author

ମହଙ୍ଗା ପଡ଼ିଲା ରାଗିଂ। ୭ ଛାତ୍ର ଓ ଦୁଇ ଛାତ୍ରୀଙ୍କୁ ନିଲମ୍ୱିତ

ମହଙ୍ଗା ପଡ଼ିଲା ରାଗିଂ। ୭ ଛାତ୍ର ଓ ଦୁଇ ଛାତ୍ରୀଙ୍କୁ ନିଲମ୍ୱିତ କରିଛି ନବୋଦୟ ସ୍କୁଲ କର୍ତ୍ତୃପକ୍ଷ। ନିଲମ୍ୱିତ ହୋଇଥିବା ଛାତ୍ରଛାତ୍ରୀମାନେ ସ୍କୁଲ ଆସିପାରିବେ ନାହିଁ। ହଷ୍ଟେଲ୍‌ରେ ମଧ୍ୟ ରହିପାରିବେନି। ତେବେ ଏଭଳି ଅଭିଯୋଗ ଆସିଛି ନୂଆପଡ଼ା ତରବୋଡ଼ ନବୋଦୟ ବିଦ୍ୟାଳୟରୁ। ୭ ଜଣ ଦ୍ଵାଦଶ ଶ୍ରେଣୀର ଛାତ୍ର ଦଶମ ଶ୍ରେଣୀ ଛାତ୍ର ରହୁଥିବା ହଷ୍ଟେଲରେ ପଶି ପିଲାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୨୨ ଜଣ ଛାତ୍ର ଉପର ଶ୍ରେଣୀ ଛାତ୍ରଙ୍କଠାରୁ ମାଡ଼ ଖାଇଥିବା ଅଭିଯୋଗ […]

ରାଜ୍ୟରେ ୫ ବର୍ଷରେ ୫୭୨ ଆଦିବାସୀ ଛାତ୍ରୀ, ମହିଳା ହୋଇଛନ୍ତି ବଳାତ୍କାରର ଶିକାର

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ରାଜ୍ୟରେ ୫ ବର୍ଷରେ କେତେ ଆଦିବାସୀ ଛାତ୍ରୀ ଓ ମହିଳା ବଳାତ୍କାରର ଶିକାର ହୋଇଛନ୍ତି? କେତୋଟି ମାମଲା ଫଇସଲା ହୋଇଛି? କେତୋଟି ଚାର୍ଜସିଟ ଦାଖଲ ହୋଇଛି? ଏବଂ କେତୋଟି ବିଚାରାଧୀନ ରହିଛି। ଯାହାର ଉତ୍ତର ରଖି ଏସ୍‌ସି/ଏସ୍‌ଟି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ୫୭୨ ମାମଲାରୁ ୩୨ଟିର ଫଇସଲା ହୋଇଛି । ୫୦୯ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୩୧ଟି ମାମଲା ବିଚାରାଧୀନ ରହିଛି।ଶୁକ୍ରବାର ବିଧାନ […]

୨୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, […]

ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ

ତ୍ରିସୁଳିଆ ନରଣ ପୁରରେ ଘଟିଛି ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତକ ୩ ଜଣ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ବାସିନ୍ଦା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ତିନି ଜଣ ଶ୍ରମିକ ସେହି ଛାତର ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ପଡ଼ିଯାଇଥିଲେ। ତେବେ ସେହି ସମୟରେ ବାହାରେ ଥିବା ଅନ୍ୟ ଶ୍ରମିକମାନେ ଡାକିବାରୁ ଭିତରୁ […]

ରାଜ୍ୟସଭା ସାଂସଦ ପଦରୁ ସୁଜିତ୍ କୁମାରଙ୍କ ଇସ୍ତଫା । 

ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଂସଦ ପଦରୁ ଇସ୍ତଫା ଦେବାର ମାତ୍ର କିଛି ସମୟ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।ଦଳ ବିରୋଧୀ କାମ ପାଇଁ ଦଳରୁ ବହିସ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କ କାର୍ୟ୍ୟକାଳ ୨୦୨୬ […]

ବେଆଇନ ମଦ ବୋଝେଇ ସ୍କୋର୍ପିଓକୁ ଜାଳି ଦେଲେ ଲୋକେ

୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ଭଗିଆଛକ ନିକଟରେ ବେଆଇନ ମଦ ନେଇ ଆସୁଥିବା ସ୍କୋର୍ପିଓକୁ ଜାଳି ଦେଲେ ଲୋକେ। ସ୍କୋର୍ପିଓଟି କୌଶଳ କ୍ରମେ ସିମୁଳିଆରୁ ଏକ ପୋଲ ଦେଇ ପୁଣି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସିମୁଳିଆ ପୁଲିସ ପିଛା କରିଥିଲା । ଗାଡ଼ି ଛାଡି ଫେରାର ହୋଇଯାଉଥିବା ବେଳେ ସିମୁଳିଆ ପୁଲିସ ୨ ଜଣକୁ ଧରିଥିଲା। କିନ୍ତୁ ଆଉ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି l ତେବେ ସ୍ଥାନୀୟ ଲୋକେ […]

ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ନମ୍ବରରେ କଲ୍‌ କରନ୍ତୁ

ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆବେଦନ କରିପାରିବେ। ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ, ଯଦି କିଏ ପଇସା ମାଗନ୍ତି ତା’ହେଲେ ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ୍‌ କରି ଜଣାଇବା ପାଇଁ ନିବେଦନ କରିଛନ୍ତି ସରକାର |ତେବେ ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଆଉ ଆବେଦନବେଳେ ବାଲେଶ୍ୱର, ଭଦ୍ରକ, […]

ୱାକଫ୍ ବିଲକୁ ରାଜ୍ୟସଭାରେ ବିରୋଧ କରିବ ବିଜେଡି

ରାଜ୍ୟସଭାରେ ୱାକଫ ବିଲକୁ ବିରୋଧ କରିବ ବିଜେଡି । ସଂଖ୍ୟାଲଘୁ ସେଲକୁ ସମ୍ବୋଧନ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଶଙ୍ଖ ଭବନରେ ଦଳର ସଂଖ୍ୟାଲଘୁ ସେଲ୍ ସଦସ୍ୟମାନଙ୍କୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୱାକଫ ସଂଶୋଧନ ବିଲକୁ ବିଜେଡି ବିରୋଧ କରିବ । ରାଜ୍ୟର ବିଭିନ୍ନ ଭାଗରୁ ସଂଖ୍ୟାଲଘୁ ଭାଇ ଓ ଭଉଣୀମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି ଓ ଅସୁରକ୍ଷିତ ଥିବା ନେଇ ନିଜର ଉଦବେଗ ଜଣାଉଛନ୍ତି […]

ପୋଲିସ ଘରେ ପଶିଲେ ଚୋର, ବୁଲାଇଲେ କଳାକନା

ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସକୁ ଚୋରମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଚୋରି କରିଛନ୍ତି। ଏହି ଚୋରି ଜଣେ ସାଧାରଣ ଲୋକଙ୍କ ଘରୁ ନୁହେଁ। ବରଂ ଚୋରି ହୋଇଛି, ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବା ଜଣେ ପୋଲିସ ଏସ୍‌ଆଇଙ୍କ ଘରୁ।ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଲୁଟେରା । ପରେ ଘରର ଗଡ୍ରେଜ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା, ୧୦ ହଜାରରୁ ଅଧିକ ଟଙ୍କା, ପୁରୁଣା କଏନ, ଦାମୀ ଘଣ୍ଟା ଲୁଟ ହୋଇଥିବା ଅଭିଯୋଗ ହୋଇଛି […]

ଆଧାର ନମ୍ବର ସହିତ ମୋବାଇଲ ଫୋନ ନମ୍ବର ଲିଙ୍କ ହୋଇନଥିଲେ ମଧ୍ୟ 

ରାଜ୍ୟରେ ଆରମ୍ଭ ହୋଇଯାଇଛି ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ଏହି ସମୟରେ ରାଜ୍ୟ ସରକାର ଏବେ ଏହି ଯୋଜନାର ନିୟମକୁ ସାମାନ୍ୟ କୋହଳ କରିଛନ୍ତି । ଆଧାର ନମ୍ବର ସହିତ ମୋବାଇଲ ଫୋନ ନମ୍ବର ଲିଙ୍କ ହୋଇନଥିଲେ ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରମାଣୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଆଧାର କାର୍ଡରେ ମୋବାଇଲ ଲିଙ୍କ ନ ହେଉଥିଲେ ସୁଦ୍ଧା ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଅନଲାଇନରେ ଫର୍ମ ଆବେଦନ […]

ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିନଟେଣ୍ଡେଂଟ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନରେ ରେଡ କରୁଛି ଭିଜିଲାନ୍ସ। କେନ୍ଦୁଝର ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ନିଜ ବାସଭବନ ଓ ଶ୍ୱଶୁର ଘର, ଜାଗମରା ବାସଭବନ, ଝାରପଡ଼ା ଜେଲ ପୁରୁଣା କ୍ୱାର୍ଟର, ଭଦ୍ରକର ପୈତୃକ ଘରେ ମଧ୍ୟ ରେଡ୍‌ ଚାଲିଛି। ଆଜି ସକାଳୁ କେନ୍ଦୁଝର ଜେଲ୍‌ରେ ସ୍ଥାନୀୟ ଭିଜିଲାନ୍ସ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚଢ଼ାଉ ସମୟରେ ଅଧିକାରୀଙ୍କ […]

ରୋଟାରୀ କ୍ଳବ ପକ୍ଷରୁ ରାଷ୍ଟ୍ର ନିର୍ମାଣ ସମ୍ମାନ ପ୍ରଦାନ: ଶିକ୍ଷକମାନେ ସମାଜର ଆଲୋକ ବର୍ତ୍ତିକା

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁ ମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି […]