author

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ । କିନ୍ତୁ ମହିଳା କମାଣ୍ଡୋ ଜଣକ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହି ମହିଳା କମାଣ୍ଡୋମାନଙ୍କୁ ଅତୀତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ମଧ୍ୟ ଦେଖିବାକୁ ମିଳିଛି। ବିଜେପିର ଅନେକ ସାଂସଦ ଏହି ଫଟୋକୁ ସେୟାର କରୁଛନ୍ତି […]

ଅଗ୍ନିକାଣ୍ଡ ,ପ୍ରାକୃତିକ ବିପର୍ଯ୍ୟୟ ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କଲା ଅଗ୍ନିଶମ ବିଭାଗ

ନୂଆଗାଁ: (ପୁଷ୍ପଲତା ପ୍ରଧାନ):ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ୍ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ନୂଆଗାଁ ହାଇସ୍କୁଲ୍ ଏବଂ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟ ରୁ କିପରି ସୁରକ୍ଷିତ ରଖିପାରିବା ସେ ଉପରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା।ନୂଆଗାଁ ଅଗ୍ନିଶମ ବିଭାଗ ଅଧିକାରୀ ଅପୂର୍ବ ରଞ୍ଜନ ସାହୁ ଙ୍କ ତତ୍ବାବଧାନରେ ନିଆଁ ଲାଗିବା ସମୟରେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜକୁ […]

୩୦ ଟଙ୍କାରେ ବିକ୍ରି ହେବ ଆଳୁ ନଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ

ଆଳୁ ଟ୍ରକ ବନ୍ଦ ନେଇ ନବୀନଙ୍କ ଆଡକୁ ଦୋଷ ଠେଲିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଦିଦିଙ୍କ ନିର୍ଦ୍ଦେଶରେ ଚାଲିଛି କଡ଼ା ପାଟ୍ରୋଲିଂ। ରାଜ୍ୟକୁ ଆଳୁ ଟ୍ରକ୍ ଆସିବା କମିବାରୁ ଦର ବି ଉପରମୁହାଁ ହେଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ। ଏସବୁ ଭିତରେ ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ […]

ଓଡ଼ିଶାରେ ୧.୩୭ ଲକ୍ଷ କୋଟିର ପୁଞ୍ଜି ବିନିଯୋଗକୁ ଅନୁମୋଦନ

ରାଜ୍ୟରେ ଆଉ ୧୩୬୬୨୨.୨୪କୋଟି ଟଙ୍କାର ୨୦ଟି ବୃହତ୍ ପୁଞ୍ଜିନିବେଶ ପ୍ରକଳ୍ପକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।ଇସ୍ପାତ, ରାସାୟନିକ ପଦାର୍ଥ, ସବୁଜ ଶକ୍ତି, ବସ୍ତ୍ର ଆଦି ବିଭିନ୍ନ କ୍ଷେତ୍ରକୁ ବିସ୍ତାର କରୁଥିବା ଏହି ପ୍ରକଳ୍ପଗୁଡିକ ୭୪,୩୫୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ସହ ଓଡିଶାର ଆର୍ଥିକ ଅଭିବୃଦ୍ଧିକୁ ଯଥେଷ୍ଟ ବୃଦ୍ଧି କରିବାକୁ ସ୍ଥିର ହୋଇଛି। ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁରରେ ଆୟୋଜିତ […]

‘ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ ତିଆରି କର’: ହାଇକୋର୍ଟ

ରାଜ୍ୟର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର ପ୍ରତିଷ୍ଠା କରିବାକୁ ଓଡ଼ିଶାର କାରାଗାର ମହାନିର୍ଦ୍ଦେଶକ (ଡିଜି)ଙ୍କୁ ସୁପାରିଶ କରିଛନ୍ତି ହାଇକୋର୍ଟ। ଭାରତର ଅନ୍ୟ ରାଜ୍ୟମାନଙ୍କରେ ଏହି ବ୍ୟବସ୍ଥାର ସଫଳତାକୁ ଦୃଷ୍ଟିରେ ରଖି କୋର୍ଟ ଏହି ସୁପାରିଶ କରିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏ ନେଇ ସତ୍ୟପାଠ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲ ବିଭାଗ ଓ ଏନଆଇସି ମଧ୍ୟରେ ଏ ନେଇ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟ ପାଇଁ […]

