ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ଅଣବିଘଟନ ପ୍ଲାଷ୍ଟିକ୍କୁ ବାରଣ କରାଯାଇଛି। ଛାତ୍ରୀଛାତ୍ର କିଭଳି ପ୍ଲାଷ୍ଟିକ୍ ବ୍ୟବହାର ନ କରିବେ ସେନେଇ ସଚେତନ କରାଯିବ। କଲେଜ କ୍ୟାଣ୍ଟିନ, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି।ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଉନ୍ନତ ଭାରତ ଅଭିଯାନରେ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋଟିଏ ଲେଖାଏଁ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ । ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ଭାରତବାସୀଙ୍କୁ ସ୍ୱଳ୍ପ ସମୟ ଏବଂ ବିନା ମୂଲ୍ୟରେ ନ୍ୟାୟ ଯୋଗାଇବା ଉଦ୍ଦେଶ୍ୟରେ ନଭେମ୍ବର ୯ ତାରିଖ ୧୯୯୫ ମସିହାରୁ, ଜାତୀୟ ଆଇନ ସେବା ପ୍ରାଧିକରଣ ଗଠନ କରାଯାଇଅଛି । ଏହି ଉଦ୍ଦେଶ୍ୟରେ ଆଜିର ଦିବସ ନଭେମ୍ବର ୯ କୁ ଜାତୀୟ ଆଇନ ସେବା ଦିବସ ରୂପେ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା […]
ଶ୍ରୀମନ୍ଦିରରେ ପୁଲିସ କର୍ମଚାରୀଙ୍କୁ ଜଣେ ବଙ୍ଗୀୟ ପର୍ଯ୍ୟଟକ ଶନିବାର ମାଡ ମାରିଛନ୍ତି । ଜଣେ ଜେଟିପିଙ୍କୁ ପର୍ଯ୍ୟଟକ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ବଚସା ପରେ ପିଟିଛନ୍ତି । ପୋଲିସ ଆହତ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କୁ ରଖି ପଚାରଉଚରା ଜାରି ରଖିଛି । ଶ୍ରୀମନ୍ଦିର ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁସାରେ ଆଜି ସକାଳ ୯ଟା ସମୟରେ ସେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ […]
ପିଆଜ ଦରରେ ଲାଗିଛି ନିଆଁ । ହାତ ମାରିବାକୁ ଲାଗୁଛି ଡର । ମହାରାଷ୍ଟ୍ର, , ଦିଲ୍ଲୀ , ଲକ୍ଷ୍ମୌରେ ପିଆଜ ଦର ରାତାରାତି ବୃଦ୍ଧି ପାଉଛି ।ଯେଉଁଠି ଦୁଇ ଦିନ ପୂର୍ବରୁ ଏକ କେଜି ପିଆଜ ଦାମ ୪୦ରୁ ୫୦ ଟଙ୍କା ଥିଲା ସେଠିଏବେ ଦର ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି ଦରଦାମ ବଢ଼ିବା ପରେ କେବଳ ଖାଉଟି ନୁହେଁ ଗ୍ରାହକ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦରବୃଦ୍ଧି ଚାପରେ ପେଷି ହେଉଥିବା ଗରିବ ଖାଉଟି […]
ସତ୍ୟନଗର ଶ୍ମଶାନରୁ ପୁଲିସ ଶନିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ମୃତା ମହିଳା ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ସ୍ତ୍ରୀ।ମୃତ ମହିଳାଙ୍କ ସମ୍ପର୍କୀୟ ଜାଣିବା ପରେ ପୋଲିସକୁ ନେଇ ଶ୍ମଶାନକୁ ଆସିଥିଲେ । ଶ୍ମଶାନରୁ ଅଧାପୋଡା ମୃତଦେହ ଜବତ କରିଛି ପୋଲିସ । ପୋଷ୍ଟମର୍ଟମ ନକରି ଶବଦାହ କରାଇବା ଅଭିଯୋଗରେ ଜବତ ହୋଇଛି । ସମ୍ପତ୍ତି ପାଇଁ ବୋହୁ ଶାଶୂଙ୍କ ମାରି ଦେଇଥିବା ଅଭିଯୋଗ ହେଇଥିବା ବେଳେ , ବୋହୁଙ୍କ ଅଭିଯୋଗ […]
ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍କ୍ଲୋଜରରେ ଥିବା ବାଘୁଣୀ ‘ଯମୁନା’କୁ ଶନିବାର ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର କୋର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ଯମୁନା ଉପରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ନଜର ରଖିବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ନେଇଛନ୍ତି।ରେଡ଼ିଓ କଲର୍ ମାଧ୍ୟମରେ ତାର ଗତିବିଧି ଉପରେ ନଜର ରଖାଯିବ । ଶିମିଳିପାଳ ବାଘମାନଙ୍କ ସହ ଯମୁନା କିପରି ମିଳାମିଶା କରିବ ତା ଉପରେ ମଧ୍ୟ ନଜର ରଖିଛି ଶିମିଳିପାଳ […]
ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନଜାତି ଗୌରବ ଦିବସକୁ କରିବେ ଉଦଘାଟନ । ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମତିଥି ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ୧୫ରୁ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ।ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ଲାଗି ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ […]
ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ତା ୦୯.୧୧.୨୦୨୪ ରିଖ ଶନିବାର ଦିନ “ରାଷ୍ଟ୍ରିୟ ଆଇନ ସେବା ଦିବସ” ପାଳିତ ଉପଲକ୍ଷେ ସ୍ଥାନୀୟ ଜିଲ୍ଳା ଅଦାଲତ ପରିସରଠାରୁ ଡେଲି ମାର୍କେଟ ପର୍ଯ୍ୟନ୍ତ ଏକ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଏଥିରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଭାତ ଫେରୀ କାର୍ଯ୍ୟକ୍ରମ କୁ ଜିଲ୍ଲା […]
ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ଖଜୁରୀପଦା ଗାଁରେ ବ୍ୟାପୁଛି ହାଡ଼ଫୁଟି। ପ୍ରାୟ ୩୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ଜିଲ୍ଲା ସ୍ତରୀୟ ୯ ଜଣିଆ ଡାକ୍ତରୀ ଟିମ ଗାଁକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ତେବେ କାହିଁକି ହାଡଫୁଟି ବ୍ୟାପିଛି ଏଯାବତ କାରଣ ଜଣାପଡିନାହିଁ […]
ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା’ ରାଧାରାଣୀ । ଏଥିପାଇଁ ପୁରୀ ସାକ୍ଷୀଗୋପାଳରେ ପ୍ରସ୍ତୁତି ଶେଷ ହୋଇଛି। କାଲି ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ପାହାନ୍ତିରୁ ସମସ୍ତ ନୀତିକାନ୍ତି ଓ ପାଳିଆ ସେବକଙ୍କ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବେ ।ଏଥିପାଇଁ ସମସ୍ତ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ କରାଯିବ । […]
ଲଣ୍ଡନ ଗସ୍ତ ଶେଷ କରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଗାମୀ ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। କିିଛି ହିତାଧିକାରୀଙ୍କ ଡକ୍ୟୁମେଣ୍ଟରେ ସମସ୍ୟା ଥିବାରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବା ବିଳମ୍ବ ହୋଇଥିଲା । ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହେବାକୁ ୧ […]
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରକୁ ଆସିଛନ୍ତି ୨ ନୂଆ ଅତିଥି। ଆନ୍ଧ୍ର ପ୍ରଦେଶର ଚିତୁରରୁପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ପ୍ରାୟ ୮୦ ହଜାର ଟଙ୍କା ଏହାର ଦାମ। ଏହା ଏକ ଇଣ୍ଡିଆନ ବ୍ରିଡର ଗାଈ, ଯାହାର ଉଚ୍ଚତା କମ୍ ବିଶିଷ୍ଟ ଏହି ଗାଈର ସଂରକ୍ଷଣ ପାଇଁ ସରକାରଙ୍କ ତରଫରୁ ଦୀର୍ଘ ବର୍ଷ […]
