author

ଏଣିକି ମାତ୍ର ୨୦ ଟଙ୍କାରେ ୯୦ ଦିନ ପର୍ଯ୍ୟନ୍ତ ସିମ୍‌ ରଖିପାରିବେ ଆକ୍ଟିଭ୍‌

ଗତ ଜୁଲାଇରେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ପରେ, ଅନେକ ଲୋକ ସେମାନଙ୍କର ଦ୍ୱିତୀୟ ସିମ ରଖିବା ପାଇଁ କଷ୍ଟକର ଅନୁଭବ କରୁଛନ୍ତି। ତେବେ ଟିଆର୍‌ଏଆଇ(TRAI) ନିୟମାବଳୀ ଏହି ଦ୍ୱିତୀୟ ସିମ୍‌ଗୁଡ଼ିକୁ ସକ୍ରିୟ ରଖିବାର ପ୍ରକ୍ରିୟାକୁ ସରଳ କରିଛି।ଯଦି ଏକ ସିମ କାର୍ଡ ୯୦ ଦିନରୁ ଅଧିକ ସମୟ ପାଇଁ ବ୍ୟବହାର କରାଯାଏ ନାହିଁ, ତେବେ ଏହାକୁ ନିଷ୍କ୍ରିୟ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ପ୍ରାୟ ତିନି ମାସ ଯଦି ସିମ ୯୦ ଦିନ ପାଇଁ […]

୨୪ରୁ ପ୍ରଧାନମନ୍ତୀ ଆବାସ ସର୍ଭେ ଆରମ୍ଭ

୨୪ ରୁ ଆରମ୍ଭ ହେବ ପିଏମ ସର୍ଭେ ଏନେଇ ସୂଚନା ଦେଇଛନ୍ତି ପଂଚାୟତରାଜମନ୍ତ୍ରୀ ରବି ନାୟକ ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ ୨୪ ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର | ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ହିତାଧିକାରୀ ଆବେଦନ କରିପାରିବେ। ଦେଢ଼ମାସରୁ ୨ ମାସ ଆବାସ ସର୍ଭେ କାର୍ଯ୍ୟ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି। ଓଡ଼ିଶାକୁ ଅଧିକ ମିଳିବା ଆଶା […]

ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଦୁସ୍ଥ ଅସହାୟ, ନିରlଶ୍ରୟ, ଅବହେଳିତ, ବୃଦ୍ଧବୃଦ୍ଧାଙ୍କ  ଆଶାବାଡ଼ି ଭାବେ କାର୍ଯ୍ୟ କରିବ ବୋଲି ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନେ ସଙ୍କଳ୍ପ ନେଇଛନ୍ତି। ବାଉଁଶିଆପଡା ପଞ୍ଚାୟତନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର ନବମବାର୍ଷିକ ସାଧାରଣ ଅଧିବେଶନରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ମଞ୍ଚର ଆଭିମୁଖ୍ୟ ଏବଂ ଲକ୍ଷ୍ୟ ସମ୍ପର୍କିତ ଆଲୋଚନାରେ […]

୮ମାସର ଗର୍ଭବତୀ ଖୁଡି ସହ ନିନ୍ଦନୀୟ କାଣ୍ଡ କଲା ପୁତୁରା

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୮ମାସର ଗର୍ଭବତୀ ଖୁଡିକୁ ସମ୍ପର୍କୀୟ ପୁତୁରା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।ଏପରିକି ଗର୍ଭବତୀ ଖୁଡି ଜଣକ ପୁତୁରାକୁ ପ୍ରତିବାଦ କରିବା ସମୟରେ ଅତି ନିର୍ମମ ଭାବେ ଖୁଡିକୁ କାଠ ଫାଳିଆରେ ପିଟିବା ସହ ଗର୍ଭବତୀ ମହିଳାଙ୍କ ଶରୀରକୁ ବାରମ୍ବାର ଲାତ ଗୋଇଠା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।ଶେଷରେ ଅମାନୁଷିକ ପୁତୁରା ଘୋଷାରି ଘୋଷାରି ଗର୍ଭବତୀ […]

ଜୀନତ୍‌ ପ୍ରେମରେ ପଡ଼ିଲା ଝାଡ଼ଖଣ୍ଡୀ ମହାବଳ

ମହାବଳ ବାଘୁଣୀ ଜୀନତ୍‌ର ପିଛା କରୁଛି ଏକ ଝାଡ଼ଖଣ୍ଡୀ ମହାବଳ ବାଘ। ଗତ ଡିସେମ୍ବର ମାସରେ ଜୀନତ୍ ଯେଉଁ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇଥିଲା ସେହି ରାସ୍ତାରେ ହିଁ ବାଘଟି ଓଡ଼ିଶାମୁହାଁ ହେବାରେ ଲାଗିଛି।ଜୀନତ୍‌ର ପଦଚିହ୍ନ, ମଳ ପଡ଼ିଥିବା ରାସ୍ତାରେ ସେ ପଶ୍ଚିମବଙ୍ଗର ପୁରୁଲିଆ, ବାଙ୍କୁଡ଼ା, ବନ୍ଦୱାନ, ରାଇକା ପାହାଡ଼, ଗଙ୍ଗାମାନ୍ନା ଜଙ୍ଗଲ, ଝାଡ଼ଖଣ୍ଡର ଗୋବରଘୁସି ହୋଇ ଏବେ ଜାମଢ଼ି ଜଙ୍ଗଲରେ ଘୂରି ବୁଲୁଛି। ଏହି ଅଞ୍ଚଳରେ ୩ଟି ଗାଈ ଓ ଦୁଇଟି ଛେଳି […]

