author

ଆଜିର ରାଶିଫଳ(୮ ସେପ୍ଟେମ୍ବର,୨୦୨୪)

ମେଷ ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।* ବୃଷ ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ  ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, […]

ରାଜ୍ୟ ବାହାରେ ଥିବା ମହିଳା ସୁଭଦ୍ରା ଯୋଜନାରେ କରିପାରିବେ ଆବେଦନ ।

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ରାଜ୍ୟ ବାହାରେ ଥିବା ମହିଳା ବି ଏବେ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ।ସୁଭଦ୍ରା ଯୋଜନାର ପଂଜିକରଣ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପଂଜୀକରଣ ପାଇଁ ଶେଷ ତାରିଖ ନାହିଁ । ସମସ୍ତ ହିତାଧିକାରୀ ପଂଜିକରଣ ଶେଷ ନ ହେବା ଯାଏଁ ପଂଜିକରଣ ବ୍ୟବସ୍ଥା […]

କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ, ବାର୍ଡ ଫ୍ଲୁ ଆଶଙ୍କା

ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଏଣ୍ଡର, ନରସିଂହପୁର, ତିଲଙ୍ଗରେ ବ୍ୟାପକ କୁକୁଡ଼ା ମରି ପଡ଼ିଥିବା ସୂଚନା ମିଳିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ କୁକୁଡା ମରି ଏଣେ ତେଣେ ପଡୁଛି । ତେବେ ଫାର୍ମ ମାଲିକ ମାନେ ମରୁଥିବା କୁକୁଡା ସବୁକୁ ଲୁଚା ଛପାରେ ବିଭିନ୍ନ ଅଞ୍ଚଳରେ ଫୋପାଡି ଦେଉଛନ୍ତି । ସେ ସବୁକୁ କାଉ କୁକୁର ଟାଣି ଖାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏମିତିକି ରୋଗାକ୍ରାନ୍ତ ହୋଇ […]

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ନୂଆପଡା ଏମଭିଆଇ

ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା ଏମଭିଆ। । ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ହସ୍ପିଟାଲ ଛକ ନିକଟରେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛନ୍ତି । ଧରାପଡିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ବିନୟ । ଉକ୍ତ ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି । ପୈତୃକ ସମ୍ଫତ୍ତି ସମତେ ୫ […]

ଉଦ୍ଧାର କଣ୍ଟେନରରେ ଫାଟ, ବାହାରୁଛି ଖାଦ୍ୟ ପଦାର୍ଥ ଓ ମହମବତୀ

ପୁରୀ ବେଳାଭୂମୀରେ ଲାଗିଥିବା ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ସ୍ଥାନୀୟ ଲୋକେ। କ୍ୟାଣ୍ଡେଲ, ଖାଦ୍ୟ ସାମଗ୍ରୀ, ଇଞ୍ଜିନ ଅଏଲଓ ପରଫ୍ୟୁମ ସହ ଅନେକ ସାମଗ୍ରୀ ସବୁକୁ ବୋହି ନେଇଛନ୍ତି ଲୋକେ। ଜିଲ୍ଲାପାଳ କହିଛନ୍ତି, କୋଲକତାରୁ କଣ୍ଟେନରଟି ଇଣ୍ଡୋନେସିଆ ଯାଉଥିବା ସମୟରେ ଖସି ପଡିଥିବା ସନ୍ଦେହ କରାଯାଉଛି । କୋଷ୍ଟଗାର୍ଡ ସହ ଏନେଇ ଆଲୋଚନା କରାଯାଇଛି । କଣ୍ଟେନରରେ ଫାଟ ହୋଇଥିବାରୁ ଖାଦ୍ୟ ପଦାର୍ଥ ଓ ମହମବତୀ ବାହାରୁଥିବା ଦେଖିବାକୁ ମିଳିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି […]

