author

ବରଗଛ ତଳୁ ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ

ମାଟି ଖୋଳୁ ଖୋଳୁ ମିଳିଲେ ମହାଦେବ, ଶିବ ଲିଙ୍ଗଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ । ପବିତ୍ର କାର୍ତ୍ତିକ ମାସରେ କୋରାପୁଟ ବୋରିଗୁମ୍ମା ନୁଆଗୁଡ଼ାରୁ ଆସିଛି ଏଭଳି ଅଲୌକିକ ଦୃଶ୍ୟ ।ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଏଠାରେ ବିଭିନ୍ନ ଅଞ୍ଚଳରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଗତକାଲି ଠାରୁ ଉଦ୍ଧାର ହୋଇଥିବା ଶିବ ଲିଙ୍ଗର ପାଖରେ ପୂଜାର୍ଚ୍ଚନା ଜାରି ରହିଛି । ଏହି ଘଟଣା ପରେ ନୂଆ ଗୁଡ଼ା ଗ୍ରାମବାସୀ ବେଶ୍ […]

କାହିଁକି ବନ୍ଦ ହେଲା ପୁରୁଣା ୫ ଟଙ୍କିଆ କଏନ ?

ଭାରତୀୟ ବଜାରରେ ୫ ଟଙ୍କା କଏନର ଯଥେଷ୍ଟ ଗୁରୁତ୍ୱ ରହିଛି। ହେଲେ ଏବେ ବଜାରରେ ଆଉ ପୁରୁଣା ୫ ଟଙ୍କା କଏନ ମିଳୁ ନାହିଁ। ମୋଟା ୫ ଟଙ୍କା କଏନର ଅଭାବ ଏବେ ଅନୁଭବ କରୁଥିବେ।ଏହି ମୋଟା ୫ ଟଙ୍କିଆ ମୁଦ୍ରାର ଅବୈଧ ତସ୍କରୀ ମଧ୍ୟ ଚିନ୍ତାଜନକ ହୋଇଥିଲା। ଖାସ କରି ବାଂଲାଦେଶରେ ଏହି ମୁଦ୍ରାଗୁଡିକୁ ତରଳାଇ ଏହି ଧାତୁରେ ବ୍ଲେଡ ଭଳି ସାମଗ୍ରୀ ତିଆରି ହେଉଥିଲା। ଗୋଟିଏ ମୁଦ୍ରାରୁ ୬ଟି ବ୍ଲେଡ ତିଆରି ହେଉଥିଲା ଓ […]

ବାଲିଯାତ୍ରା ପାଇଁ ଗୀତ ରିଲିଜ୍ ହେଲା

ଆମେ କଟ୍‌କି, ସବୁଠାରୁ ହଟ୍‌କି.. ଆମ ବାଲିଯାତ୍ରା ସବୁଠାରୁ ନିଆରା.. ଏ କଟକ ନଗର, ଏ ଧବଳ ଟଗର.. ଭାଇଚାରା ପାଇଁ ପ୍ରସିଦ୍ଧି ତାର.. ଏପଟେ କାଠଯୋଡ଼ି, ସେପଟେ ମହାନଦୀ.. ତେବେ କଟକର ଗୌରବମୟ ଇତିହାସରୁ ଆରମ୍ଭ କରି ସଂସ୍କୃତି, ସାହିତ୍ୟ, କଳା, ପରମ୍ପରା ଇତ୍ୟାଦି ବର୍ଣ୍ଣନା କରା ଯାଇଛି । ମହାନଦୀ,କାଠଯୋଡି, କଟକର ଦଶହରା ଦହିବରା, ବାରବାଟୀ ଦୁର୍ଗ, ସ୍ଵରାଜ ଆଶ୍ରମ, ଚଣ୍ଡୀ ମନ୍ଦିର, କଦମ୍ ରସୁଲ୍, ଚର୍ଚ୍ଚ, ଗୁରୁଦ୍ୱାର ସହ କଟକ ମାଟିରେ ଜନ୍ମ […]

ମହିଳାଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ଯୋଗାଣ ସହାୟକ

ବଲାଙ୍ଗୀର ବୁଦୁଲାରେ ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରଫ । ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଆଗଲପୁର ଓ ସୋହେଲା ପୋଲିସ ଗିରଫ କରିଛି। ଗତ ୪ ତାରିଖରେ ଆଗଲପୁର ଥାନାରେ ମାମଲା ହୋଇଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ଆଗଲପୁର ଥାନାରେ ୧୮୬/୨୪ କେସ ନମ୍ବରରେ ମାମଲା ରୁଜ କରି ତଦନ୍ତ କରୁଥିଲା ପୋଲିସ ।ଥାନାରେ ମାମଲା ରୁଜୁ ପରେ ଫେରାର ମାରିଥିଲେ ଯୋଗାଣ ସହାୟକ ଗିରିଶ […]

ଏଥର ୪ ବର୍ଷିଆ ଗ୍ରାଜୁଏସନ୍ ପାଠ

ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ବହୁଚର୍ଚ୍ଚିତ ଜାତୀୟ ଶିକ୍ଷାନୀତି । ୨୦୨୪-୨୫ (ଚଳିତ) ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବ ‘ଜାତୀୟ ଶିକ୍ଷା ନୀତି-୨୦୨୦’ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏକାଧିକ ଥର ପାଠ୍ୟକ୍ରମ ଛାଡ଼ିପାରିବେ ଓ ଆଡ୍‌ମିସନ କରିପାରିବେ । ଛାତ୍ରଛାତ୍ରୀ ମାନେ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସ ପୂର୍ଣ୍ଣ କରିପାରିବେ । ଦକ୍ଷତା ବିକାଶ ଓ ଇଣ୍ଟର୍ଣ୍ଣସିପ୍‌ ପାଇଁ ରହିବ ସୁଯୋଗ । ପାଠ୍ୟକ୍ରମକୁ […]

ଖୁବ୍‌ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ କରିବେ ରାଜ୍ୟସରକାର

ଆଜିର ସରକାରରେ କୌଣସି ଅପରାଧୀ କୁ ଘଣ୍ଟ ଘୋଉଡ଼ାଯିବ ନାହିଁ |ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍‌ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଅତୀତ ରେ ମହିଳାଙ୍କ ପ୍ରତି ଅତ୍ୟାଚାରର ଦଣ୍ଡ ବିଧାନ ହାର ସର୍ବ ଭାରତୀୟ ସ୍ଥରରେ କମ ରହିଛି । ଆଗାମୀ ଦିନ ରେ ସରାକର ଉଚ୍ଚ ନ୍ୟାୟାଳୟ କୁ ଅନୁରୋଧ କରିବାକୁ ଯାଉଛନ୍ତି, ରାଜ୍ୟ ରେ 4 […]

ଓଡ଼ିଶାରେ ପ୍ରଥମ ଥର ଆୟୋଜନ ହେବ ‘ଉଦ୍ଭବ’

ପ୍ରଥମ ଥର ଓଡ଼ିଶା ଆୟୋଜିତ କରିବାକୁ ଯାଉଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ନଭେମ୍ବର ୧୨ ରୁ ୧୫ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ଉତ୍ସବ ହେବାକୁ ଥିବା ବେଳେ ନ୍ୟାସନାଲ୍ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏହି କାର୍ଯ୍ୟକ୍ରମର […]

ଶପଥ ନେଲେ ନୂଆ ସିଜେଆଇ ।

ଶପଥ ନେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ଜଷ୍ଟିସ୍ ଖାନ୍ନା ୫୧ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ପଦରେ ୬ମାସ ଅର୍ଥାତ୍ ୨୦୨୫ ମେ’ ୧୩ ତାରିଖ କାର୍ଯ୍ୟଭାର ସମ୍ଭାଳିବେ । ୧୯୬୦ ମେ’ ୧୪ ତାରିଖରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଜନ୍ମ ଗ୍ରହଣ କରିଥିଲେ । […]

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରିହର ବେଶ । ଅବକାଶ ନୀତି ପରେ ହରିହର ବେଶରେ ସଜିତ କରାଯିବ । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି । ଦୀପାବଳି ଅମାବାସ୍ୟା ପରଠୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁଦିନ ସୋମବାର ପଡେ, ସେହିଦିନ ମହାପ୍ରଭୁଙ୍କର ହରିହର ବେଶ ହେବାର ବିଧି ରହିଛି ।କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ […]

ବଦଳିଲା ଓଡିଶା ନର୍ସଙ୍କ ଡ୍ରେସ୍‌ କୋଡ୍‌

ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସଙ୍କ ଡ୍ରେସ୍‌ କୋଡ୍‌ରେ ପରିବର୍ତ୍ତନ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଏନଏସ୍, ଏନଏସ୍ ଅଧିକାରୀଙ୍କ ୟୁନିଫର୍ମ କୋଲାରରେ ସମ୍ବଲପୁରୀ ଡିଜାଇନ୍ ରହିବ । ଜେନେରାଲ ଓ୍ବାର୍ଡରେ ଡ୍ୟୁଟି କରୁଥିବା ନର୍ସ ଧଳା ରଙ୍ଗର ଆପ୍ରନ୍‌ ପିନ୍ଧିବେ ବୋଲି ନିଷ୍ପତ୍ତି ନିଆଯାଇଛି।ଏଣିକି ସେବା କ୍ଷେତ୍ରରେ ବି ଦେଖିବାକୁ ମିଳିବ ଓଡିଆ ଅସ୍ପିତାର ଝଲକ । […]

ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼

ଆଜି କାର୍ତ୍ତିକ ମାସର ଶେଷ ସୋମବାର । ତେଣୁ ସବୁ ଶୈବପୀଠରେ ଭକ୍ତଙ୍କ ଭିଡ । ବିଶେଷ କରି କଟକ ବାବା ଧବଳେଶ୍ୱରଙ୍କ ପୀଠରେ ନାହିଁନଥିବା ଭିଡ । ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ ସହ ସହଜ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ […]

ପିପିଲି ଚାନ୍ଦୁଆ ଶିଳ୍ପର ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ।

ପୁରୀର ଐତିହ୍ୟ ପିପିଲି ଚାନ୍ଦୁଆ ଶିଳ୍ପର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍ତି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କ ଦ୍ୱାରା ଲୋକସଭାରେ ଉଠାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତ ପିପିଲି ଚାନ୍ଦୁଆ ଶିଳ୍ପର ସଂରକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ପିପିଲି ଚାନ୍ଦୁଆ। ଦେଶର ସାତ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ଚାନ୍ଦୁଆର ପ୍ରସାର […]