୪ ଦିନ କଲବଲ କରିବ ଘନ କୁହୁଡି

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ ଭଙ୍ଗା ଶୀତର ଲହରି ସହ ତୁଷାରପାତ ହୋଇଛି । ୫ ଡଗ୍ରୀ ତଳକୁ ଖସିଛି ପାରଦ । ବ୍ଲକର ବିଭିନ୍ନ ଜାଗାରେ ତୁଷାର ପାତ ହୋଇଛି । ହାଡ ଭଙ୍ଗା ଶୀତରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି ସକାଳର ଦୈନନ୍ଦିନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବ। ୪ ଦିନ କଲବଲ କରିବ ଘନ କୁହୁଡି। ୫୦ ମିଟର ତଳକୁ […]

 ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ୍‌। 

ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗ ଦେବାକୁ ଆମେରିକା ଯାଇଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ । ଯେଉଁଥିରେ ତାଙ୍କୁ ଏକ ରାତ୍ରି ଭୋଜନରେ […]

ବଢିଲା ଅଫିସରଙ୍କ ଗାଡ଼ି ଭଡ଼ା,ଫେବୃୟାରୀରୁ ନୂଆ ଦର

ଅଫିସରମାନେ ଉପଯୋଗ କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ତେଲ ଦର ବଢ଼ିଥିବାରୁ ୮ବର୍ଷ ପରେ ଏହି ଭଡ଼ାରେ ସଂଶୋଧନ ଆବଶ୍ୟକତା ପଡ଼ିଛି ବୋଲି ଅର୍ଥ ବିଭାଗ କହିବା ସହ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ନିଜ ବାସଭବନରୁ ଅଫିସକୁ ଯିବାଆସିବା, ଅଫିସ୍ କାମରେ ବାହାରକୁ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଏହି […]

ଲୁଣ ଭାବି ଖାଇଦେଲେ ପଟାସ ସାର । ୫ ଗୁରୁତର ନାବାଳକ ଡାକ୍ତରଖାନାରେ ଭର୍ତ୍ତି ।

ଦେବଗଡ଼ ଜିଲା ବାରକୋଟ ଥାନା ସରୁଆଳି ଗାଁରେ ରବିବାର ଏକ ଅଘଟଣ ଘଟିଛି। ସାର ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ତଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାମୁତାବକ ସାରୁଆଳି ଗାଁର ଜଣଙ୍କ ବଗିଚାରେ ନାବାଳକମାନେ ଖେଳୁଥିବା ବେଳେ କାନ୍ଧିଆ ଖାଇଥିଲେ । କାନ୍ଧିଆରେ ଲୁଣ ଲଗାଇଖାଇବାକୁ ଯାଉ ପଟାସ ସାରକୁ ଖାଇଦେଇଥିଲେ। କିଛି ସମୟ ପରେ ଖେଳୁଥିବା ବେଳେ ନାବାଳକ ମାନେ ପ୍ରବଳ ବାନ୍ତି କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ତା ଗୁରୁତର […]

ସୋମବାରଠୁ ଚିଲିକାରେ ଡଲଫିନ୍ ଗଣନା

ଡଲଫିନ୍ ଗଣନା ନେଇ ଶେଷ ହୋଇଛି ଟ୍ରେନିଂ କାର୍ଯ୍ୟକ୍ରମ । ବାଲୁଗାଁ-ବଡ଼କୂଳ ସ୍ଥିତ CDA ର ରିସର୍ଚ୍ଚ ସେଣ୍ଟର ପରିସରରେ ଏବଂ ସାତପଡ଼ା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ସୋମବାର ସକାଳ ୬ଟା ସମୟରେ ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱ।ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯିବ । ଆଜି ଅର୍ଥାତ ୨୦, ୨୧, ୨୨ ଅର୍ଥାତ ୩ ଦିନ […]

ନୟାଗଡ଼ ଜିଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ

ନୟାଗଡ଼ ଜିଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଥିବାରୁ ଜିଓଲୋଜିକାଲି ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ଡ୍ରୋନ୍‌ ଜରିଆରେ ଖୋଜା ଅଭିଯାନ ଆରମ୍ଭ ହୋଇଛି। ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲୋଜି। ଏଆଇ କହିବ କେଉଁଠି ଅଛି କେଉଁ ଖଣି । ଡ୍ରୋନ୍ ମାଧ୍ୟମରେ ହେବ ଖଣିଜ ପଦାର୍ଥ ଖୋଜା। ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଲାରେ ଦୀର୍ଘ […]

ଆଜିର ରାଶିଫଳ(୨୦ ଜାନୁଆରୀ, ୨୦୨୫)

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]