author

ହୀରାକୁଦ ଡ୍ୟାମର ୪ ଗେଟ୍ ବନ୍ଦ, ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦରେ କମୁଛି ଜଳସ୍ତର । ହୀରାକୁଦ ଡ୍ୟାମର ୪ଟି ଗେଟ୍ ବନ୍ଦ ହୋଇଛି। ଏବେ ହୀରାକୁଦରୁ ମୋଟ୍ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି।ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ୬୧୨ ଫୁଟ୍‌ରୁ ଅଧିକ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୮ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ଜଳସ୍ତର କମୁଥିବାର ଧୀରେ […]

ଏଣିକି ପରିବାର ପିଛା ମିଳିବ ୩ କିଲୋ ଆଳୁ 

ଏଣିକି ରାଜଧାନୀ ବାସିନ୍ଦା ୩ କେଜି ଆଳୁ ୧୦୦ ଟଙ୍କାରେ ପାଇବେ । ପରିବାର ପିଛା ୩ କିଲୋ ଆଳୁ ଯୋଗାଇ ଦେବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଅଫିସ ନିକଟରେ ରାଜଧାନୀର ପ୍ରାୟ ଶହେ ଜଣ ଡିଲରଙ୍କୁ ଯୋଗାଣ ବିଭାଗ ଆଳୁ ଯୋଗାଇଛି । ପ୍ରତି ପରିବାର ପିଛା ୩ କେଜି ଆଳୁ ଦିଆଯିବ । କାର୍ଡଧାରୀ ଏବଂ ବିନା କାର୍ଡଧାରୀଙ୍କୁ ଆଳୁ ମିଳିବ । ପ୍ରଥମେ ଭୁବନେଶ୍ବର […]

ପଶ୍ଚିମବଙ୍ଗ ପ୍ରତି ତେଜୁଛି ଅସନ୍ତୋଷ । 

ରାଜ୍ୟରେ ଏବେ ବି ଜାରି ରହିଛି ଆଳୁ ସଙ୍କଟ। କିଛି ସ୍ଥାନରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ଅନେକ ସ୍ଥାନରେ ମାର୍କେଟ୍‌ରୁ ଆଳୁ ଉଭାନ ହୋଇଗଲାଣି। ଆଜି ସୁଦ୍ଧା ଯଦି ପର୍ଯ୍ୟାପ୍ତ ପରିମାଣରେ ଆଳୁ ନପହଞ୍ଚେ ତେବେ ବଜାରରେ ଆହୁରି ଚଢାଦରରେ ଆଳୁ ବିକ୍ରି ହେବ। ପଶ୍ଚିମବଙ୍ଗ ସରକାରଙ୍କ କଟକଣା କାରଣରୁ ଚୋରାରେ ଓଡ଼ିଶାକୁ ଆସୁଛି ଆଳୁ। ପଶ୍ଚିମବଙ୍ଗରୁ ଭାୟା ବିହାର ଦେଇ ଭୁବନେଶ୍ବର ଆସୁଛି ଆଳୁ ଗାଡି । ଆଳୁ ଗାଡି ନେଇ ଆସିଥିବା […]

ପୁଣି ରିମାଣ୍ଡରେ ଆସିବେ ରସିକିଆ ସତ୍ୟଜିତ,ଖୋଲିବ ମଜ୍‌ନୁର ଗୁମର

ଖୋଲିବ ମଜ୍‌ନୁ ସତ୍ୟଜିତର ଗୁମର । ରଙ୍ଗିଲା ସତ୍ୟଜିତର ଏମିତି କଳାକାରନାମା ନା ଆଉ ଅଛି । ତାହା ପୋଲିସ ରିମାଣ୍ଡରୁ ହିଁ ଜଣାପଡିଛି । ଶନିବାରଠୁ ଠକ ପ୍ରେମିକ ସତ୍ୟଜିତକୁ ୫ ଦିନିଆ ରିମାଣ୍ଡ ନେଉଛି ପୋଲିସ । ଫଳରେ ପୋଲିସ ଶନିବାରଠାରୁ ସତ୍ୟଜିତଙ୍କୁ ଝାରପଡା ଜେଲରୁ ଆଣି ଦ୍ୱିତୀୟ ଥର ମାରାଥନ ଜେରା କରି ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା ରଖିଛି। ଇତିମଧ୍ୟରେ ସତ୍ୟଜିତ୍‌ ବ୍ୟବହାର କରୁଥିବା ଆଉ ଏକ କାରକୁ […]

ଘୂର୍ଣ୍ଣିବଳୟ ସାଙ୍ଗକୁ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ ।

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା। ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।ଗତ ୨୪ଘଣ୍ଟା ମଧ୍ୟରେ ପୁରୀ, ନୟାଗଡ଼, ଝାରସୁଗୁଡ଼ା, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, କୋରାପୁଟ ଏବଂ କଳାହାଣ୍ଡି ଜିଲାରେ ତୁହାକୁ ତୁହା ବର୍ଷା ହୋଇଛି। ପୁରୀ ଜିଲା ଅସ୍ତରଙ୍ଗରେ ୮୪ମି.ମି, ନୟାଗଡ଼ ଜିଲା ଖଣ୍ଡପଡ଼ାରେ ୭୯.୨ମି.ମି ବର୍ଷା […]

ଜନଜାତିଙ୍କ ବିକାଶ ଲାଗି ବିଜେଡି ସମର୍ପିତ: ନବୀନ

ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜନଜାତି ସମ୍ପ୍ରଦାୟର ବିକାଶ ବିନା ଓଡ଼ିଶାର ବିକାଶ ସମ୍ଭବ ନୁହେଁ ।ଓଡ଼ିଶାରେ ୬୪ଟି ପ୍ରମୁଖ ଜନଜାତି ଓ ୧୩ଟି ବିଶେଷ ଭାବେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ରହୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ […]

କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ।

କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଦେଶର ପୂର୍ବ ରାଜ୍ୟଗୁଡିକର ବିକାଶକୁ ଦୃଷ୍ଟିରେ ରଖି ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ବେଳେ ଏଥିରେ ୨୪,୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହ ଭିତିଭୂମିକୁ ସୁଦୃଢ କରିବ। ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି […]

ଆଜିର ରାଶିଫଳ(୧୦ ଅଗଷ୍ଟ,୨୦୨୪)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।*  ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*  ମିଥୁନ: […]

ଅଧିକରୁ ଅଧିକ ଛାତ୍ର ଛାତ୍ରୀ କ୍ରୀଡା ରେ ଅଂଶ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ହାଇସ୍କୁଲ୍ ପରିସରରେ ବ୍ଲକ୍ ସ୍କୁଲ୍ ସ୍ପୋର୍ଟସ ଆସୋସିଏସନ୍ ର ଜେନେରାଲ ବଡି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଏ ବି ଓ ଜ୍ୟୋତ୍ସ୍ନା ରାଣୀ ସେଠୀ ଙ୍କ ତତ୍ତ୍ଵାବଧାନରେ ବସିଥିବା ବୈଠକ ରେ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିବା ସହ ବାର୍ଷିକ ଆୟ ବ୍ୟୟ ପଠନ କରିଥିଲେ, ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ତାଲିକା ଅନୁଯାୟୀ ବ୍ଲକ୍ କ୍ରୀଡା […]

ଘରେ ଘରେ ତ୍ରିରଙ୍ଗା ଅଭିଯାନ

• ବିନା ମୂଲ୍ୟରେ 127500ଟି ଜାତୀୟ ପତାକା ଲୋକଙ୍କୁ ଯୋଗାଇବା ଲକ୍ଷ୍ୟ: 8ଟି ବ୍ଲକ ସ୍ତରୀୟ ମହାସଂଘ ପତାକା ଯୋଗାଇବା ପାଇଁ ନିୟୋଜିତ • ଅଭିଯାନରେ ସାମିଲ ହୋଇ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲା ପ୍ରଶାସନର ଆହ୍ୱାନ ଢେଙ୍କାନାଳ : ୦୯.୦୮.୨୦୨୪ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି I ସ୍ୱାଧୀନତାର ଅମୃତ ମହୋତ୍ସବ […]

ବେଲପଡା ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ।ହକ ଓ ଅଧିକାର , ସାମ୍ବାଧାନିକ ଅଧିକାର ଐତିହ୍ୟ ପରମ୍ପରା ବଜାୟ ପାଇଁ ଆହୁରି ଜନଜାଗରଣ ର ଆବଶ୍ୟକତା ରହିଛି : ସାଂସଦ ଶ୍ରୀ ବିଶି

ବଲାଙ୍ଗୀର (ଜଗଦୀଶ ଭୋଇ)ବଲାଙ୍ଗୀର ଜିଲ୍ଲା ବେଲପଡା ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଖେଳ ପଡିଆ ଠାରେ ଶହ ଶହ ଆଦିବାସୀ ମାନେ ଏକତ୍ରିତ ହୋଇଥିଲେ। ପରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ସହରର ପରିକ୍ରମା କରି ତାରିଣୀ ମନ୍ଦିର ନିକଟକୁ ଚନ୍ଦ୍ରମା ମିଳନ ମଣ୍ଡପ ପର୍ଯ୍ୟନ୍ତପହଞ୍ଚିଥିଲେ । ସେଠାରେ ଏକ ଆୟୋଜିତ ସଭାରେ ସମସ୍ତ ଆଦିବାସୀ ଦେବାଦେବୀ ଙ୍କ ସହ […]

ରାକ୍ଷୀ ବ୍ୟବସାୟରେ ମୁସ୍‌ଲିମ ଝିଅ

କଟକ ଷ୍ଟେସନ ବଜାରରେ। ମୁସ୍‌ଲିମ୍ ସଂପ୍ରଦାୟର ହୋଇ ବି ରକ୍ଷାବନ୍ଧନ ଓ ଖୁଦୁରୁକୁଣୀ ଭଳି ପର୍ବରେ ସାମିଲ ହେବା ସହ ରାକ୍ଷୀ ପ୍ରସ୍ତୁତ କରି ଅନ୍‌ଲାଇନରେ ବିକ୍ରି କରୁଛନ୍ତି ସବିହା ସୁମ୍ବୁଲ୍‌। ସବିହା ପିଲା ବେଳେ ସଂପର୍କୀୟ ଭାଇମାନଙ୍କୁ ରାକ୍ଷୀ ବାନ୍ଧୁଥିଲେ। ସାହିର ଅନ୍ୟ ଝିଅମାନଙ୍କ ସହ ମିଶି ଖୁଦୁରୁକୁଣୀ ପୂଜା କରୁଥିଲେ। ଗଲା କିଛି ବର୍ଷ ହେଲା ୟୁଟ୍ୟୁବ୍‌ରୁ ରାକ୍ଷୀ ତିଆରି କୌଶଳ ଶିଖିବା ପରେ ସବିହା ନିଜ ସୃଜନାତ୍ମକ କଳାକୁ ପ୍ରୟୋଗ କରି ନୂଆ […]