ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନଦୀ ଅବବାହିକା ଅଞ୍ଚଳରେ ବହୁସଂଖ୍ୟାରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବ୍ଙ୍କ ପୂର୍ଣ୍ଣିମା, ଅମାବାସ୍ୟାରେ ମିଳନ ପ୍ରକ୍ରିୟା ଦେଖିବାକୁ ମିଳେ।ଏହି ପ୍ରଜାତିର ସାମୁଦ୍ରିକ ଜୀବ ବିଶେଷକରି ପୃଥିବୀର ପ୍ରଶାନ୍ତ ମହାସାଗର ଅବବାହିକା ଓ ବଙ୍ଗୋପସାଗର କୂଳର ବାଲେଶ୍ୱର ଜିଲାର ସନ୍ତସନ୍ତିଆ ସମୁଦ୍ର କୂଳ ଓ କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦେଖିବାକୁ ମିଳେ। ଏମାନଙ୍କ ଜିଇଓ ଟ୍ୟାଗିଙ୍ଗ୍ ସର୍ବେକ୍ଷଣ କରାଗଲେ ବଂଶର […]
ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭଙ୍ଗାହେବ । ଏହାକୁ ରାଜ୍ୟ ସରକାର ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଓଡ଼ିଶା ଭବନକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ରେ ରିପୋର୍ଟ ଦିଆଯାଇଥିଲା । ଏହାପରେ ପୁଣି ୨୦୨୪ ଅଗଷ୍ଟ ୨୮ ତାରିଖରେ ଆଉ ଏକ ଚିଠି ମାଧ୍ୟମରେ ମରାମତି ପରେ ବି ଓଡ଼ିଶା ଭବନ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଦର୍ଶାଯାଇଥିଲା । […]
ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି, ଗମନାଗମନ ପ୍ରଭାବିତ ହୋଇଛି। ବର୍ଷା ଲାଗି ରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ତେବେ ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଏସ୍ଆର୍ସି ଦେଓରଞ୍ଜନ କୁମାର ସିଂ। ସ୍ଥିତି ଉପରେ ନଜର ରଖିବାକୁ ଇଞ୍ଜିନିୟରଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ସମସ୍ତ ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ବନ୍ୟାର ମୁକାବିଲା କରିବା ପାଇଁ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍କୁ […]
ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ୨୦୨୫ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, କେନ୍ଦ୍ର ସୁପରିଟେଣ୍ତେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ପରିଷଦ ମୁଖ୍ୟାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନାର ତଦାରଖ […]
ଆଉ କିଛି ସମୟ ଭିତରେ ପୁରୀ ନିକଟରେ ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ । ଏହି ସମୟରେ ପବନରେ ବେଗ ୫୦ରୁ ୬୦ କିମି ରହିବ । ଏହାସହ ଝଟକା ପବନ ୬୫ ରୁ ୭୦ କିମି ରହିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ଜିଲ୍ଲା ମତ୍ସ୍ୟ ବିଭିଗ ପକ୍ଷରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ ଡାକାବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ୧୨ ତାରିଖ ଯାଏଁ ସମୁଦ୍ର […]
ସଦର ଥାନା ଭାପୁର ଅଂଚଳରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସଂପୃକ୍ତ ଅଂଚଳର କେତେକ ଯୁବକ ଦୀର୍ଘ ମାସ ଧରି ଗଣଦୁଷ୍କର୍ମ କରିଆସୁଥିଲେ।ସୂଚନା ମୁତାବକ, ଜଣେ ଅସହାୟ ଗରିବ ଝିଅକୁ ୭ଜଣ ପିଶାଚ, ୭ ମାସ ଧରି ଦୁଷ୍କର୍ମ କରି ଚାଲିଥଲେ, ଆଉ ସମସ୍ତେ ସବୁ ଜାଣି ଚୁପ ବସିଥିଲେ, ତାହା ଆଚମ୍ବିତ କରିଛି । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡିର ମହୁଲପଞ୍ଜି […]