ଅନ୍ୟ ଉପରେ ଦୋଷ ଲଦିଲେ ହେବନି : ଅମର ପ୍ରସାଦ ଶତପଥୀ

ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡି ଛାଡିବା ନେଇ ଦଳକୁ ଚେତାଇଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ପ୍ରତିକ୍ରିୟା ରଖି ସେ କହିଛନ୍ତି, ଅନ୍ୟ ଉପରେ ଦୋଷ ଲଦି ବସିଗଲେ ହେବ ନାହିଁ । ଏ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଆମକୁ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ସେ […]

ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ, ବିନାୟକଙ୍କ କାଳଜୟୀ ସୃଷ୍ଟି ଓଡ଼ିଆ ସାହିତ୍ୟର ଅମୂଲ୍ୟ ରତ୍ନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ତଥାସ୍ତୁର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ବତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ  ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍‌ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଭାଷା ଓ ସଂସ୍କୃତି ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଶିକ୍ଷାବିତ ତଥା ସୁବକ୍ତା […]

ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ ।

ମେୟର ସୁଲୋଚନା ଦାସ କଡ଼ା ଟିପ୍ପଣୀ ଦେଇଛନ୍ତି। ଶ୍ରୀମତୀ ଦାସ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ୫ ହଜାର ଟଙ୍କାରେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ।ଏକାଥରକେ ୫୦ ହଜାର ଟଙ୍କା ନମିଳିଲେ ଆତ୍ମନିର୍ଭରଶୀଳ ହୋଇ ପାରିବ ନାହିଁ । ବିଜେପି ସରକାର ୫୦ ହଜାର ଟଙ୍କା ୨ ବର୍ଷରେ ଦେବେ ବୋଲି କହିଥିଲେ । ଯଦି ୨ ବର୍ଷରେ ଦେଇଥାନ୍ତେ ଲାଭ ହୋଇଥାନ୍ତା । ପୂର୍ବ ସରକାର ମିଶନ ଶକ୍ତି ଜରିଆରେ ଏସ୍‌ଏଚ୍‌ଜି ଦେଢ଼ […]

ସୁଭଦ୍ରା ରଥର ଶୁଭାରମ୍ଭ କଲେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା l

ରାୟଗଡ:-ତା. ୭/୦୯-ଆଜି ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣୀ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ରାୟଗଡା ଜିଲ୍ଲା ଗସ୍ତ କରି ଆଜି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ସୁଭଦ୍ରା ରଥକୁ ଶୁଭାରମ୍ଭ କରିବା ସହିତ ମହିଳା ମାନଙ୍କୁ ସମ୍ବୋଦିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପତାୱରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ନିହାର ରଞ୍ଜନ କହଁର, ଏବଂ ଉପଜିଲ୍ଲାପାଳ […]

ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି 

ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ସ୍ଥାନ ଚି଼ହ୍ନଟ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଲା ଟଙ୍କପାଣି ବ୍ରିଜ ଓ ଅନ୍ୟଟି ହେଲା ଦୟା ନଦୀ କୂଳ। ଏଥିଲାଗି ସେଠାରେ ବିସର୍ଜନ ପାଇଁ ବିଏମସି ତରଫରୁ ବିଶେଷ ଆୟୋଜନ ହୋଇଛି। […]

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା ଦେଇଛନ୍ତି। କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ହାତୀ ମଣିଷ ଲଢେଇ ଚରମ ସୀମାରେ ପହଞ୍ଚିଥିବା ବେଳେ ଭାଲୁ, ହରିଣ, କୁଟୁରା ଆଦି ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣରେ ସହର ମୁହାଁ । ଫଳରେ ମଣିଷଙ୍କ ଧନ ଜୀବନ ସହ ବନ୍ୟଜନ୍ତୁ ମଧ୍ୟ […]

ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ

ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର୍ ସୁଲୋଚନା ଦାସ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟବ୍ୟାପୀ ଗାଁରୁ ସହର ସବୁଠି ଏହି ସଚେତନତା ରଥ ବୁଲିବ। ଲୋକଙ୍କୁ ସୁଭଦ୍ରା ଯୋଜନା ବାବଦରେ ସଚେତନ […]