ଝଟକିଲା ନୂଆ ନ୍ୟାୟିକ କୋଠା। ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମହାମହିମ । ଉପସ୍ଥିତ ଥିଲେ ରାଜ୍ୟପାଳ ରଘୁବର ଦାସ । ଏହା ସହ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ […]
ଆସନ୍ତା ୬ ତାରିଖରୁ ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଏହା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜନ କରାଯିବ।ଚଳିତ ବର୍ଷ ପୁସ୍ତକ ମେଳାରେ ପ୍ରାୟ ୪୦୦ଟି ଷ୍ଟଲ୍ ରହିବ l ଏଥିସହ ପ୍ରାୟ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ। ଚଳିତବର୍ଷ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, […]
ଗୋ ହତ୍ୟା ବନ୍ଦ ପାଇଁ ଆସିବ ଆଇନ । ଆସାମ ପରି ଓଡିଶାରେ ବି ବନ୍ଦ ହେବ ଗୋ ହତ୍ୟା । ଏହାସହ ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ ।ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି । ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି । ଏଥିରେ ଗୋ ହତ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବିଲ୍ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ବିଶ୍ବ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଭାପତିତ୍ବ କରି କଲେଜର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଛାତ୍ରଛାତ୍ରୀମାନଙ୍କୁ ଏଡ଼ସ୍ ରୋଗର ଭୟାବହତା ବିଷୟରେ ଅବଗତ କରାଇଥିଲେ। ସଭାରେ ଗୌରମୋହନ ସାହୁ ଜନସାଧାରଣଙ୍କର ଏଡ଼ସ୍ ଭୂତାଣୁ ସମ୍ବନ୍ଧୀୟ ବିଶେଷ ଜ୍ଞାନ ନଥିବା ହେତୁ ଦୁର୍ଦ୍ଦଶା ଭୋଗୁଥିବା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୀତିଶ୍ରୀ ମଲ୍ଲିକ “ମିଳିତ ଭାବେ ଏଡ଼ସ୍ […]
ବିଶ୍ବ ଦେଖିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଦକ୍ଷତା । ଅପରାହ୍ନ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁଲଞ୍ଚ ହେଲା ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ବେଳେ ଆଜି ୪ଟା ୪ ରେ ଏହାକୁ ଉତକ୍ଷେପଣ କରାଯାଇଛି । ପ୍ରୋବା- ୩ ହେଉଛି ୟୁରୋପୀୟ ମହାକାଶ ସଂସ୍ଥା ESAର ସୋଲାର ମିଶନ ବା ସୌର ମିଶନ। ଯାହା ସୂର୍ଯ୍ୟଙ୍କ ରହସ୍ୟ ଜାଣିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ […]
ରାଜସୁନାଖଳା ହସ୍ପିଟାଲରୁ ନବଜାତ ଶିଶୁ ଚୋରି ଅଭିଯୋଗ ହାଇଡ୍ରାମା ଘଟଣା ଘଟିଛି । ନବଜାତ ଶିଶୁ ଚୋରିର ମିଛ ଅଭିଯୋଗ କରିଥିବା କହିଲେ ଦମ୍ପତ୍ତି । ସୁଧୀସ୍ମିତାଙ୍କର କୌଣସି ପିଲାପିଲି ହେଉନଥିଲେ। ତେଣୁ ସେ ବହୁ ଡାକ୍ତରଙ୍କୁ ଦେଖାଇଥିଲେ। ବହୁ ମେଡ଼ିସିନ୍ ଖାଉଥିଲେ। ଏହା ସତ୍ତ୍ୱେ କୌଣସି ପିଲାପିଲି ହେଉନଥିଲା। ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ସୁଧୀସ୍ମିତା ଓ ବିଜୟ। ସେହି ଅପବାଦରୁ ମୁକୁଳିବା ପାଇଁ ଉଭୟ ପିଲା ଚୋରିର ନାଟକ କରିଥିଲେ। । ମାମଲା […]