ଭାରତରେ ମଙ୍କିପକ୍ସ, ଚିହ୍ନଟ ହେଲେ ପ୍ରଥମ ସନ୍ଦିଗ୍ଧ। ଦେଶରେ ମଙ୍କିପକ୍ସ ଭୂତାଣୁର ପ୍ରଥମ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଘୋଷଣା କରିଛି କେନ୍ଦ୍ର ସ୍ବାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ନିକଟରେ ଭାରତ ଆସିଥିବା ଜଣେ ଯୁବ ପୁରୁଷ ରୋଗୀଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି। ସମ୍ପୃକ୍ତ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ଅଲଗା ରଖାଯାଇଛି ଏବଂ ମଙ୍କିପକ୍ସ ସଂକ୍ରମଣ ନିଶ୍ଚିତ କରିବା ପାଇଁ ତାଙ୍କ ନମୁନା ପରୀକ୍ଷା କରାଯାଉଛି। ରୋଗୀ ବର୍ତ୍ତମାନ ସ୍ଥିର ଅଛନ୍ତି ଏବଂ […]
ରାତିରେ ଶୋଇଥିବାବେଳେ କାମୁଡ଼ିଲା ବିଷଧର ସାପ। ଚାଲିଗଲା ୩ ଭଉଣୀଙ୍କ ଜୀବନ। ଗୁରୁତର ଅବସ୍ଥାରେ ବାପା ଜୀବନ ସହ ସଂଘର୍ଷ କରୁଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗ୍ରାମରେ।ଘଟଣା ମୁତାବକ ସମସ୍ତେ ଘର ଚଟାଣରେ ଶେଯ ପାରି ଶୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ କୌଣସି ବିଷାକ୍ତ ସାପ କାମୁଡ଼ି ଥିଲା। ଏକ ବା ଏକାଧିକ ଜଣାପଡ଼ିନି। ପ୍ରଥମେ ତିନି ଝିଅଙ୍କୁ ପରେ ବାପାଙ୍କୁ କମୁଡ଼ିବାରୁ […]
କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପଡୋଶୀ ଜିଲ୍ଲାକୁ ଏହା ବ୍ୟାପିବାର ସମ୍ଭାବନା ବଢିଛି । କାରଣ ପଜିଟିଭ ରିପୋର୍ଟ ଆସିବା ପୂବର୍ରୁ ହିଁ କମ ଦାମରେ ହଜାର ହଜାର କୁକୁଡା ବିକ୍ରି କରିଛନ୍ତି ଦୋକାନୀ । ତେବେ ଶହ ଶହ ମୃତ କୁକୁଡ଼ାକୁ କିଭଳି ବସ୍ତାରେ ଭର୍ତ୍ତି କରାଯାଉଛି । ତାପରେ ଖୋଳାଯାଇଥିବା ବଡ଼ ବଡ଼ ଗାତରେ ମୃତ କୁକୁଡ଼ାକୁ ପୋତିବା ପରେ ବସ୍ତା ବସ୍ତା ବ୍ଲିଚିଂ ଛିଞ୍ଚାଯାଉଛି । କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡ […]
ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଏବେ ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆଉ ୫ ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର, […]
ଚାଷୀଙ୍କୁ ନୂଆଖାଇ ଭେଟି। କୃଷିଭିତ୍ତିକ ଗଣପର୍ବ ନୂଆଖାଇରେ ରାଜ୍ୟ ସରକାର ଦେଲେ ଭେଟି। ଆରମ୍ଭ ହେଲା ସିଏମ କିଷାନ ଯୋଜନା। ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨ ହଜାର ଟଙ୍କା। ଏହି ଯୋଜନା ଦ୍ବାରା ରାଜ୍ୟର ୪୫ଲକ୍ଷ ୭୬ହଜାର ୫୨୪ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ଲକ୍ଷ ୧୨ହଜାର ୧୨୨ଜଣ ଭୂମିହୀନ ଚାଷୀ ଲାଭାନ୍ବିତ ହେବେ । ଏଥି ସହ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨ହଜାର ୫୦୦ଟଙ୍କା ମିଳିବ । ଖରିଫ୍ ଓ ରବି ଫସଲ […]
ମେଷ ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।* ବୃଷ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ […]
