ରକୁଲ୍ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ପରସ୍ପରଙ୍କୁ ଜୀବନସାଥି କରିଛନ୍ତି । ଦୁହେଁ ବୁଧବାର ପରିବାର ଏବଂ ନିଜ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ସେଲିବ୍ରେଟିଙ୍କ ବିବାହ ଫଟୋ ସାମନାକୁ ଆସିବା ପରେ ଏବେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି […]
ଭୁବନେଶ୍ବର ମହାନଗର ନିଗମ (ବଏମ୍ସି)ର କର୍ପୋରେଟରମାନଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା୧୦ ହଜାର କରାଯାଇଛି। ପ୍ରତି କର୍ପୋରେଶନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ।କର୍ପୋରେସନ ବୈଠକ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ରଖାଯାଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା।ଏହି କ୍ରମରେ ମେୟର ସୁଲୋଚନା ଦାସଙ୍କ ମିଟିଂ ଭତ୍ତା ମଧ୍ୟ ବଢ଼ିଛି। ଏନେଇ କର୍ପୋରେଶନ ବୈଠକରେ ନିଷ୍ପତ୍ତି ହୋଇଛି। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀମତୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧ୍ୟାକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର […]
ଭୁବନେଶ୍ବର,(ଓଡ଼ିଶା ଦର୍ପଣ): ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ୟୁନିଟ।ରାଜ୍ୟରେ ସ୍ଥାପନ ହେବ ପ୍ରଥମ ଟିଟାନିୟମ ଓ ଏରୋସ୍ପେସ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍। ଏଥିଲାଗି ଆଜି ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କଲା କଲ୍ୟାଣୀ ଷ୍ଟିଲ ।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ସୂଚନାନୁଯାୟୀ, ଢେଙ୍କାନାଳ ଗଜମରାରେ ଏହି ସମନ୍ବିତ ପ୍ରକଳ୍ପ ହେବ। ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି। ଆସନ୍ତା ସେପ୍ଟେମ୍ବରରୁ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶିକ୍ଷା ବ୍ୟବସ୍ଥାରେ ଅଂଶ ଗ୍ରହଣ କାରୀଙ୍କ ପାଇଁ ରାଜ୍ୟ ସରକାର ୨୦୨୨ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆରମ୍ଭ କରିଥିଲେ। ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ବାରା ୫୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ୧୫ ଶହ ଶିକ୍ଷକ, ସ୍କୁଲ ପରିଚାଳନା କମିଟି, ଆଲୁମିନି, ଗ୍ରାମପଞ୍ଚାୟତ ଏବଂ ଜିଲ୍ଲା ପ୍ରଶାସକଙ୍କୁ ସମ୍ମାନିତ କରାଯାଉଛି। ଏନେଇ ନୟାଗଡ଼ ଷ୍ଟାଡିୟମଠାରେ ଗୁରୁବାର ଜିଲ୍ଲାସ୍ତରୀୟମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ପାଠାଗାର ‘ଅଧ୍ୟୟନ’ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ସ୍ବଧାଦେବ ସିଂ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଦକ୍ଷିଣକାଳୀଙ୍କ ମଣ୍ଡାବାଗନ ପଡ଼ିଆରେ ଏକ ସଭା ଆୟୋଜନ ହୋଇଥିବା ବେଳେ ନୟାଗଡ଼ ବିକାଶ ଓ ଉନ୍ନତୀ ଏବଂ ପାଠାଗାର ସମ୍ପର୍କିୟ ବୃତ୍ତଚିତ୍ର ଦ୍ବାରା ଜନସାଧାରଣ ଦୃଷ୍ଟି ଆକର୍ଷଣ କରାଯାଇଛି […]
