ଏବେ ୧୦୮ରେ ଫୋନ୍ କଲେ ଲୋକଙ୍କ ପାଖରେ ପହଞ୍ଚୁଥିଲା ଆମ୍ବୁଲାନ୍ସ । ୨୦ରୁ ୩୦ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ସହ ଆହତ ଓ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଉଥିଲା । ଠିକ୍ ସେହିପରି ରାଜ୍ୟରେ ୧୦୯ ସେବା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।ଫୋନ୍ କରିବାର ୨୦ରୁ ୩୦ମିନିଟ ମଧ୍ୟରେ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ଏହା […]
ଅନ୍ଧବିଶ୍ୱାସର ଏକ କରୁଣ ପରିଣତି ପୁଣି ଥରେ ଦେଖିବାକୁ ମିଳିଛି। ଡାହାଣୀ ସନ୍ଦେହରେ ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କିତାବେଡ଼ା ଗ୍ରାମର ଡୁଙ୍ଗୁରିସାହିର ଦମ୍ପତି ଦେବେନ୍ଦ୍ର ନାଏକ(୭୦) ଓ ତାଙ୍କ ସ୍ତ୍ରୀ ଚମ୍ପା ନାଏକ ଙ୍କୁ ଉକ୍ତ ଗ୍ରାମର ଯୁବକ ଅଜୟ ନାଏକ (୨୩) କୁରାଢ଼ୀରେ ଅତି ନିର୍ମମ ଭାବରେ ହତ୍ୟା କରିଛି। ଏହି ଅଭାବନୀୟ ଘଟଣାରୁ ମୃତକଙ୍କ ପୁତ୍ରବଧୂ ସୁମିତ୍ରା ନାଏକ ଓ ଅଢେ଼ଇ ବର୍ଷର ନାତୁଣୀ ମେଘନା ନାଏକ ଅଳ୍ପକେ ରକ୍ଷା ପାଇ […]
ରାୟଗଡ଼ା /୧୮/୨ : ଭାରତୀୟ ମହିଳା ଖୋ ଖୋ ଦଳ ଇତିହାସ ରଚିଛନ୍ତି ମଗାଇ। ନୂଆଦିଲ୍ଲୀର ସ୍ଥାନୀୟ ଇନ୍ଦିରା ଗାନ୍ଧି ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ବିଶ୍ବକପ୍ର ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି। ଫଳରେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଛି। ଫାଇନାଲ୍ରେ ନେପାଳକୁ ହରାଇ ଏହି ସଫଳତା ପାଇଛି ଭାରତୀୟ ଖୋ ଖୋ ଦଳ ।ଭାରତୀୟ ମହିଳା ଦଳରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାଗାଇ ମାଝୀ ସାମିଲ […]
ନୂଆଗାଁ:( ପୁଷ୍ପଲତା ପ୍ରଧାନ) ନୟାଗଡ ଜିଲ୍ଲା ଏନ୍ ଏ ସି ହାଇସ୍କୁଲ୍ ରେ ଜିଲ୍ଲା ସ୍ତରୀୟ କନ୍ୟା ସନ୍ତାନ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ନୂଆଗାଁ ଆଦର୍ଶ ବିଦ୍ୟାଳୟ ର ସପ୍ତମ ଶ୍ରେଣୀର ଛାତ୍ରୀ ବିଜୟଲକ୍ଷ୍ମୀ ପରିଡ଼ା ଜୁନିଅର ବିଭାଗ ରଚନା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀ ଛାତ୍ର ଆରିଆନ ପଣ୍ଡା ପ୍ରଥମ ଏବଂ ପୋଷ୍ଟର ମେକିଂ ପ୍ରତିଯୋଗିତାରେ […]
‘କିଟ୍’ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲ, ସବୁଠି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି।ତେବେ ଘଟଣାରେ ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଛି। ୩ ନିର୍ଦ୍ଦେଶକ ହେଲେ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥ। ସୁରକ୍ଷାକର୍ମୀ ହେଲେ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରା। ୫ ଜଣଙ୍କୁ ଗିରଫ କରି ଇନ୍ଫୋସିଟି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।ରାଜ୍ୟ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କନ୍ୟା ସନ୍ତାନ ମାନେ ଉପଯୁକ୍ତ ଶିକ୍ଷା ପାଇଲେ ସମାଜର ଉନ୍ନତି ଘଟିବ ବୋଲି ମତବ୍ୟକ୍ତ କରିଥିଲେ। କନ୍ୟା ସନ୍ତାନ ମାନଙ୍କୁ ଠିକ ଭାବରେ ଲାଳନ ପାଳନ ସହିତ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି […]
