author

ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗ: ରାଜ୍ୟ ପାଳିବ ୩ ଦିନିଆ ଶୋକ ।

ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ବିୟୋଗ ଘଟଣାରେ ରାଜ୍ୟ ପାଳିବ ୩ ଦିନିଆ ଶୋକ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର ।ସେହିଭଳି ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ ବୋଲି ସୂଚନା ଦିଆଯାଇଛି।ଗତକାଲି ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କ ନିଧନ ହୋଇଥିଲା । ୨୦୧୩ର ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ […]

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି

ଆଜି ପବିତ୍ର ଶ୍ରବଣା ମକର ନକ୍ଷତ୍ର। ଏହି ଅବସରରେ ରାତିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ରାମାଭିଷେକ ନୀତି। ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବେ । ଏହାପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ […]

ଆଜି ଲକ୍ଷେ ଛୁଇଁଲା ସୁନା ଦର !

ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି। ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି । ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା […]

୧୦ ବର୍ଷରୁ ଅଧିକ ବୟସର ପିଲା ପରିଚାଳନା କରିପାରିବେ ବ୍ୟାଙ୍କ ଆକାଉଣ୍ଟ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସୋମବାର ଦିନ ବ୍ୟାଙ୍କଗୁଡ଼ିକୁ 10 ବର୍ଷରୁ ଅଧିକ ବୟସର ନାବାଳକ ପିଲାମାନଙ୍କୁ ସ୍ୱାଧୀନ ଭାବରେ ସଞ୍ଚୟ ଆକାଉଣ୍ଟ ଖୋଲିବା ଏବଂ ପରିଚାଳନା କରିବାକୁ ଅନୁମତି ଦେବାକୁ ଅନୁମତି ଦେଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କ ନାବାଳକଙ୍କ ଜମା ଆକାଉଣ୍ଟ ଖୋଲିବା ଏବଂ ପରିଚାଳନା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି ।ସେହିପରି ବ୍ୟାଙ୍କ ଗୁଡିକ ନିଜସ୍ୱ ରିସ୍କ ମ୍ୟାନେଜମେଣ୍ଟ ନୀତି ଅନୁଯାୟୀ ନାବାଳକଙ୍କୁ ଅତିରିକ୍ତ ବ୍ୟାଙ୍କିଂ ସୁବିଧା ମଧ୍ୟ ପ୍ରଦାନ […]

ମନି ଲଣ୍ଡରିଂ ମାମଲାରେ ଅଭିନେତାଙ୍କୁ ଇଡିର ନୋଟିସ୍

ସାଉଥ ସୁରପଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରିଛି । ଏପ୍ରିଲ ୨୮ ତାରିଖ ପୂର୍ବରୁ ହାଇଦ୍ରାବାଦ ସ୍ଥିତି ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ । ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ଏହାପରେ ମହେଶ ବାବୁଙ୍କୁ ସମନ ଜାରି କରାଯାଇଛି । PMLA ଅଧୀନରେ ତଦନ୍ତ ସମୟସୀମା ମଧ୍ୟରେ ରିଅଲ ଇଷ୍ଟେଟ ପ୍ରକଳ୍ପ […]

ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ଲାଗିଲା ଅଙ୍କୁଶ

ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ ଆବେଦନର ବିଚାରକରି ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପୁନର୍ଗଠନ ସମ୍ପର୍କିତ ବିଜ୍ଞପ୍ତି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛନ୍ତି। କେନ୍ଦୁଝରର ସର୍ବ ଶକ୍ତି ମାୟୀ ମିଶନ ଶକ୍ତି ଫେଡେରେସନ ଏହି ପୁନର୍ଗଠନ ବିଜ୍ଞପ୍ତି ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ […]

ଭୁଲରେ ବି ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

କଫି/ଚା’ ସକାଳୁ ଖାଲି ପେଟରେ ଏହାକୁ ପିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଯଦି କଫି/ଚା’ ପିଇବା ନିହାତି ଆବଶ୍ୟକ, ତା’ହେଲେ ପ୍ରଥମେ ପାଣି ପିଅନ୍ତୁ। ତା’ପରେ ଏହା ସହିତ ରୁଟି, ପରଟା କିମ୍ବା ବିସ୍କୁଟ୍‌ ଖାଇବାର ଅଭ୍ୟାସ କଲେ ଭଲ ହେବ। ସେହିପରି କେତେକେ ଫିଟ୍‌ନେସ୍‌ କିମ୍ବା ଓ୍ବେଟ୍‌ ଲସ୍‌ ପାଇଁ ସକାଳେ ସାଲାଡ୍‌ ଖାଇଥାନ୍ତି। ଏହା ବି ଶରୀର ପାଇଁ ଆଦୌ ଠିକ୍‌ ନୁହେଁ। କାରଣ ସାଲାଡ୍‌ ଖାଇବାର ସବୁଠୁ ଭଲ ସମୟ ହେଉଛି ଲଞ୍ଚ୍‌ ଟାଇମ୍‌।ସକାଳେ […]

ଆଜି ୮ ଜିଲ୍ଲାକୁ ହିଟୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷୁଛି। ପାରଦ ୪୫ ଡିଗ୍ରୀ ସେଲସିୟସ୍‌ ଡେଇଁଛି, ଝାରସୁଗୁଡ଼ା (୪୫.୪ ଡିଗ୍ରୀ) ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ସେଥିରୁ ୧୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା । କାଳବୈଶାଖୀ ପ୍ରଭାବ ହ୍ରାସ ପାଇବା ପରେ ରାଜ୍ୟକୁ ପୁଣି ଫେରିଛି ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ପାରଦ ଉପର ମୁହାଁ ରହିଛି […]

ଆଜିର ରାଶିଫଳ(୨୨ ଏପ୍ରିଲ, ୨୦୨୫)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ରୁ ଫେରିଲା ମୃତଦେହ

ରାୟଗଡ – ରାୟଗଡ ଜିଲା ବିଷମ କଟକ ବ୍ଲକର , କୁର୍ଲି ପଞ୍ଚାୟତ, ଖଜୁରିଗାଁ ର ଅଦାଇ ୱାଡକା କେରଳ ରାଜ୍ୟ କୁ କାମ କରିବାକୁ ଯାଇଥିବା ବେଳେ ସେଠି ତାଙ୍କ ମର୍ତ୍ୟୁ ଘଟିଥିଲା l ପରେ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଖବର ପାଇ ତୁରନ୍ତ ଉକ୍ତ ମର ଶରୀରକୁ ରାୟଗଡ କୁ ଆଣିବା ପାଇଁ ଶ୍ରମ ବିଭାଗ କୁ ନିର୍ଧେଶ ଦେଥିଲେ l ନିର୍ଧେଶ କ୍ରମେ ମର ଶରୀରକୁ ତାଙ୍କ ଜନ୍ମଗ୍ରାମକୁ ପଠାଇବା ପାଇଁ କେରଳର […]

ବେଙ୍ଗାଲୁରୁରେ ବାୟୁସେନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଏବଂ ତାଙ୍କ ପତ୍ନୀ, ଯିଏ ନିଜେ ଜଣେ ସ୍କ୍ୱାର୍ଡନ ଲିଡର, ତାଙ୍କ ସହ ମଧ୍ୟ ଆକ୍ରମଣକାରୀମାନେ ଅସଦାଚରଣ କରିଥିବା ଜଣାଯାଇଛି। ଦମ୍ପତି ବିମାନବନ୍ଦର ଅଭିମୁଖେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା।ଓ୍ବିଙ୍ଗ କମାଣ୍ଡର ଶିଲାଦିତ୍ୟ ବୋଷ୍ ନିଜ ଏଫଆଇଆରରେ ଲେଖିଛନ୍ତି, ସେ ଏୟାରପୋର୍ଟ ଯାଉଥିବାବେଳେ କିଛି ଅଜ୍ଞାତ ଲୋକ […]

କୋରାପୁଟ ଜିଲ୍ଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି ଭାସନ ପ୍ରଧାନମନ୍ତ୍ରୀ ଆୱାର୍ଡ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ସୋମବାର ଆୟୋଜିତ ସିଭିଲ ସର୍ଭିସ ଡେ’ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଏହି ଆୱାର୍ଡ଼ ପ୍ରଦାନ କରିଛନ୍ତି। ୨୦୧୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଭି. କୀର୍ତ୍ତି ଭାସନ ତାଙ୍କର ସମ୍ପ୍ରତି ବଦଳି ଏବଂ ପୋଷ୍ଟିଂ ପରଠାରୁ କୋରାପୁଟର […]