ଭୁବନେଶ୍ବରରେ ଆଜି ଦିନ ୧ଟା ଯାଏ ଚାଲିବ ସମସ୍ତ ସ୍କୁଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସିବେ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଡିଜିପି ସମ୍ମିଳନୀ ସହ ବିଭିନ୍ନ ଦିନରେ ଦଳୀୟ ତଥା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ମୋଦି ଓ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ବିମାନବନ୍ଦର ନିକଟରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବେ ମୋଦି । ସେଠାରୁ ସିଧାସଳଖ ରାଜଭବନ […]

ଆଜିର ରାଶିଫଳ(୨୯ ନଭେମ୍ବର, ୨୦୨୪)

ମେଷମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ବୃଷଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, […]

ଖପ୍ରାଖୋଲ ପୋଲିସ ଦ୍ୱାରା ୫ ଜଣ ଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପୋଲିସ ଦ୍ୱାରା ୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକ ମାନେ ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ଅନ୍ତର୍ଗତ ଗୋଲାମୁଣ୍ଡା ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ବୁଧବାର ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ଆର୍ଟିକା ନଂ ଓଡି -୦୩ଏସି-୭୮୮୭ ଗାଡିକୁ ଅଟକାଇ ପଚରାଉଚରା କରିଥିଲା । ଗାଡି ଭିତରେ ଥିବା ଲୋକଙ୍କୁ ପଚରାଉଚରା କଲା […]

ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ, ରାଜ୍ୟରେ ହାତୀଙ୍କ ସଂଖ୍ୟା କମିଛି ।

ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ । ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ । ସେଥିମଧ୍ୟରୁ ୩୩୪ ବୟସ୍କ ଦନ୍ତା ହାତୀ, ୧୨ ବୟସ୍କ ମଖନା, ୬୭୮ ବୟସ୍କ ମହିଳା, ୧୮୬ ମଧ୍ୟ ବୟସ୍କ ଦନ୍ତା ହାତୀ, ୪ ମଧ୍ୟ-ବୟସ୍କ ମଖନା, ୩୦୫ ମଧ୍ୟ – ବୟସ୍କ ମହିଳା, ୧୮୧ ନାବାଳକ ଏବଂ ୪୦୩ ଛୋଟ ହାତୀ ରହିଛନ୍ତି।ଢେଙ୍କାନାଳ ଡିଭିଜନରେ ସର୍ବାଧିକ […]

୬ ମାସ ପରେ ସାମ୍ନାକୁ ଆସିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ ।

ପ୍ରାୟ ଛ’ମାସର ଆତ୍ମନିର୍ବାସନର ଅନ୍ତ ଘଟାଇଛନ୍ତି ଓଡ଼ିଶା ପ୍ରଶାସନିକ ଓ ରାଜନୈତିକ ଜଗତର ଚର୍ଚ୍ଚିତ ଚେହେରା ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌। ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ପାଣ୍ଡିଆନ୍‌ ବୁଧବାର କଟକ ନିକଟ ତ୍ରିଶୁଳିଆଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଆତ୍ମପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଝିଅର ବିବାହ ଉତ୍ସବରେ ଯୋଗଦେବା ପାଇଁ ପାଣ୍ଡିଆନ୍ ଆସିଥିଲେ। ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଙ୍କ ଭଉଣୀ ବାହାଘରରେ ନଜର […]

ଦ ସାବରମତୀ ରିପୋର୍ଟ ଉପରୁ ହଟିଲା କର

ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ଏବେ ଚର୍ଚ୍ଚାରେ। ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି। ନିର୍ଦ୍ଦେଶକ ଧୀରଜ ସାରନାଙ୍କ ଫିଲ୍ମ ସାବରମତି ରିପୋର୍ଟକୁ ନେଇ ସବୁଆଡେ ଚର୍ଚ୍ଚା ବୃଦ୍ଧି ପାଉଛି । […]

ଡିଜିପି ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ଧମକ

ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ । ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତ୍ବନ୍ତ ସିଂ ପନୁନ। ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି। ଡିଜିପି, ଆଇଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି । ଏଥିପାଇଁ ହାଇ ଆଲର୍ଟରେ ରହିଛି ଓଡ଼ିଶା ପୋଲିସ ।ଶିଖ୍ ଫର ଜଷ୍ଟିସ୍ (SFJ) ମୁଖ୍ୟ ପନ୍ନୁନ୍ ଭିଡିଓ ବାର୍ତ୍ତାରେ ଦାବି କରିଛନ୍ତି ଯେ, ଏହି ସମ୍ମିଳନୀ ରାଜଧାନୀ ଓଡିଶା ପାଇଁ ସବୁଠାରୁ ବଡ ସୁରକ୍ଷା ବିପଦ ଆଣିଛି। ଓଡିଶା ରାଜଧାନୀକୁ […]