author

ମାଓବାଦୀ ବିଜା ମାଡବି ଓରଫ୍ ଟିକେସ୍ ର ଆତ୍ମସମର୍ପଣ

କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲା କ୍ୟାଡ଼ର ମାଓବାଦୀ । ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ KKBN ସଙ୍ଗଠନର ବିଜା ମାଡବି ଓରଫ୍ ଟିକେସ୍ । ମାଓବାଦୀ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି ।ପୁଲିସ ଲଗାତାର ଭାବେ କମ୍ବିଂ ଅପରେସନ କରୁଥିବାରୁ ଓ ନକ୍ସଲଙ୍କ ପ୍ରତି ଲୋକଙ୍କ ସମର୍ଥନ କମୁଥିବାରୁ ବିଜା ମାଡ଼ଭି ପୁଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଥିବା ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ […]

ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଧମକ ମିଳିଛି । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଧମକପୂର୍ଣ୍ଣ କଲ୍‌ ଆସିଛି । ଜଣେ ବ୍ୟକ୍ତି ଫୋନ୍‌ କରି ମୋଦିଙ୍କୁ ଜୀବନରେ ମାରିଦେବାକୁ ଯୋଜନା ଚାଲିଥିବା କହିଛନ୍ତି । ଧମକପୂର୍ଣ୍ଣ କଲ୍ ମିଳିବା ପରେ ପୋଲିସ ଆଲର୍ଟ ମୋଡରେ ରହି ମାମଲା ଯାଞ୍ଚ ଆରମ୍ଭ କରିଛି । ଫୋନ୍‌ କଲ୍ କରିଥିବା ବ୍ୟକ୍ତି ଜଣକ କିଏ। ତାହା ଜାଣିବା ପାଇଁ ଲୋକେସନ୍‌ ଟ୍ରେସ୍‌ କରାଯାଉଛି। ତେବେ ପୋଲିସ […]

ପୁଲିସ୍‌ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ

କେତେବେଳେ ନିଜକୁ ଏସ୍‌ଡିପିଓ କହୁଥିଲେ। ଆଉ କେତେବେଳେ ନିଜକୁ ଓଡିଶା ହାଇକୋର୍ଟର ଆଇନ୍‌ଜୀବୀ କହୁଥିଲେ। ଏମିତି କେତେ କ’ଣ ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ। ଦୁଇ ସାଇବର ଠକଙ୍କୁ ଉଠାଇ ଆଣିଲା ମାଲକାନଗିରି ପୁଲିସ । ବାଙ୍କି ଓ ଭରତପୁର ଅଂଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ଏମାନେ । ଫୋନ-ପେ ମାଧ୍ୟମରେ ଟଙ୍କା ନେଉଥିଲେ । ଏମାନଙ୍କ ନାଁରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାରେ ୬ […]

ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ ।

ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍ । ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି । ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଅଞ୍ଚଳର ଏକ ଘରେ ଏହି ସେକ୍ସ କାରବାର ଚାଲିଥିଲା ।ସୂଚନାଥାଉକି, ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଉକ୍ତ ଭଡା ଘରେ ଚଢାଉ କରିଥିଲା। ଚଢାଉ ବେଳେ […]

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା।

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା। ଯେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇଥିବେ, ସେମାନେ ଟଙ୍କା ପାଇବେ। ଆଜି ଏହି ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି। ମାଲକାନଗିରିରେ ବୁଧବାର ଠାରୁ ଭେରିଫିକେସନ ଆରମ୍ଭ ହୋଇଛି।ଅନ୍ୟପକ୍ଷରେ ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୭ହି ଆବେଦନର ଶେଷ ତାରିଖ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା […]

ପ୍ରେମିକାଙ୍କୁ ହତ୍ୟା କରି ୫୦ ଖଣ୍ଡ କଲେ ପ୍ରେମିକ

ଚିକେନ୍ କାଟିବାରେ ମାହିର ଥିଲେ ଯୁବକ । କାରଣ ଏକ ଚିକେନ କାଉଣ୍ଟରରେ କଂସାଇ କାମ କରୁଥିଲେ। ରାତି ପାହିଲେ ଚିକେନକୁ ଖଣ୍ଡ ଖଣ୍ଡ କରୁଥିଲେ। ଆଉ ଶେଷରେ ନିଜ ଲିଭ-ଇନ୍‌- ପାର୍ଟନରଙ୍କୁ ବି ହାଣି ଖଣ୍ଡ ଖଣ୍ଡ କରିଦେଲେ। ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଅଭିଯୁକ୍ତ ଯୁବକଜଣକ ୨୫ ବର୍ଷୀୟ ନରେଶ ଭେଙ୍ଗର ବୋଲି ଜଣାଯାଇଛି। ସେ ତାମିଲନାଡ଼ୁର ଏକ ଚିକେନ୍‌ କାଉଣ୍ଟରରେ କଂସାଇ ଭାବେ କାମ କରୁଥିଲେ। ସେଠାରେ […]

ନୂଆବର୍ଷରୁ ଭୁବନେଶ୍ୱରରୁ ଉଡିବ ୫ ନୂଆ ବିମାନ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । କାରଣ ନୂଆ ବର୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ଟି ନୂଆ ବିମାନ । ନୂଆ ସ୍ଥାନକୁ ଭୁବନେଶ୍ୱରରୁ ଏହି ବିମାନ ଯିବ । ଇନ୍ଦୋର, ଡେରାଡୁନ, ଲକ୍ଷ୍‌ନୌ, ଜୟପୁର ଓ କୋଚିନକୁ ଉଡିବ ବିମାନ । । ଇଣ୍ଡିଗୋ ବିମାନ ଇନ୍ଦୋରକୁ ସପ୍ତାହରେ ୪ ଦିନ ଓ ଡେରାଡୁନ, ଜୟପୁର କୁ ସପ୍ତାହରେ ୩ ଦିନ ଯାତାୟତ କରିବ । ସେହିପରି […]

ନିଜ ଆବାସ ଘର ପାଇଁ ନିଜେ ସର୍ଭେ କରିବେ ଲୋକେ

ଆବାସ ଘର ପାଇଁ ନିଜ ଘର ପାଇଁ ନିଜେ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ।ପ୍ର କୃତ ହିତାଧିକାରୀ ପାଇବେ ଘର। ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ।ଏହା ସହ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ। ଲୋକ ଏହି କର୍ମଶାଳାରେ ଯୋଗ ଦେବେ। ଏହା ସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ […]

ଓଡ଼ିଶାରେ ୪୮ ଘଣ୍ଟା ରହିବେ ମୋଦି

୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ଏଠାରେ ୪୮ଘଣ୍ଟିଆ ଅବସ୍ଥାନ ସମୟରେ ପ୍ରଧାନମନ୍ତ୍ରୀ ଉଭୟ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଏହି ସମୟ ଭିତରେ ଶାହା ମଧ୍ୟ ରହିବେ। ତେବେ ଦଳୀୟ କାର୍ଯ୍ୟକ୍ରମ ନେଇ ଭାଜପା ରାଜ୍ୟ […]

ଓଡ଼ିଶାରେ ପୁଣି ବଢ଼ିବ ଆଳୁ ସଂକଟ !

ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି। କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି।ପଶ୍ଚିମବଙ୍ଗ ବେଲଦାରେ ଗତକାଲି ରାତିରୁ ଶତାଧିକ ଆଳୁ ଟ୍ରକ ଅଟକି ରହିଛି । ଗାଡିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ […]

ଜଳିଗଲା ୧୦ ଏକର ଜମିର ଧାନ ଫସଲ

ବରଗଡ଼ ଜିଲ୍ଲା ପଦ୍ମପୁର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଗାଁରେ ଜଳିଗଲା ୧୦ ଏକର ଧାନ ଫସଲ । ହୁତୁ ହୁତୁ ହୋଇ ଜଳିଯାଇଥିଲା ଧାନ ଫସଲ । ଧାର କରଜ କରି ବହୁ ପରିଶ୍ରମରେ ଚାଷ କରିଥିଲେ, ହେଲେ ଘରକୁ ପହଞ୍ଚିବା ଆଗରୁ ନିଆଁରେ ପୋଡ଼ି ପାଉଁଶ କରିଦେଲା । ଗତକାଲି ରାତିରେ କେହି ଦୁର୍ବୃତ୍ତ ନିର ମେହେରଙ୍କ ଚାଷ ଜମିରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। […]

ବୈକୁଣ୍ଠ ଧାମରୁ ସ୍ତ୍ରୀ ନିଖୋଜ ଘଟଣାରେ ଟ୍ଵିଷ୍ଟ୍

ବୈକୁଣ୍ଠ ଧାମ ଆଶ୍ରମରେ ପତ୍ନୀଙ୍କୁ ବନ୍ଧକ ରଖିବା ଅଭିଯୋଗ ଘଟଣାରେ ଟ୍ବିଷ୍ଟ୍। ସାମ୍ନାକୁ ଆସିଲେ ସହିଦ୍ ନଗର ଥାନାରେ ଅଭିଯୋଗ କରିଥିବା ଜିତେନ୍ ଗିରିଙ୍କ ପତ୍ନୀ। କହିଲେ ସ୍ବଇଚ୍ଛାରେ ସେ ବୈକୁଣ୍ଠ ଧାମ ଆଶ୍ରମରେ ରହିଛନ୍ତି। ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ଓଲଟା ସ୍ବାମୀଙ୍କ ସହ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା କହିଛନ୍ତି। କାହାର ପ୍ରରୋଚନାରେ ନୁହେଁ ବରଂ ସ୍ବାମୀ ଜୀତେନ ତାଙ୍କ ଉପରେ ଅନେକ ଅତ୍ୟାଚାର ମାର ପିଟ କରୁଥିଲେ ଡରେଇ ଧମକେଇ ରଖୁଥିଲେ। ଏପରିକି […]