛାତ୍ରୀଙ୍କୁ ଏକ ଫନ୍ କୋର୍ସ (Fun Course) ଅର୍ଥାତ୍ ଏକ ମଜାଳିଆ ପାଠ୍ୟକ୍ରମ ନେବାକୁ ପଡିବ।ଏହା ମୂଖ୍ୟତଃ ଧନ୍ଦାମୂଳକ କାରିଗରିର ଅଂଶବିଶେଷ ହୋଇଥିବ। ଏହି କୋର୍ସରେ କାଠ କାମ, ବୈଦ୍ୟୁତିକ କାମ, ଧାତୁ […]

କଣାସରେ ଝାଡାବାନ୍ତି ସଂକ୍ରମଣ ପାଇଁ ବନ୍ଦ ହେଲା ବାହାଘର ଭୋଜି ।

ଗତ କିଛିଦିନ ଧରି କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଡାଇରିଆ ହଟସ୍ପଟ୍‌ ପାଲଟିଛି ପୁରୀ କଣାସର ୨ଟି ଗାଁ। ଆଗାଁ, ଜାଗୁଳାଇପଦରରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି। ଏଯାବତ ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି।ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଦୟାନଦୀ ପାଣି ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଉଛି ପ୍ରଶାସନ । ଏପରିକି ସାମୁହିକ ଭୋଜି ଭାତ ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଉଛି । ତେବେ କଣାସ ନୁଆ ଦୋକନ୍ଦା ଗାଁର ବିଜୟ […]

ଆଜିଠାରୁ ୬ ଗ୍ରହ ଏକ ସରଳ ରେଖାରେ ରହିବେ

ଆସନ୍ତା ଜାନୁଆରୀ ୨୧ରୁ ୩୧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ସୌର ଜଗତରେ ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜାଗତିକ ଦେଖାଯିବ। ଏକ ସରଳ ରେଖାରେ ଦୃଶ୍ୟମାନ ହେବେ। ମଙ୍ଗଳ, ଶୁକ୍ର, ବୃହସ୍ପତି ଓ ଶନିକୁ ଲୋକେ ଖାଲିଆଖିରେ ଦେଖିପାରିବେ। ସେହିପରି ଦୂରବୀକ୍ଷଣ ଏବଂ ଟେଲିସ୍କୋପ ମାଧ୍ୟମରେ ନେପଚୁନ ଓ ୟୁରେନସ ଦୃଶ୍ୟମାନ ହେବେ। ସାଧାରଣ ଲୋକେ ଯେପରି ଏହି ବିରଳ ଦୃଶ୍ୟକୁ ଦେଖିପାରିବେ […]

କବି ପ୍ରଭାତ ମିଶ୍ରଙ୍କର କବିତା ସଂକଳନ ‘ପ୍ରହରୀ’ର  ପାଠକାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ କବି ପ୍ରଭାତ ମିଶ୍ରଙ୍କ କବିତା ସଂକଳନ ‘ପ୍ରହରୀ’ ଉନ୍ମୋଚିତ ହୋଇଯାଇଛି  । ନୟାଗଡ଼ ସିରିଅସ୍ ଜୋନ୍ ଆନୁକୂଲ୍ୟରେ ଆୟୋଜିତ ଏହି ପାଠକାର୍ପଣ କାର୍ଯ୍ଯକ୍ରମରେ‌ ବହୁ ବୁଦ୍ଧିଜୀବୀ ଯୋଗଦେଇ ‘ପ୍ରହରୀ’ର ପାଠକୀୟ ପ୍ରସାରଣ ପ୍ରତି ଆଶାବାଦୀ ହୋଇଥିଲେ । ସଂପ୍ରତି ପ୍ରକାଶନ ସଂସ୍ଥାଗୁଡ଼ିକ ପୁସ୍ତକର  ଗୁଣାତ୍ମକ ମାନକୁ ଗୁରୁତ୍ୱ ଦେଉନଥିବା ବେଳେ ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ପ୍ରକାଶିତ କରି ଆଦିତ୍ୟ ଭାରତ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି, ଏହା ସାଧାରଣରେ […]

ଅସ୍ତରଙ୍ଗ ବନାଞ୍ଚଳରେ ଚାଲିଛି ଡଲଫିନ ଗଣନା

ଅସ୍ତରଙ୍ଗ ବନାଞ୍ଚଳ ଅଞ୍ଚଳରେ ଚାଲିଛି ଡଲଫିନ ଗଣନା । ସମୁଦ୍ର ଓ ନଦୀ ମଧ୍ୟରେ ରହୁଥିବା ଡଲଫିନଙ୍କ ଗଣନା କରୁଛି ବନ ବିଭାଗ । ସୋମବାରଠାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ତିନି ଦିନ ଧରି ଚାଲିବ । ଏହି ଟିମ ମଧ୍ୟରୁ ଦେବୀ ନଦୀର ଶାଖା ନଦୀ କାଦୁଆ ନଦୀ ମଧ୍ୟରେ ଗୋଟିଏ ଟିମ ,ଦେବୀ ମୁହାଣ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗୋଟିଏ ଟିମ , ଯାହାନିଆ ଠାରୁ ଗଙ୍ଗା ଦେବୀ […]

ଏନକାଉଣ୍ଟରରେ ୨ ମହିଳାଙ୍କ ସମେତ ୧୨ ମାଓବାଦୀ ନିହତ

ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆର୍‌ପିଏଫ୍‌ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ୨ ମହିଳା ମାଓବାଦୀ ମଧ୍ୟ ଅଛନ୍ତି |ଘଟଣାସ୍ଥଳରୁ ବିପୁଳ ପରିମାଣର ମାରାଣାସ୍ତ୍ର, ଆଇଡି ଓ ଗୋଟେ SLR ବନ୍ଧୁକ ଜବତ କରାଯାଇଛି। ଓଡ଼ିଶା-ଛତିଶଗଡ଼ ପୋଲିସର ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି। ଓଡ଼ିଶାର SOG ଓ ଛତିଶଗଡ଼ E-30 ଫୋର୍ସ […]