ମାଲେସିଆ ଗସ୍ତରେ ଯିବେ କୃଷକ ଏବଂ କୃଷି ଅଧିକାରୀ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସମ୍ପଦ ବିଭାଗର ମିଳିତ ସହଯୋଗରେ ୧୪ ଜଣ କୃଷକ ଓ ୧୪ଜଣ ଅଫିସରଙ୍କୁ ମନୋନୀତ କରାଯାଇଛି ।ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଜାଣିବା ପାଇଁ ମଧ୍ୟ ସେଠାରେ ସୁଯୋଗ ମିଳିବ। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉଦ୍ଘାଟନ କରିଛନ୍ତି । ରାଜ୍ୟରେ […]
ରାଜ୍ୟରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବା ସମ୍ଭାବନା ଅଛି। ୨୨ ଏପ୍ରିଲ ପର୍ଯ୍ୟନ୍ତ ଘଡ଼ଘଡ଼ି, ବଜ୍ରପାତ ଏବଂ ବର୍ଷା ଜାରି ରହିବା ସମ୍ଭାବନା ଅଛି। ଅନେକ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯିବ।। ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ଏନେଇ ଏହି ସମସ୍ତ ଜିଲ୍ଲାକୁ ଓ୍ବେଲ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । […]
ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ନୂଆ ରାସନ କାର୍ଡ ବଣ୍ଟନ ପାଇଁ ସରକାରଙ୍କ ଘୋଷଣା । ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିଶନର ଇସ୍ୟୁ କରିବେ କାର୍ଡ । 22 ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଧାୟକ, ସାଂସଦମାନେ ନିଜ ନିଜ ଅଞ୍ଚଳରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିବେ । ଯାଂଚ ପରେ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇପାରିବ […]
ଖ୍ରୀଷ୍ଟିଆନ ଧର୍ମରେ ଗୁଡ୍ ଫ୍ରାଇଡେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ ଏବଂ ମୃତ୍ୟୁକୁ ମନେ ପକାଇବା ପାଇଁ ଏହି ଦିନଟି ପାଳନ କରାଯାଏ। ଏହି ଦିନଟି ଶୋକ ଏବଂ ଅନୁତାପର ଦିନ। ନିଜ ଶରୀରର ବିଭିନ୍ନ ସ୍ଥାନରେ କଣ୍ଟାର ଯନ୍ତ୍ରଣା ନେବା ପରେ କ୍ରୁଶବିଦ୍ଧ ହୋଇଥିଲେ ଯୀଶୁ । ତାଙ୍କୁ ଯନ୍ତ୍ରଣା ଦେଇଥିବା ସମସ୍ତ ପାପୀମାନଙ୍କୁ ସେ କ୍ଷମା କରିଦେଇଥିଲେ । ବାଇବେଲ୍ ଅନୁଯାୟୀ ଗୁଡ୍ ଫ୍ରାଇଡ଼େ ଅର୍ଥାତ୍ ପବିତ୍ର ଶୁକ୍ରବାର । ଯେହେତୁ […]
ସୌର ମଣ୍ଡଳର ବାହାରେ ଜୀବନସତ୍ତା । ପୃଥିବୀ ପରି ଆଉ ଏକ ନୀଳଗ୍ରହ । ଜୀବନ ସନ୍ଧାନ କଲେ ବୈଜ୍ଞାନିକ । ମିଳିଲା ଏଲିୟନ୍ ପ୍ଲାନେଟ୍ । କେଟୁ-୧୮ବି ନାମକ ଏକ ଗ୍ରହରେ ଜୀବନ ସହ ଜଡିତ ଗତିବିଧି ନେଇ ବଡ଼ ସଂକେତ ପାଇଛନ୍ତି କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଟପ୍ ବୈଜ୍ଞାନିକ । ଏହାକୁ ନେଇ ବୈଜ୍ଞାନିକ ୯୯ପ୍ରତିଶତରୁ ଅଧିକ ଆଶ୍ବସ୍ତ ରହିଥିବା ବେଳେ ଗବେଷଣା ଜାରି ରଖିଛନ୍ତି । ୧୨୦ ପ୍ରକାଶ ବର୍ଷ ଦୂରରେ ରହିଥିବା ଏହି […]
କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏସବୁ ଔଷଧଗୁଡ଼ିକର ଅନୁମୋଦନ ପୁର୍ବରୁ ସମୀକ୍ଷା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରୟ ଓ ବିତରଣ ବନ୍ଦ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଭେଷଜ ନିୟନ୍ତ୍ରକଙ୍କୁ କେନ୍ଦ୍ର ସରକରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ଔଷଧଗୁଡିକ ମଧ୍ୟରେ ରହିଛି ପେନ କିଲର, ଆଣ୍ଟିବାୟୋଟିକ୍, ଆଣ୍ଟି ଡିପ୍ରେସନ୍, ନ୍ୟୁଟ୍ରିସନ୍ ସପ୍ଲିମେଣ୍ଟ ଓ ମଧୁମେହ ପ୍ରତିରୋଧୀ […]