ଏଟିଏମ୍କୁ ଖାଇଗଲାଣି ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟର୍ଫେସ୍ (ୟୁପିଆଇ) । ସାମାନ୍ୟ ଜିନିଷଟିଏ କିଣିବାକୁ ଗଲେ ଲୋକେ ଫୋନ୍ପେ’, ଗୁଗୁଲ୍ ପେ’, ପେଟିଏମ୍ ଏବଂ ଆମାଜନ୍ ପେ’ ଆଦି ୟୁଜ୍ କରୁଥିବା ଦେଖିବାକୁ ମିଳୁଛି । ଚା’ ପିଇ ୧୦ ଟଙ୍କାର ପେମେଣ୍ଟ ବି ୟୁପିଆଇ ଜରିଆରେ କରୁଛନ୍ତି ଲୋକେ । ଫୋନ୍ରେ ପେମେଣ୍ଟ ହୋଇଯାଉଛି । ଖାସକଥା ହେଉଛି ଯେ ମେଟ୍ରୋ, ସହର ଏବଂ ମହାନଗର ତଥା ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି।ସେପ୍ଟେମ୍ବର ୨୦୨୪ ଶେଷରେ […]
୨୨ ବର୍ଷୀୟ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣଙ୍କ ଅନଲାଇନ୍ ଗେମ୍ରେ ଟଙ୍କା ଲଗାଇଥିଲେ। ଏହି ଟଙ୍କା ବୁଡ଼ି ଯିବା ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଶେଷରେ ସେ ଆତ୍ମହତ୍ୟା କରିଥିବା […]
ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନାଖଣିର ସନ୍ଧାନ । ରାଜ୍ୟରେ ଦୁଇଟି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଥିବା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଅଣତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି । ତେବେ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର । ଦୁହେଁ ପଚାରିଥିଲେ ଯେ, ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣି ସନ୍ଧାନକାରୀ ଦଳ ଖଣି ଉପରେ କେଉଁ […]
ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ରାଣୀର ମୃତ୍ୟୁ । ୟୁଟ୍ରେସ ଇନଫେକ୍ସନ ପାଇଁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଏଫଓ ।ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜୁ’ରେ ବାଘୁଣୀ ରାଣୀର ଚିକିତ୍ସା ଚାଲିଥିଲା । ଗର୍ଭାଶୟରେ ସଂକ୍ରମଣ ଚିହ୍ନଟ ହେବା ପରେ ରାଣୀର ଚିକିତ୍ସା କରାଯାଉଥିଲା । ତେବେ ବୁଧବାର ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି ।ଗତ ନଭେମ୍ବର ୯ ତାରିଖରେ ମଣିଷଖିଆ ବାଘ ରାଜା ଓ ବାଘୁଣୀ ରାଣୀ ମଧ୍ୟରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମ ମିଳନ […]
ମାଣବସା ଗୁରୁବାରରେ ବୋହୂର ମୃତଦେହ ଉଦ୍ଧାର। ପାରିବାରିକ କଳହରୁ ହତ୍ୟା ଅଭିଯୋଗ। ଝିଅକୁ ହତ୍ୟା କରାଯାଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ମୃତ ମହିଳା ହେଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ରାମକୃଷ୍ଣ ମାହାନାଙ୍କ ସ୍ତ୍ରୀ ସସ୍ମିତା। ତାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିବାହ […]
ରାଜ୍ୟରେ ସ୍ବାଭାବିକ ଅଛି ଆଳୁଦର । ଆଗକୁ ଆହୁରି କମିବ । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ । ଏବେ ପୁଣି ଦେବାକୁ ରାଜି ହେଲେ କାହିଁକି,ଏସବୁ ରାଜନିନୀତି ହେଉଛି । ମାର୍କେଟରେ ଆଳୁର ପରିମାଣ କମିଲେ ଦର ବଢ଼େ । ଏବେ ତ ସ୍ୱାଭାବିକ ଅଛି ଆଗକ ଆହୁରି କମିବ । ଏହା କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ […]
