author

ଇନ୍‌ଷ୍ଟାଗ୍ରାମରେ ଜେଲ୍‌ ଏଡିଜିଙ୍କ ନାଁରେ ଫେକ୍‌ ଆକାଉଣ୍ଟ

ପୋଲିସ ଅଧିକାରୀଙ୍କୁ ବି ଛାଡିଲେନି ଠକ। ନକଲି ସୋସିଆଲ ମିଡିଆ ଇଷ୍ଟାଗ୍ରାମ୍‌ ଆକାଉଣ୍ଟ ଖୋଲି ଚଳାଉଛନ୍ତି ଲୁଟ୍‌ର ଯୋଜନା। ଜେଲ୍‌ ଏଡିଜି ଅମିତାଭ ଠାକୁରଙ୍କ ନାଁରେ କେହି ଜଣେ ଫେକ୍‌ ଆକାଉଣ୍ଟ ଖୋଲିଥିବା ଜଣାପଡିଛି। ଇନ୍‌ଷ୍ଟାଗ୍ରାମରେ ଏକ ଫେକ୍‌ ଆକାଉଣ୍ଟ ଖୋଲାଯାଇଥିବା ନେଇ ଏଡିଜି ଠାକୁର ମଙ୍ଗଳବାର ସାଇବର କ୍ରାଇମରେ ଅଭିଯୋଗ କରିଛନ୍ତି। ଏହି ଫେକ୍‌ ଆକାଉଣ୍ଟରେ କୌଣସି ମେସେଜ ପାଇଲେ ଆର୍ଥିକ କାରବାର ନ କରିବାକୁ ଏଡିଜି ଠାକୁର ଲୋକଙ୍କୁ ଅନୁରୋଧ କରିଛନ୍ତି।

କଣ୍ଟେନରରୁ ବୋହିନେଲେ ଖାଦ୍ୟ ସାମଗ୍ରୀ

ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଲାଗିଛି ଦୁଇ ଦୁଇଟି ବିରାଟକାୟ କଣ୍ଟେନର । କୌଣସି ଏକ ଜାହାଜରୁ ଏହି କଣ୍ଟେନର ଖସି ପଡ଼ି ଭାସିଆସିଥିବା ସନ୍ଦେହ କରାଯାଉଥିବାବେଳେ କଣ୍ଟେନରରେ ସମସ୍ତ ଜିନିଷ ଥିବା ଜଣାପଡ଼ିଛି। ଏଥିରେ ପ୍ରସାଧାନ ସାମଗ୍ରୀଠୁ ଆରମ୍ଭ କରି ଘରକରଣା, ରୋଷେଇ ଓ ଖାଦ୍ୟ ସାମଗ୍ରୀ ଥିଲା। କିନ୍ତୁ ସାଧାରଣ ଲୋକେ ସାମଗ୍ରୀ ବୋହିନେଲେ ।ଏହି କଣ୍ଟେନର ଉପରେ ଆଇଟିଟି ଲାଇନ ପ୍ରାଇଭେଟ ଲିମିଟେଡ ଲେଖାଥିବା ଦେଖିବାକୁ ମିଳିଛି। ଏତେ ବଡ଼ କଣ୍ଟେନର […]

୫୫ ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ଡାଇଲିସିସ ହେବ ଓ ସମ୍ବଲପୁରରେ ହେବ ଦ୍ୱିତୀୟ ଏମ୍ସ

ରାଜ୍ୟରେ ସ୍ବାସ୍ଥ୍ୟବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଏହି ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିତ ଭାବେ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ମିଳିବ। ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ସରକାର ଏକ ବଡ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଭୁବନେଶ୍ୱର ପରେ ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ହେବ । ଏନେଇ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଆଲୋଚନା […]

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳି ଅଭ୍ୟାସ ଦ୍ୱାରା ବୁଦ୍ଧିମତ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। କାରଣ ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାକୁ ତନ୍ନ ତନ୍ନ କରି ତର୍ଜମା କରିବା ପରେ ସେମାନେ ଏଭଳି ବିଷୟରେ ଜାଣିବାକୁ ପାଇଥିଲେ। ଏଥିଯୋଗୁ ପେଟରେ ଅମ୍ଳ ବା ଏସିଡିଟି ବଢ଼ିଯାଇଥାଏ। ଅନ୍ୟପକ୍ଷରେ […]

ଆଜିର ରାଶିଫଳ(୩ ସେପ୍ଟେମ୍ବର,୨୦୨୪)

*ମେଷ:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ।   ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।* *ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ […]

