ଆଜି କାର୍ତ୍ତିକ ମାସର ଶେଷ ସୋମବାର । ତେଣୁ ସବୁ ଶୈବପୀଠରେ ଭକ୍ତଙ୍କ ଭିଡ । ବିଶେଷ କରି କଟକ ବାବା ଧବଳେଶ୍ୱରଙ୍କ ପୀଠରେ ନାହିଁନଥିବା ଭିଡ । ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ ସହ ସହଜ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ […]
ପୁରୀର ଐତିହ୍ୟ ପିପିଲି ଚାନ୍ଦୁଆ ଶିଳ୍ପର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍ତି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କ ଦ୍ୱାରା ଲୋକସଭାରେ ଉଠାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତ ପିପିଲି ଚାନ୍ଦୁଆ ଶିଳ୍ପର ସଂରକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ପିପିଲି ଚାନ୍ଦୁଆ। ଦେଶର ସାତ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ଚାନ୍ଦୁଆର ପ୍ରସାର […]
ବହୁ ଗୁରୁତ୍ୱପୂର୍ଣ୍ଣ ସୁପ୍ରିମକୋର୍ଟ ରାୟ ସହ ଜଡ଼ିତ ଥିବା ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସୋମବାର ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ସୋମବାର ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ପାଠ କରାଇବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସୁପାରିସକ୍ରମେ ଜଷ୍ଟିସ ଖାନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଅକ୍ଟୋବର ୨୪ରେ ନିଯୁକ୍ତି ଦିଆଯାଇଥିଲା। ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୫ […]
ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]
ନୟାଗଡ଼,(ଓଡିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସରସ୍ବତୀ ଶିଶୁ ମନ୍ଦିର, ଭାପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ଭାପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାରେ ସଙ୍ଗୀତଧାରାର ଅଭିନଵ ପ୍ରାୟସକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ଭାପୁର […]
ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]
ରାଜ୍ୟରେ ହୋମ୍ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ବ୍ୟାନ୍ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି । ୨୩୬୯ ପଦବୀ ଖାଲି ଅଛି । ଏହି ନିଷ୍ପତ୍ତି ଦ୍ବାରା […]
ରାଜ୍ୟ ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟକ ରାଶି ମିଳିବ। ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇପାରିବେ। ଏଥିପାଇଁ ବର୍ଷକୁ ୨ କୋଟି […]
ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏଏସ୍ସ୍ତରରେ ବଡ଼ ଧରଣର ଅଦଳବଦଳକ କରାଯାଇଛି। ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇଛି। ପ୍ରମୁକ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଦେଓରଞ୍ଜନ ସିଂହଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ଏସଆରସି ଦାୟିତ୍ବ ସହ ଓଏଫଡିସି ଅଧ୍ୟକ୍ଷ ଭାବେ ଅତିରିକ୍ତ […]
ନୟାଗଡ଼,(ଓଡ଼ିଶାଦର୍ପଣ):ଶରଣକୁଳ କେ.ଏସ.ବି.ପବ୍ଲିକ ସ୍କୁଲରେ ଶନିବାର ବିଦ୍ୟାଳୟ ସ୍ତରୀୟ ପିଲାଙ୍କ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳାକୁ ବିଦ୍ୟାଳୟର ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ଓ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ଏହିପରି ତିନିଗୋଟି ବିଭାଗରେ ମୋଟ ୮୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ ଟି ପ୍ରକଳ୍ପ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ […]
ରାଜଧାନୀରେ ଲଭ ଜିହାଦ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁର ଗିରଫ । ମନସୁରର ମୋବାଇଲ୍ ଖୋଲିବ ସତ । ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୋଲିସ । ଓଡ଼ିଶାର ଜଗତସିଂହପୁର ଜିଲା ରାହାମା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅନଲାଇନ୍ ଗେମ୍ରୁ ତାଙ୍କର ପରିଚୟ ହୋଇଥିଲା। ପରେ ସେମାନେ ପ୍ରେମ ସମ୍ପର୍କରେ ଆସିଥିଲେ। ମନସୁର ତାଙ୍କର ପ୍ରକୃତ ପରିଚୟ ଆରମ୍ଭରୁ ଲୁଚାଇ ରଖିଥିଲେ। ପରିଚୟ ଜାଣିବା ପରେ ଯୁବତୀ ଜଣଙ୍କ ଦୂରେଇବାକୁ ଚେଷ୍ଟା […]
ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ଅଣବିଘଟନ ପ୍ଲାଷ୍ଟିକ୍କୁ ବାରଣ କରାଯାଇଛି। ଛାତ୍ରୀଛାତ୍ର କିଭଳି ପ୍ଲାଷ୍ଟିକ୍ ବ୍ୟବହାର ନ କରିବେ ସେନେଇ ସଚେତନ କରାଯିବ। କଲେଜ କ୍ୟାଣ୍ଟିନ, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି।ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଉନ୍ନତ ଭାରତ ଅଭିଯାନରେ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋଟିଏ ଲେଖାଏଁ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ । ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟ […]
