author

ଆଜିର ରାଶିଫଳ(୨୦ ଜୁନ,୨୦୨୪)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।*  ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*  * […]

ଆମାଜନରୁ ମାଗାଇଥିବା ଅର୍ଡର ଭିତରୁ ବାହାରିଲା ସାପ

ଅନଲାଇନ୍ ସପିଂ ଆପ୍ ଆମାଜନରୁ କିଛି କିଣୁଛନ୍ତି ତେବେ ସାବଧାନ ରୁହନ୍ତୁ। ବିଶେଷକରି ପ୍ୟାକେଟ୍ ଖୋଲିବା ସମୟରେ, ନଚେତ୍ ଆପଣଙ୍କ ଜୀବନ ବିପଦରେ ପଡିପାରେ । ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବେଙ୍ଗାଲୁରୁରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ନେଇ ଯେକେହି ବି ଭୟଭୀତ ହୋଇପଡ଼ିବେ। କାରଣ ଏଠାକାର ତାନଭୀ ନାମ୍ନୀ ଜଣେ ମହିଳା ଅନଲାଇନ ଶପିଂ ସାଇଟ୍‌‌ ଆମାଜନରୁ ଏକ ଏକ୍ସବକ୍ସ କଣ୍ଟ୍ରୋଲର (ଅନଲାଇନ ଗେମିଂ ଉତ୍ପାଦ) ଅର୍ଡର କରିଥିଲେ। […]

ଆଜିଠୁ ରାୟଗଡ଼ାରେ ଦିଆଯିବ ବୁଷ୍ଟର ଡୋଜ । 

କାୟା ମେଲାଉଛି ଡପଥେରିଆ। ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ। ଏବେ କୋରାପୁଟ ଓ କଳାହାଣ୍ଡି ଜିଲାରେ ଡିପଥେରିଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।ତେବେ ୧ ବର୍ଷରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆଯିବ। କାଶୀପୁର […]

ବିରଳ ରୋଗରେ ପୀଡ଼ିତ ଅଲ୍‌କା ୟାଗ୍ନିକ

ପ୍ରସିଦ୍ଧ ଗାୟିକା ଅଲ୍‌କା ୟାଗ୍ନିକ ବିରଳ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ପ୍ରାୟ ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ନିଜ ଗୀତ ଜରିଆରେ ଲୋକଙ୍କ ମନୋରଞ୍ଜନ କରି ଆସୁଥିବା ଅଲ୍‌କା ୟାଗ୍ନିକ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଶୁଣିବାକୁ ସକ୍ଷମ ନୁହଁନ୍ତି। ଭାଇରାଲ ଆକ୍ରମଣ ପରେ ସେ ଏହି ସମସ୍ୟାର ଶିକାର ହୋଇଥିଲେ ଏବଂ ଦିନେ ବିମାନରୁ ବାହାରକୁ ଆସିବା ପରେ ସେ ଅନୁଭବ କରିଥିଲେ ଯେ ସେ ଶୁଣିବାକୁ […]

ଆଜିର ରାଶିଫଳ ଜାଣନ୍ତୁ (୧୮ ଜୁନ,୨୦୨୪)

*ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।*   *ବୃଷ :ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି […]

