author

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍

ଅଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍ । ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ଜାମିନ୍ ମିଳିଛି ।ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଥିଲେ ଅଲ୍ଲୁଙ୍କ ସମର୍ଥକ । କିନ୍ତୁ ଆଜି ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି ହାଇଦ୍ରାବାଦ କୋର୍ଟ । ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା […]

ନୟାଗଡ:ମାଆ ହେଲା କଳା କଲରାପତରିଆ ବାଘ

ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ । ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ ।ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ ଗୋଟି କଳା କାଳରପତରିଆ ବାଘ ରହିଥିଲେ। ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ କିଛି ଛୁଆ ଜନ୍ମ ଦେଇଥିବା ନଜର ଆସିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ପିସିସିଏଫ ପ୍ରେମ୍ […]

OPSC: ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ସୁଯୋଗ

ଓଡ଼ିଶା ପବ୍ଲିକ ସର୍ଭିସ କମିସନ (ଓପିଏସସି) ପକ୍ଷରୁ ୨୬୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀ ୧୦ ତାରିଖରୁ ଏହାର ରେଜିଷ୍ଟ୍ରେସନ ଆରମ୍ଭ ହେବ।୨୬୫ ପଦ ମଧ୍ୟରୁ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ୩୦ଟି ପଦବୀ, ଓଡ଼ିଶା ଅର୍ଥ ସେବା (ଓଏଫଏସ)ପାଇଁ ୪୬, ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସର୍ଭିସ ପାଇଁ ୬୨, ଓଡ଼ିଶା ସମବାୟ ଅଡିଟ ସେବା ପାଇଁ ୫, ଓଡ଼ିଶା ସମବାୟ ସେବା ପାଇଁ ୧୪ ଓ ଓଡ଼ିଶା ରାଜସ୍ବ ସେବା ପାଇଁ […]

ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ । କହିଲେ ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ । ଭାଗଚାଷୀଙ୍କ ପାଇଁ ଏଯାଏଁ କୌଣସି ନିୟମ ନାହିଁ। ପୂର୍ବ ସରକାର ଏନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି। କ୍ଷତିପୂରଣ କେବଳ ମୂଳ ଜମି ମାଲିକଙ୍କୁ ମିଳିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି । SDRF ଫଣ୍ଡରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତ ରୁ ଅଧିକ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ […]

ନିର୍ମାଣ ହେବ ୨୬ ଶହ କିଲୋମିଟର ଲମ୍ବ ଗ୍ରାଣ୍ଡ ରିଂ ରୋଡ

୨୪ ଘଣ୍ଟାରେ ଓଡ଼ିଶା ଭ୍ରମଣ। ଓଡ଼ିଶାରେ ନିର୍ମାଣ ହେବ ଗ୍ରାଣ୍ଡ ରିଂ ରୋଡ। ୨୬ ଶହ କିଲୋମିଟର ଲମ୍ବ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏକ ଲକ୍ଷ କୋଟି ଟଙ୍କାର ବଜେଟ୍ ପାଇଁ ପ୍ରସ୍ତୁତି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏ ନେଇ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ଯୋଗାଯୋଗ,ଗମନାଗମନ,ପରିବହନ କ୍ଷେତ୍ରରେ ଏହା ଆଣିବ ଏକ ବଡ଼ ପରିବର୍ତ୍ତନ। ବିଭିନ୍ନ ବନ୍ଦର,ଶିଳ୍ପାଞ୍ଚଳ,ସହର ଭିତରେ ଯୋଗାଯୋଗକୁ ସୁଗମ […]

ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୩ ମାଓବାଦୀ

ଛତିଶଗଡ଼ ଗରିଆବନ୍ଧ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ଘଟିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।କାଲି ରାତିରୁ ଆରମ୍ଭ ହୋଇଥିଲା ମାଓ ବିରୋଧୀ ଅଭିଯାନ । ନୂଆପଡ଼ା ଓ ଗାରିୟାବନ୍ଧ ଜିଲ୍ଲା ସୀମା ଅତଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ଛତିଶଗଡ଼ ସ୍ପେଶାଲ ଫୋର୍ସ ଓ ସିଆରପିଏଫ ମଧ୍ୟ ଅପରେସନରେ ସାମିଲ ହୋଇଥିଲେ ।ଯବାନଙ୍କ ଗୁଳିମାଡ଼ରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରିକି ଯବାନମାନେ ଘଟଣାସ୍ଥଳରୁ ଗୋଟିଏ […]

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । SDRF ଫଣ୍ଡରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ମିଳିବ। ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ୨୯୧ କୋଟି ସହାୟତା ମିଳିବ […]

ଚୀନରେ ପୁଣି ଏକ ରହସ୍ୟମୟ ଭାଇରସର ଆତଙ୍କ ।

କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଏକ ରହସ୍ୟମୟ ଭାଇରସ୍‌ର ଆତଙ୍କ। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ବା ଏଚଏମପିଭି ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି ।’ସାଇଣ୍ଟିଷ୍ଟ ଅର୍ଗ’ ଅନୁଯାୟୀ, ଚୀନରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ବିବେଚନା କରିଛି । ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି […]

ଆପରାଧିକ ମାମଲା ପାଇଁ ବାଜ୍ୟାପ୍ତି ହେବ ନାହିଁ ପାସପୋର୍ଟ: ହାଇକୋର୍ଟ

ବିଚାରାଧିନ ଆପରାଧିକ ମାମଲାରେ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି କରାଯିବ ନାହିଁ । ଏ ନେଇ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ଜଣେ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ବାଜ୍ୟାପ୍ତି ନେଇ ପାସ୍‌ପୋର୍ଟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ପାସପୋର୍ଟ ପ୍ରଦାନ ବା ନବୀକରଣ କରିବା ପ୍ରସଂଗରେ ଆଇନ‌ରେ କୌଣସି କଟକଣା ନାହିଁ । ପାସ୍‌ପୋର୍ଟ ଆଇନର ଧାରା ୧୦(୩)ରେ ଥିବା […]

ଘରେ ପଶି ଭଉଣୀ-ଭାଇଙ୍କୁ ଗୁଳିମାଡ଼ .

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେବେ ଦୁର୍ବୃତ୍ତ ପତ୍ତା ମିଳି ପାରିନି। ଏଥିରେ ଭାଇଭଉଣୀ ଗୁରୁତର ହୋଇଛନ୍ତି । ୯ ବର୍ଷର ପୁଅ ଓ ୧୩ ବର୍ଷ ଝିଅର ପେଟରେ ଗୁଳି ବାଜିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କୁନି […]

ଫେସବୁକ ପ୍ରେମ ହେଲା କାଳ, ସୀମା ପାର ପରେ ଗିରଫ ହେଲେ ଯୁବକ

ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ ମଧ୍ୟରେ ଥିବା ସୀମାରେଖା। ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ୩୦ ବର୍ଷୀୟ ବାଦଲ ବାବୁଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଉଦ୍ଦିନ ଜିଲ୍ଲା ପୁଲିସ୍‌ ଗିରଫ କରିଛି। ସେ ବେଆଇନ ଭାବେ ସୀମା ଅତିକ୍ରମ […]

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଖସିଛୁ ପାରଦ ଓ ବଢୁଛି ଶୀତ। କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଏମିତିକି ୧ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍‌ କମିଯାଇଛି, ପୂର୍ବ ରାତି ତୁଳନାରେ । ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ରାଜ୍ୟରେ ତାପମାତ୍ରା ଅଚାନକ ଖସିଛି । ରାଜ୍ୟ ତମାମ ଏବେ ପାଗ ଶୁଖିଲା ରହିଛି । ଆଗାମୀ ଦୁଇ ସପ୍ତାହ […]