ବାଲେଶ୍ୱର ଜିଲ୍ଲାର ମହାନ୍ତି ପଡ଼ା ଗାଁର ସ୍ଥାନୀୟ ଲୋକମାନେ ଗୁରୁବାର ଏକ ‘ରହସ୍ୟମୟ ଲୁହା ଖଣ୍ଡ’ ଯାହାର ଓଜନ ୩ କିଲୋଗ୍ରାମରୁ ଅଧିକ, ଆକାଶରୁ ଖସି ପଡ଼ିବା ପରେ ଭୟଭୀତ ଓ ଆତଙ୍କିତ ହୋଇପଡ଼ିଥିଲେ। ପ୍ରକୃତ କଥା ଥିଲା କିନ୍ତୁ ଭିନ୍ନ । କାଳ ବୈଶାଖୀ ବେଳେ ବ୍ଲାଷ୍ଟ ହୋଇଯାଇଥିଲା ଜେନେରେଟର । ଜେନେରେଟର ର କିଛି ଲୌହ ଖଣ୍ଡ ଆକାଶରେ ଉଡି ଏକ ଆଜବେଷ୍ଟସ ଘର ଉପରେ ପଡିଥିଲା । ଫଳରେ ସ୍ଥାନୀୟ ଲୋକେ ଆକାଶରୁ […]
ମାଫିଆଙ୍କୁ ଧରିବା ପାଇଁ ସରକାର କରିଛନ୍ତି ଟାର୍ଗେଟ । ଆଜି ସୁନ୍ଦରଗଡ ଆସୁଛନ୍ତି ଦୁଇ ମନ୍ତ୍ରୀ । ଖଣି ମନ୍ତ୍ରୀ ବିଭୁତି ଜେନା ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ । ସୁନ୍ଦରଗଡ ଗୋପାଳପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ରହିଥିବା ଚୋରା କୋଇଲା ଖଣିର କରିବେ ତଦନ୍ତ । ସୁନ୍ଦରଗଡ଼ରେ କିଭଳି କୋଇଲା ଲୁଟ୍ ହୋଇଛି, ତାହାର ସତ ପରଖିବେ । ବେଆଇନ ଭାବେ କେତେ ଖଣି ଖୋଳା ଯାଇଛି, କେତେ ପରିମାଣର କୋଇଲା ଚୋରି […]
ଚଳିତମାସ ଏପ୍ରିଲ 30 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପଡୁଛି । ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏହି ଉପଲକ୍ଷେ ଆଜି ଅପରାହ୍ନ 5ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ […]
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]
ନୂଆଗାଁ: ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଗୋଠ ପଞ୍ଚାୟତ ଭିରୁଡ଼ା ଗ୍ରାମ ନିକଟରେ ଥିବା ମା ରାମଚଣ୍ଡୀ ଙ୍କ ପଣା ଯାତ୍ରା ତିନିଦିନ ଧରି ଧୁମ୍ ଧାମରେ ପାଳିତ ହୋଇଯାଇଛି।ଠାକୁରାଣୀ ଙ୍କ ପୀଠରେ ହୋମ ଯଜ୍ଞ ,ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମା ରାମଚଣ୍ଡୀ ଡ୍ରାମାଟିକ କ୍ଲବ୍ ଭିରୁଡ଼ା ତରଫରୁ ଏ ଆଖି କାନ୍ଦୁଛି ତୋରି ପାଇଁ ଏବଂ ହା କୃଷ୍ଣ ବୋଲି ଯାଉ ଜୀବ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ […]
ନୂଆଗାଁ:ନୂଆଗାଁ ବ୍ଲକ୍ର ସଦରମହକୁମାର ନୂଆଗାଁ ବଡ଼ସାହିଠାରେ ଆଜି ସକାଳ ୧୦ ଘଟିକା ସମୟରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାମ୍ସ ଦ୍ଵାରା ଆୟୋଜିତ ଶ୍ରୀଅନ୍ନ ଅଭିଯାନ, କୃଷି ଓ କୃଷକ ସଶକ୍ରି ସଶକ୍ତିକରଣ ବିଭାଗ ସହଯୋଗରେ ମା’ ସମଲେଶ୍ୱରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିପ୍ପଳିତ ମିଲେଟ୍ ଶକ୍ତି ଟିଫିନ୍ କେନ୍ଦ୍ର ନାମରେ ଗୋଟିଏ ଟିଫିନ୍ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଗୋଷ୍ଠୀ କୃଷି ଅଧୂକାରୀ ନିହାର ରଞ୍ଜନ ପୃଷ୍ଟି ଉଦ୍ଘାଟନ କରିଛନ୍ତି । ଅନ୍ୟତମ ଅତିଥିଭାବେ ସହକାରୀ […]
