author

ଯୌତୁକରେ ଫ୍ରିଜ ଓ କୁଲର ନମିଳିବାରୁ ସ୍ତ୍ରୀ ଚୁଟି କାଟିଲା ସ୍ବାମୀ

ଉତ୍ତରପ୍ରଦେଶରେ ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ରାଗିକି ସ୍ତ୍ରୀର କାଟି ଦେଲେ ଚୁଟି। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।ମହିଳାଙ୍କ ବାପା ରାଧାକୃଷ୍ଣ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତି ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ […]

ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ । ତେବେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ – ହାୱଡା ଟ୍ରାକରେ ଗଡ଼଼ିବ

ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ। ଆହୁରି ସହଜ ହେବ ବନ୍ଦେ ଭାରତ ଟ୍ରେନ ଯାତ୍ରା। ରେଲୱେ ପକ୍ଷରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଲଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀ ଓ ହାୱଡା ଟ୍ରାକରେ ଗଡ଼଼ିବ ବୋଲି ସୂଚନା ମିଳିଛି।ଯାହା ଯାତ୍ରୀମାନଙ୍କୁ ଏକ ଆଧୁନିକ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ। ଦିଲ୍ଲୀରୁ ହାୱଡା ପର୍ଯ୍ୟନ୍ତ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ୧୪୪୯ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଟ୍ରେନ ମାଧ୍ୟମରେ […]

ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରିଲେ ପ୍ରେମିକ

ମାଲକାନଗିରି ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣାର ପର୍ଦ୍ଦାଫାସ । ଛତିଶଗଡରୁ ଆସି ଓଡିଶାରେ ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା କରି ଚାଲି ଯାଇଥିଲା କଲେଜ ପଢୁଥିବା ଯୁବକ ।ଯୁବତୀ ଗର୍ଭବତୀ ହେବା ପରେ ଗର୍ଭପାତ ପାଇଁ କହିଥିଲେ ପ୍ରେମିକ। ହେଲେ ପ୍ରେମିକଙ୍କ କଥାରେ ରାଜି ହୋଇନଥିଲେ ପ୍ରେମିକା। ପ୍ରେମିକା ରାଜି ନହେବାରୁ ଛତିଶଗଡ଼ରୁ ଆଣି ମାଲକାନଗିରି ସୀମାନ୍ତ ଚାଲାଣଗୁଡ଼ା ଗାଁ ନିକଟରେ ହତ୍ୟା କରିଥିଲା। ହତ୍ୟା କରିବା ପରେ ରେଙ୍ଗାବନ୍ଧ ଜଙ୍ଗଲରେ ମୃତଦେହ ଫିଙ୍ଗିଥିଲା ଅଭିଯୁକ୍ତ […]

Encounterରେ ୬ ନକ୍ସଲ ନିପାତ

ବୋକୋରୋ ଜିଲାରେ ବଡ଼ ଧରଣର ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ବୋକାରୋ ଜିଲାର ଲଲ୍‌ପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯବାନଙ୍କ ଏନକାଉଣ୍ଟରେ ୮ଜଣ ମାଓବାଦୀଙ୍କ ନିହତ ହୋଇଛନ୍ତି। ମାଓବାଦୀଙ୍କ ଠାରୁ ଏସଏଲଆର, ୨ଟି ଇନସାସ ରାଇଫଲ,ପିସ୍ତଲ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଲୁଗୁ ପାହାଡ଼ ତଳେ ଥିବା ଚୋରଗାଁଓ ମୁଣ୍ଡଟୋଲି ନିକଟରେ ଗୁଳି ଫୁଟିବାର […]

ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ପୁଣି ଭାରତକୁ ଆସିବେ ୮ ଚିତା

ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ।ଶୁକ୍ରବାର ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ଚିତା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ […]

ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।ପରମ୍ପରା ଅନୁଯାୟୀ, ପାଟରା ବିଶୋଇମାନେ ପ୍ରସ୍ତୁତ କରିଥିବା ପଇତାକୁ ରବିବାର ଦେଉଳକରଣଙ୍କୁ ହସ୍ତାନ୍ତର କରିଛନ୍ତି। ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ପରେ ପଇତାଲାଗି ନୀତି ହେବ। ପାଟଡୋରିରେ ନିର୍ମିତ […]

ରାଜ୍ୟରେ ପୁଣି ପାରଦ ଉପରମୁହାଁ

ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ । ଗୁଳୁଗୁଳି ଜାରି ରହିବ । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୩.୫ ଡିଗ୍ରୀ ସେଲ୍‌ସିୟସ୍‌ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଛି। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ […]

ନିଖୋଜ ନାବାଳକ ଆଶୀର୍ବାଦର ମିଳିଲା ମୃତଦେହ, ମାରି ଫିଙ୍ଗିଥିଲେ ଦାଦା!

ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦା ପ୍ରଭାକର ସାହୁଙ୍କୁ ପୋଲିସ ଅଟକ ରଖିଛି। ନିଖୋଜ ହେବାର ୭ ଦିନ ପରେ ନାବାଳକର ମୃତ ଦେହ ମିଳିବାପରେ ରାଗିଛନ୍ତି ଗ୍ରାମବାସୀ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି ଆଶୀର୍ବାଦର ମୃତଦେହ । […]

ଆଜିର ରାଶିଫଳ(୨୧ ଏପ୍ରିଲ, ୨୦୨୫)

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା […]

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ନୂତନ ଅଧିକାର ମିତ୍ରଙ୍କୁ ନେଇ ତାଲିମ୍ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ଯକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଜିଲ୍ଲା କୋର୍ଟ ପରିସର ସମ୍ମିଳନୀ କକ୍ଷରେ ନୂତନ ଭାବେ ନିଯୁକ୍ତ ହୋଇଥ‌ିବା ଅଧିକାର ମିତ୍ରମାନଙ୍କୁ ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଏଡିଜେ କମ୍ ସ୍ପେଶିଆଲ କୋର୍ଟ ପୋକ୍‌ସୋ ମାନସ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ସ୍ବାଗତ ଭାଷଣ ଦେଇଥିଲେ ସଚିବ ଅଞ୍ଜଳି ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ […]

ମଇ୨୦ ସାଧାରଣ ଧର୍ମଘଟ ପାଇଁ ନୟାଗଡ଼ରେ ଟ୍ରେଡୟୁନିଅନ କନଭେନସନ୍

ନୟାଗଡ଼,(ଓଡ଼ିଶା ଦର୍ପଣ):କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଏପ୍ରିଲ ୨୦ରେ ନୟାଗଡ଼ ଶିକ୍ଷକ ଭବନ ଠାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ମାନେ ମିଳିତ ହୋଇ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ ! କେନ୍ଦ୍ର ସରକାର ଯେଭଳିଭାବେ ଶ୍ରମିକ ଆଇନକୁ ବାତିଲ କରି ଶ୍ରମିକ ବିରୋଧୀ ଶ୍ରମକୋଡ୍ ପ୍ରଚଳନ କରୁଛନ୍ତି, ଘରୋଇକରଣ ଓ ଠିକାକରଣକୁ ବ୍ୟାପକ କରି ଶ୍ରମକ୍ଷେତ୍ରକୁ କର୍ପୋରେଟ […]

ରେଳ ଷ୍ଟେସନ ସଫେଇ ଏବଂ ଆବର୍ଜନା ପୋଡ଼ି

ନୟାଗଡ଼,(ଓଡ଼ିଶା ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଂଗୃହିତ ଆବର୍ଜନା ଗୁଡ଼ିକରେ ଅଗ୍ନି ସଂଯୋଗ କରି ନଷ୍ଟ କରାଯାଇଛି । ରେଳ ଷ୍ଟେସନ ପରିସର ତଥା ରେଳ ଧାରଣାରେ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ,ପାଉଚ, ଜରି,କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ଡଷ୍ଟବିନ […]