କଟକ ବାଟବାଟୀ ଷ୍ଟାଡିମୟକୁ ମିଳିପାରେ ଚଳିତ ବର୍ଷ ଆଇପିଏଲ ମ୍ୟାଚ୍ । ବାରବାଟୀ ଷ୍ଟାଡିୟମରେ ଆପିଏଏଲ୍ ମ୍ୟାଚ୍ ଆୟୋଜନ ନେଇ ଖବର ସରବହାର ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି । ବିଗତ ଦିନରେ ମଧ୍ୟ ଏଠାରେ ଆଇପିଏଲ ମ୍ୟାଚ ଆୟୋଜିତ ହୋଇଛି । ବାରବାଟୀ ଷ୍ଟାଡିୟମରେ ମୋଟ ୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି। ତେବେ ୨୦୧୪ରେ ଶେଷଥର ପାଇଁ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଖେଳାଯାଇଥିଲା । ଇଣ୍ଡିଆନ ପ୍ରିମିୟର ଲିଗ୍ର ପୂର୍ବତନ ଫ୍ରାଞ୍ଚାଇଜ ଡେକାନ ଚାର୍ଜର୍ସ, […]
ବେଲଗୁଣ୍ଠା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିବାରୁ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ସଂପୃକ୍ତ ଯୁବକ ଜଣଙ୍କ କଂଗ୍ରେସ ଦଳର ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଅପରାହ୍ନରେ ୫ଟି ଅଧ୍ୟକ୍ଷ ପାଣ୍ଡିଆନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବେଲଗୁଣ୍ଠାରେ ଓହ୍ଲାଇଥିଲେ। ସେଠାରୁ କାର୍ଯ୍ୟକ୍ରମସ୍ଥଳକୁ ଯିବା ବେଳେ ହଠାତ୍ ଜଣେ ଯୁବକ ପଶି ଆସି ତାଙ୍କୁ ଟମାଟୋ ଫିଙ୍ଗିଥିଲେ। ଉପସ୍ଥିତ ସୁରକ୍ଷୀ କର୍ମୀ ଓ ପୋଲିସ ସଂପୃକ୍ତ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ଅଧ୍ୟକ୍ଷ ଭବେଶ କୁମାର ନାୟକ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷା ଏବଂ ତଦ ଜନିତ ଆଇନ, ପରିବର୍ତ୍ତିତ କ୍ଷତିପୂରଣ ଧାରା ଏବଂ ବିଭିନ୍ନ ପ୍ରକାରର ଶ୍ରମ ଏବଂ ଶ୍ରମିକ […]
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଜରିଆରେ ଅନେକ ସଫଳତା ମିଳିଛି । ତେଣୁ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରମାନଙ୍କରେ ଆଗକୁ ଆଉ ସେଭଳି ବିଭ୍ରାଟ ହେବନାହିଁ ବୋଲି ଆଶା ପ୍ରକଟ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ କେତେକ ପରୀକ୍ଷାକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସର୍ଭିଲାନ୍ସ ଅବଗତ କରାଇଛି। ପରୀକ୍ଷା ଡ୍ୟୁଟିରେ ଥିବା ଏଥିରେ ସମ୍ପୃକ୍ତ ଅଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମୁଖ୍ୟାଳୟର କଣ୍ଟ୍ରୋଲ ରୁମ୍ରେ ସିସିଟିଭି […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ୟୁନେସ୍କୋ ଦ୍ୱାରା ନିର୍ଦ୍ଧାରିତ ଫେବୃଆରୀ ଏକୋଇଶି ବିଶ୍ଵ ମାତୃଭାଷା ଦିବସକୁ ନୟାଗଡ଼ର ବିଭିନ୍ନ ସାହିତ୍ୟ ଅନୁଷ୍ଠାନମାନେ ପାଳନ କରିଛନ୍ତି । କବି ନିର୍ମଳ ଶୁରଦେଓଙ୍କ ସଭାପତିତ୍ବରେ ଆୟୋଜିତ ମାତୃଭାଷା ଦିବସରେ ବହୂଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ସୁକବି ତଥା ଅଭିନେତା ଦେବେନ୍ଦ୍ର ପରମଗୁରୁ ଯୋଗଦେଇ ମାତୃଭାଷାର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । କବୟିତ୍ରୀ ସୂକ୍ଷ୍ମଣୀ ଆନନ୍ଦ ହିନ୍ଦୀ, ନୀଳିମା ନନ୍ଦ ସଂସ୍କୃତ, […]
ଭୁବନେଶ୍ବର(ଓଡ଼ିଶା ଦର୍ପଣ): ବର୍ତ୍ତମାନ ରାଜ୍ୟରେ ଗରମ ପ୍ରବାହ ଆରମ୍ଭ ହୋଇଗଲାଣି। ମାଘ ମାସରେ ଯେପରି ଗରମ ହେଉଛି ସେଥିରୁ ଜଣାପଡିଛି ଯେ, ଗ୍ରୀଷ୍ଣ ଋତୁରେ କଣ ହେବ ପରିସ୍ଥିତି। ତେବେ ଏହି ଗ୍ରୀଷ୍ଣ ପ୍ରବାହ ପୂର୍ବରୁ ରାଜ୍ୟ ସରକାର ଜାରି କରିଛନ୍ତି ପରାମର୍ଶ। ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ଅଫିସ ଏବଂ ଜନସାଧାରଣ ତାହାକୁ ପାଳନ କରିବା ପାଇଁ ନିବେଦନ କରାଯାଇଛି। ସେଗୁଡିକ ହେଲା.. ଗ୍ରୀଷ୍ମ ପ୍ରବାହ ଜନିତ ରୋଗ ଓ କ୍ଷୟକ୍ଷତି ରୋକିବା ପାଇଁ ଜନସଚେତନତା […]