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭମେଳାର କଥିତ କୁପରିଚାଳନା ପାଇଁ କେନ୍ଦ୍ର ସରକାର ଏବଂ ଭାଜପା ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି।କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମହାକୁମ୍ଭ ନାମରେ ନରସଂହାର କରାଯାଉଥିବା ଅଭିଯୋଗ କରିଥିବା ବେଳେ ଏବେ ମମତା ବାନାର୍ଜୀ ମହାକୁମ୍ଭକୁ ମୃତ୍ୟୁର କୂୁମ୍ଭ କହିଛନ୍ତି । ମହାକୁମ୍ଭରେ ଅନେକ ଲୋକଙ୍କ ମୃତ୍ୟୁକୁ ନେଇ ସାଧୁସନ୍ଥମାନେ ପାଟି ଖୋଲିନଥିବା ବେଳେ ମମତାଙ୍କ ବୟାନକୁ ଘୋର ବିରୋଧ […]
ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଙ୍ଗଳବାର ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ ହୋଇଯାଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି।ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦଘାଟନ କରିଥିବାବେଳେ, ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନଠାରେ ରାଜସ୍ବ ଓ […]
କିଟ୍ ଘଟଣାକୁ ନେଇ ଆକ୍ସନ ମୋଡ୍ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Nepal Student Suicide ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର।କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ସଚିବ ସାମିଲ । ଘଟଣାର ନିରପେକ୍ଷ ତଦନ୍ତ କରିବ କମିଟି ।KIIT student death: କମିଟି ଗଠନ କରିବା ସହ ଛାତ୍ରୀଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି […]
କିଟ୍ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ନେପାଳରେ ପ୍ରତିବାଦ କରାଯାଇଛି। କାଠମାଣ୍ଡୁରେ ନେପାଳି କଂଗ୍ରେସ ଛାତ୍ର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଘ ହୁଙ୍କାର ଭରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।ବିଶ୍ଵବିଦ୍ୟାଳୟର ଜଣେ ୩ୟ ବର୍ଷ ଛାତ୍ରର ନିର୍ଯାତନାରୁ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି ନେପାଳି କଂଗ୍ରେସ ଛାତ୍ର ସଂଘ।ସୂଚନାଯୋଗ୍ୟ, କିଟ୍ ବିଶ୍ୱବିଦ୍ୟାଳୟରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ […]
ରାଜଧାନୀରେ ଚାଞ୍ଚଲ୍ୟ । ପରିତ୍ୟକ୍ତ ସି-ସୋର୍ କୋଠାରୁ ମିଳିଛି ଛାତ୍ରଙ୍କ ମୃତଦେହ । ମୃତକ ସୁମନ ବିଶ୍ବାଳ ଏକ ଘରୋଇ କଲେଜରେ ବିସିଏ ଦ୍ବିତୀୟ ବର୍ଷର ଛାତ୍ର ଥିଲେ ।ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି କେହି ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନି । ତେବେ ତାଙ୍କ ପ୍ୟାକେଟ୍ରୁ ସୁଇସାଇଡ ନୋଟ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ […]
ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୯୫୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୭୦୦ ଟଙ୍କା ଛୁଇଁଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି ।ଉପରୋକ୍ତ ସୁନା […]