ରାଜ୍ୟ ରେ ବନ୍ଦ ଥିବା ବିଦ୍ୟାଳୟ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ: ରାଜ୍ୟରେ ବନ୍ଦ ଥିବା ବିଦ୍ୟାଳୟ ଗୁଡ଼ିକୁ ପୁଣି ଥରେ ଖୋଲିବା ପାଇଁ ସ୍ଥିର କରୁଥିଲେ, ଏ ଦିଗରେ କୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ମିଶ୍ରଣ ହୋଇଥିବା ବିଦ୍ୟାଳୟ କୁ ପୁନଃ ଖୋଲିବା ସମ୍ବନ୍ଧୀୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆବେଦନ କରାଯାଇଥିବା WA No 417/2021 ମାନନୀୟ ଉଚ୍ଚ ନ୍ୟାୟାଳୟ ଙ୍କ ବିଚରାଧୀନ ଅଛି […]

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିିୟା ଆରମ୍ଭ ହୋଇଛି ବୋଲି ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତହସିଲ, ବ୍ଲକ, ଏବଂ ଥାନା ସ୍ତରରେ କମିଟି ଗଠନ ପାଇଁ କୁହାଯାଇଛି। ବିଶେଷ କରି ଭୁବନେଶ୍ୱର, କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଭୁବନେଶ୍ବର, କେନ୍ଦ୍ରପଡା ଓ ପୁରୀରେ […]

ଉନ୍ମୋଚିତ ହେଲା”ସୁଭଦ୍ରା” ଯୋଜନାର ୱେବ ପୋର୍ଟାଲ

ଖୋଲିଲା ସୁଭଦ୍ରା ପୋର୍ଟାଲ୍। www.subhadra.odisha.gov.in ୱେବ ପୋର୍ଟାଲରୁ ମିଳିବ ସୁଭଦ୍ରା ଯୋଜନାର ସବୁ ତଥ୍ୟ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏହି ପୋର୍ଟାଲର କରିଛନ୍ତି ଶୁଭାରମ୍ଭ। ଏହି ପୋର୍ଟାଲ୍ ଛଡା ଆଉ କୌଣସି ନକଲି ୱେବସାଇଟ ଦ୍ବାରା ଭ୍ରମିତ ହୁଅନ୍ତୁ ନାହିଁ ।ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି । ଏହା ଦ୍ବାରା ଆପଣମାନେ ସହଜରେ, ସୁବିଧାରେ, ସବୁଠାରେ […]

ମହାପ୍ରଭୁଙ୍କ ଦର୍ଶନ କଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ( ଆର୍‌ ବି ଆଇ) ଗଭର୍ନର ଶକ୍ତିକାନ୍ତ ଦାସ। ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି। ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସମୟରେ କୌଳିକ ସେବାୟତ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍‌ପି ପିନାକ ମିଶ୍ର ଉପସ୍ଥିତ ରହିଥିଲେ। ଏଥି ସହିତ ଆର୍‌ବିଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଉଭୟ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ […]

କୃଷକଙ୍କ ମୁହଁରେ ହସ ଫୁଟାଇଲେ ମୋଦି ସରକାର

କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ କୃଷି କ୍ଷେତ୍ର ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ତର୍ଭୁକ୍ତ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତ, କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ କ୍ୟାବିନେଟ ସୋମବାର ୭ଟି ପ୍ରମୁଖ ନିଷ୍ପତ୍ତି ନେଇଛି।

ବିଜ୍ଞାନର ପ୍ରକୃତି ସ୍ଥିରତା ରେ ଭୂମିକା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ମଡେଲ ଡିଗ୍ରୀ କଲେଜ ବିଜ୍ଞାନ ସମିତି ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ତିନ ତୃତୀୟ ବାର୍ଷିକ ଛାତ୍ରଛାତ୍ରୀଙ୍କୁ ନେଇ ଉକ୍ତ ଆଲୋଚନା ଚକ୍ରରେ ଶ୍ରୀରାମ  ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା ର ସୁନାମଧନ୍ୟ ରସାୟନ ବିଜ୍ଞାନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରମୋଦ କୁମାର ଶତପଥୀ ଯୋଗଦେଇ ବିଶେଷ ଭାବେ  କିପରି ଆଜିର  ଅସ୍ଥିର  ପ୍ରକୃତି କୁ ବିଜ୍ଞାନ ସହାୟତାରେ ସ୍ଥିରତା ଅଣାଯାଇପାରିବ ସେ ସଂକ୍ରାନ୍ତରେ ଆଲୋକପାତ […]

ଏହି ଦିନ ଓଡ଼ିଶା ଆସି ‘ସୁଭଦ୍ରା’ ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ 

ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ୧୭ ସୁଦ୍ଧା ଚୟନ ଯୋଗ୍ୟ ହତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।ଏନେଇ ସୋମବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ […]