author

ତୀର୍ଥଯାତ୍ରାରେ ବାହାରିଲେ ୭୭୫ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ “ପତାକା ଦେଖାଇ ଶୁଭରମ୍ଭ କଲେ ଜିଲ୍ଲାପାଳ” ରାୟଗଡରୁ କଲକାତା – କାମାକ୍ଷା ପରିଦର୍ଶନ କରିବେ

lରାୟଗଡା:-୧୮/୦୨-: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣାପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଳାର ୭୭୫ଜଣ ତୀର୍ଥଯାତ୍ରୀ ଓ ୨୫ଜଣ ଏସକର୍ଟ କର୍ମକର୍ତାମାନେ ଆଜି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ କଲକାତା କାମାକ୍ଷା ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି । ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ ମୁଖ୍ୟ ଅତିଥି […]

ବର୍ଷକରେ ମରିଛନ୍ତି ୮୧ ହାତୀ: ମନ୍ତ୍ରୀ

ବିଧାନସଭାରେ ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଅଧିବେଶନ। ଏହିସମୟରେ, ମଙ୍ଗଳବାର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖି ବର୍ଷକରେ ହାରାହାରି ୮୧ ହାତୀ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି।ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି ଯେ, ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟରେ ୨୦୧୩ଟି ହାତୀ ରହିଛନ୍ତି ।ସୂଚନାଯୋଗ୍ୟ, ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, […]

ସୁରକ୍ଷାକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପ୍ରବେଶ

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ସବୁ ସୁରକ୍ଷାକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଦକ୍ଷିଣଦ୍ୱାର ପଟେ ଅଣହିନ୍ଦୁ ଜଣକ ଶ୍ରୀମନ୍ଦିର ଭିତରୁ ବାହାରୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି‌। ତେବେ ସେ କେଉଁଠାରୁ ଆସିଥିଲେ ଏବଂ ତାଙ୍କ ପରିଚୟ କଣ ତାହା ସ୍ପଷ୍ଟ ଜଣାପଡିନାହିଁ। ତାଙ୍କୁ ବି ଅଟକାଇ ଯାଞ୍ଚ କରାଯାଇନାହିଁ। ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ […]

ଶେଷରେ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ ।

ଶେଷରେ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ । IAS ପଦରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ । ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି ନିଜର ଇସ୍ତଫା । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା । ପୂର୍ବରୁ ତାଙ୍କୁ ସବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ କିନ୍ତୁ ଯାଇ ହାଜର ହୋଇନଥିଲେ । ଆଜି ଖୋଦ୍ ସିବିଆଇ ତାଙ୍କ ଘରେ ରେଡ […]

ଜ୍ଞାନେଶ କୁମାର ହେଲେ ମୁଖ୍ୟ ନିର୍ବାଚନ କମିସନର

ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ୧୮ ତାରିଖରେ ଶେଷ ହେଉଥିବା ‌ବେଳେ ଆଜି ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି।ଜ୍ଞାନେଶ ଏବେ ନିର୍ବାଚନ ଆୟୁକ୍ତ ଥିବାବେଳେ ତାଙ୍କୁ ସିଇସି ଭାବେ ପଦୋନ୍ନତି ଦିଆଯାଇଛି। ସେହିପରି ୧୯୮୯ ବ୍ୟାଚ୍ ହରିୟାଣା କ୍ୟାଡର ଆଇଏଏସ୍ ବିବେକ ଯୋଶୀଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। କେରଳ କ୍ୟାଡର୍‌ର ଏହି ପୂର୍ବତନ ଆଇଏଏସ୍‌ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ […]

ଆହୁରି ସଶକ୍ତ ହେବେ ମହିଳା । କାର୍ଯ୍ୟକାରୀ ହେବ ସୁଭଦ୍ରା ପ୍ଲସ୍ ।

ରାଜା ସରକାର ମହିଳାମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନର ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି। ତେବେ ବଜେଟରେ ସୁଭଦ୍ରା ଯୋଜନାକୁ ଗୁରୁତ୍ବ ଦେଇଛନ୍ତି ସରକାର । ଏଥି ପାଇଁ ୧୦ହଜାର ୧୪୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ସୁଭଦ୍ରା ସୁରକ୍ଷା ନୂଆ ଯୋଜନା ପାଇଁ ୧୫୩କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥି ସହ ନୂଆ ଯୋଜନା ହିସାବରେ ଗରିବ ଝିଅଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ […]

ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ ପୋଲିସ।

ଆସନ୍ତା ୨୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବ ପାଇଁ ରାତି ୧୦ଟାରେ ଉଠିବ ମହାଦୀପ । ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମିଳନୀ କକ୍ଷରେ ଆୟୋଜିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି । ଏହି ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ ପୋଲିସ।ମନ୍ଦିର ସେବାୟତା ଏବଂ ଭିଆଇପିମାନଙ୍କ ନିମନ୍ତେ ପୃଥକ ଦ୍ୱାର ବ୍ୟବହାର କରାଯିବା । ୨୬ ତାରିଖ ଭୋର ୩ଟା ୩୦ରୁ ପୂର୍ବାହ୍ନ ୧୧ଟା ଏବଂ ସନ୍ଧ୍ୟା ୬ଟାରୁ […]

ବଢିଲା IAS ବିଷ୍ଣୁପଦ ସେଠୀଙ୍କ ଅଡୁଆ ।

IAS ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ରେଡ୍‌ ହୋଇଥିବା ସୂଚନା ମିଳିଛି । ସିବିଆଇର ୮ ଜଣିଆ ଟିମ ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ରେଡ୍‌ କରିଛନ୍ତି। ପୂର୍ବରୁ ବିଷ୍ଣୁପଦ ସେଠୀ ଓ ବ୍ରିଜ ଆଣ୍ଡ ରୁଫ କଂପାନୀ ଲିଙ୍କ ନେଇ ଏକ ତଥ୍ୟ ସାମ୍ନାକୁ ଆସିଥିଲା । କଂପାନୀର ଇଷ୍ଟ କୋଷ୍ଟ ଜିଏମ୍ ବି କେ ସିଂଙ୍କ ଏକ ଚିଠି ପ୍ରଘଟ ହୋଇଥିଲା ।ବିଷ୍ଣୁପଦ ରେଡ୍‌କୁ ନେଇ ପ୍ରତିକ୍ରିୟାରେ କହିଛନ୍ତି, […]

ବାହାଘର ଭୋଜି ଖାଇ ଶତାଧିକ ଅସୁସ୍ଥ ।

ବାହାଘର ଭୋଜି ଖାଇ ୩ଶହରୁ ଅଧିକ ଲୋକ ଅସୁସ୍ଥ । ଗାଁରେ ପହଂଚିଛି ମେଡିକାଲ ଟିମ୍ । ଅସୁସ୍ଥ ଲୋକଙ୍କ ଚିକିତ୍ସା ଜାରି ରହିଛି । ସୂଚନା ଅନୁସାରେ ବୈଦେଶ୍ୱର ପାଟଣା ସାହିରେ ରବିବାର ରାତିରେ ପଦ୍ମ ଚରଣ ସାହୁ ନାମକ ବ୍ୟକ୍ତିଙ୍କ ଝିଅ ବାହାଘରରେ ପ୍ରାୟ ଚାରି ଶହରୁ ଊର୍ଦ୍ଧ୍ବ ଲୋକ ଭୋଜି ଖାଇ ଥିଲେ । ମାତ୍ର ସୋମବାର ସକାଳୁ ଝାଡା ବାନ୍ତିରେ ଅନେକ ଆକ୍ରାନ୍ତ ହୋଇ ନିକଟସ୍ଥ ବୈଦେଶ୍ଵର୍ ଡାକ୍ତରଖାନାରେ ଚିକିତ୍ସା ପାଇଁ […]

ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ।

ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି (ଶ୍ରୀମୁଖସିଂହାର) ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଏହି ନୀତି ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ନୀତି ହେବ ।ବନକଲାଗି ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ବନକଲାଗି ସେବା କରିବେ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ […]

ବୋହିନେଲେ ନେଲେ ପେଟି ପେଟି ମଦ ।

ପାରାଦୀପ-କୁଜଙ୍ଗ ଥାନା ଅନ୍ତର୍ଗତ ଫାର୍ମ ହାଉସ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ମଦ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଏଥିରେ ଚାପି ହୋଇଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ଘଟଣା ସ୍ଥଳରୁ ହାଇୱା ଗାଡି ଫେରାର ହୋଇଯାଇଛି । କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ପୋଲିସ କେନାଲ ମଧ୍ୟରୁ ଗାଡ଼ିକୁ ଉଠାଇ ଘଟଣାର ତଦନ୍ତ ଆରମ୍ଭ […]

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ ଯାଏ ପରୀକ୍ଷା ଚାଲିବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପ୍ରାୟ ଏକା ସମୟରେ ଚାଲିବ। । ମାର୍ଚ୍ଚ ୨୭ ତାରିଖ ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ବିଜ୍ଞାନ ବିଭାଗ (ଷ୍ଟ୍ରିମ୍‌)ର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ । ପରୀକ୍ଷା ଦେବେ ୧ଲକ୍ଷ ୧୪ ହଜାର ୯୮୦ ପରୀକ୍ଷା । ସକାଳ ୯ଟା ୩୦ରେ ଅବଜର୍‌ଭର, ସୁପରିଣ୍ଟେଣ୍ଡେଣ୍ଟ ଏବଂ […]