ଏୟାର ଇଣ୍ଡିଆ ବିମାନ ଖାଦ୍ୟରୁ ମିଳିଲା ବ୍ଲେଡ୍‌

ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ ଫ୍ରାନ୍ସିସ୍କୋ ବିମାନରେ ବଡ ତ୍ରୁଟି ସାମ୍ନାକୁ ଆସିଛି। ଏହି ବିମାନର ଯାତ୍ରୀଙ୍କ ଖାଦ୍ୟରେ ଏକ ବଡ ବ୍ଲେଡ ମିଳିଥିଲା। ଏହି ଘଟଣା ଜୁନ ୯ରେ ଘଟିଥିଲା ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ନିଜର ଭୁଲକୁ ସ୍ବୀକାର କରିଛି।ସୂଚନାନୁସାରେ, ମାଥର୍ସ ପାଲ ନାମକ ଜଣେ ଯାତ୍ରୀ ଏହି ଏୟାର ଇଣ୍ଡିଆ ବିମାନରେ ଫ୍ରାଏ ପଟାଟୋ ଏବଂ ଡିମିରି ଫଳର ଚାଟ୍ ଅର୍ଡର କରିଥିଲେ। ଯାତ୍ରୀ ଖାଦ୍ୟ ଖାଉଥିଲେ ହଠାତ୍ […]

ଆଜିର ରାଶିଫଳ ଜାଣନ୍ତୁ (୧୬ ଜୁନ,୨୦୨୪)

ମେଷ*  *ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।*  *ବୃଷ*ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ […]

ଆଜିର ରାଶିଫଳ ଜାଣନ୍ତୁ (୧୫ ଜୁନ,୨୦୨୪)

*ମେଷ* : *ଆଜି  ଦିନଟି  ନିଜର କ୍ୟାରିୟର ସୁଧାର ପାଇଁ   ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।*  *ବୃଷ:ଆଜି ଆପଣଙ୍କ ଭାବନା  ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।*  *ମିଥୁନ:* *ଆଜି ନିଜର ନୂଆ ବିଚାର ଆର୍ଥିକ […]

ଆଜିର ରାଶିଫଳ ଜାଣନ୍ତୁ (୧୪ ଜୁନ,୨୦୨୪)

ମେଷ*ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।* ବୃଷ*ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ […]

ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି।

ହରିୟାଣାରେ ନୂଆ ମଦ ନୀତି ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି । ନୂଆ ନୀତି ଲାଗୁ ହେବା ଫଳରେ ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି। କାରଣ ରାଜ୍ୟରେ ମଦ ମହଙ୍ଗା ହୋଇଛି। ଏହାବ୍ୟତୀତ ବିୟର ମଧ୍ୟ ମହଙ୍ଗା ହୋଇଛି। ନିକଟରେ କ୍ୟାବିନେଟ ବୈଠକରେ ହରିୟାଣା ସରକାର ନୂଆ ମଦ ନୀତିକୁ ଅନୁମୋଦନ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ସରକାର ନିର୍ବାଚନ ଆୟୋଗଙ୍କ ଅନୁମୋଦନ ନେଇଥିଲେ ଏବଂ ବର୍ତ୍ତମାନ ଏହା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। […]

ଆଇସ୍‌କ୍ରିମ୍‌ରୁ ବାହାରିଲା ମଣିଷର କଟା ଆଙ୍ଗୁଳି

ଖରାଦିନେ ଆଇସକ୍ରିମ ସଭିଁଙ୍କୁ ପସନ୍ଦ। ତେବେ ମୁମ୍ବାଇର ମଲାଡ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା କହିଛନ୍ତି, ସେ ଏକ ଆଇସ୍‌କ୍ରିମ୍‌ ଭିତରୁ ମଣିଷର କଟା ଆଙ୍ଗୁଳି ପାଇଛନ୍ତି। ମହିଳା ଜଣକ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଅନ୍‌ଲାଇନ୍‌ରେ ଆଇସ୍‌କ୍ରିମ୍‌ ଅର୍ଡର କରିଥିଲେ। ଏହାକୁ ଖାଇବା ବେଳେ ଏଥିରୁ ମଣିଷର ଆଙ୍ଗୁଳି ବାହାରିଥିଲା। ମହିଳା କୋନରୁ ଅଧିକରୁ ଅଧିକ ଆଇସକ୍ରିମ ଖାଇ […]

ଏଥର ୨ ଦିନ ହୋଇପାରେ ଶ୍ରୀଗୁଣ୍ଡିଚା ଯାତ୍ରା

୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତ ବର୍ଷ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ। ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ। ୧୯୭୧ ମସିହାରେ […]