ନୂଆଗାଁ: ନୂଆଗାଁ ବ୍ଲକ୍ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ ନୂତନ ପେନସନ ଭୂକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଶୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକ କର୍ମକର୍ତ୍ତା ମାନେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।ଉକ୍ତ ଆଲୋଚନା ସମୟରେ ଉପ […]
ଜଣେ ସରକାରୀ କର୍ମଚାରୀଙ୍କୁ ଛୁଟି ନମିଳିବାରୁ ଘଟାଇଲେ ଅଭାବନୀୟ କାଣ୍ଡ । ରାଗିଯାଇ ୪ ଜଣ ସହକର୍ମୀଙ୍କୁ କଲେ ଛୁରୀରେ ଆକ୍ରମଣ । ଖାଲି ସେତିକି ନୁହେଁ,ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଛୁରି ଧରି ଏଣେ ତେଣେ ବୁଲିବାକୁ ଲାଗିଲା ଉତ୍ୟକ୍ତ ଯୁବକ ଜଣଙ୍କ । ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ତାଙ୍କ ପାଖକୁ ନଆସିବାକୁ ସେ ଧମକାଉଥିଲେ । ତେବେ ପୋଲିସ କୌଶଳ କରି ତାଙ୍କୁ ଗିରଫ କରିଛି । କାହିଁକି ଛୁଟିକୁ ନେଇ ଏଭଳି […]
ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା-୨୦୨୩ ଆଜି ପ୍ରକାଶିତ ହୋଇଛି । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ, ଏମାନଙ୍କ ମଧ୍ୟରେ ୧୫୭୩ ମହିଳା ମେନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପରୀକ୍ଷା ୨୦୨୪ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।ଏ ନେଇ ଓପିଏସସି ପକ୍ଷରୁ […]
ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଦିନ ପାଖେଇବା ସହ ବଢୁଛି ଉତ୍କଣ୍ଠା । ତେବେ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା । ଦର୍ଶକମାନେ ପାଣି ବୋତଲ ନେଇ ଷ୍ଟାଡିୟମକୁ ଯାଇପାରିବେ ନାହିଁ । ଷ୍ଟାଡିୟମକୁ ଫିଙ୍ଗିବା ଆଦି ସାମଗ୍ରୀ ଉପରେ କଟକଣା ରହିଛି । ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । […]
ବର୍ତ୍ତମାନ ଅନେକ ସମୟରେ ଲଗାତାର ଭାବେ ରାଜଧାନୀ ରାଜ ରାସ୍ତାରେ ମୋ ବସ୍ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ନିକଟରେ ଏକ ୧୩ ବର୍ଷ ନାବାଳିକାର ଜୀବନ ଯାଇଥିଲା ।ଏହାକୁ ନଜରରେ ରଖି ବର୍ତ୍ତମାନ ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସହରରେ ଚାଲୁଥିବା ସରକାରୀ ବସ ୪୦ କିମି ବେଗରୁ ଅଧିକ ସ୍ପିଡ଼ରେ […]
ପୁଣି ବଢିପାରେ ଧାନର ସହାୟକ ମୂଲ୍ୟ । ଧାନ ସହ ଡାଲି ଓ ତୈଳ ଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଆଜି ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ଗୁଡ଼ିକର ପ୍ରତିନିଧି ମଣ୍ଡଳୀ ।। ରାଜ୍ୟ ଅତିଥି ଭବନରେ ବସିଥିବା ଏକ ବୈଠକରେ ସିଏସିପିର ଅଧକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମ […]
ଆୟୁଷ୍ମାନ ଯୋଜନାକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ। ବର୍ତ୍ତମାନ ଆୟୁଷ୍ମାନ କାର୍ଡ ଛପା ଚାଲିଛି । ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ମଧ୍ୟ ଚାଲିଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ମାସ ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ମାସ ଫେବୃଆରୀରୁ […]
ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ , ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା , କିନ୍ତୁ ଟିକେଟ ନେବା ପରେ ସେହି ଟିକେଟ ଏବେ ବଜାରରେ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି ସେହି ସମୟରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି |ରିପୋର୍ଟ ଅନୁଯାୟୀ, ତିନି ଅଭିଯୁକ୍ତ ମ୍ୟାଚ୍ ପାଇଁ ପ୍ରାୟ ଆଠଟି ଗ୍ୟାଲେରୀ ଟିକେଟ୍ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ। ସେମାନେ ଅନଲାଇନରେ ଟିକେଟ୍ ଫଟୋ ପୋଷ୍ଟ କରି […]
ଆସନ୍ତା କାଲି ମିଳିବ ସୁଭଦ୍ରା ଟଙ୍କା । ଯାଜପୁରରୁ ଏହାର ଶୁଭାରମ୍ଭ ହେବ ।୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ୩.୩୮ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ କ୍ଲିୟରାନ୍ସ ସମସ୍ୟା ଥିଲା, ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି । ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡିବ ।ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ଉଭୟ ପ୍ରଥମ କିସ୍ତି ଓ ଉଭୟ […]
ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ। ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ। ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କରାଯିବ। ଶ୍ରୀ ମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ଓ ନୀତିକାନ୍ତି ହେତୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଝିରେ ମଝିରେ ସ୍ଥଗିତ ରଖାଯାଉଛି । ପୂର୍ବରୁ ରତ୍ନଭଣ୍ଡାରର କାନ୍ଥ ପ୍ଲାଷ୍ଟରିଙ୍ଗ କାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଚଟାଣରେ ମରାମତି କାର୍ଯ୍ୟ କରାଯିବା ସହ ଆବଶ୍ୟକସ୍ଥଳରେ ପଥର ପରିବର୍ତ୍ତନର କାର୍ଯ୍ୟ କରାଯାଉଛି ।
ଶେଷରେ ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର । ଶାନ୍ତନୁ ମହାପାତ୍ରଙ୍କ ସମେତ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଲାଞ୍ଚ କାରବାରରେ ସହଯୋଗ କରୁଥିବା ଅନ୍ୟ ୪ଜଣଙ୍କୁ ଗିରଫ କଲା ପୋଲିସ୍ ।। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ୨.୦୬ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ମାଲକାନଗିରି ଅଫିସ, ଘର ସମେତ କଟକ, ଭୁବନେଶ୍ବର, ଜୟପୁର ଆଦି […]
ଆୟ କର କୋହଳ ପରେ ମଧ୍ୟବିତ୍ତଙ୍କୁ ଆଉ ଏକ ବଡ ଉପହାର ମିଳିଛି। ୫ ବର୍ଷ ପରେ ରେପୋ ରେଟ୍ ହ୍ରାସ ପାଇଛି। ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମେ ‘ ୨୦୨୦ରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା। ଏମପିସି(ମନିଟାରୀ ପଲିସି କମିଟି) ବୈଠକ ପରେ ଭାରତୀୟ ରିଜର୍ଭ […]
