author

ସୁପରଷ୍ଟାର ରଜନୀକାନ୍ତଙ୍କ ଆଜି ଜନ୍ମଦିନ

ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତ। ୧୨ ଡିସେମ୍ବରର ଅର୍ଥାତ୍‌ ଆଜି ତାଙ୍କର ଜନ୍ମଦିନ । ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ସେ ତାଙ୍କର ଚମତ୍କାର ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କୁ ପାଗଳ କରନ୍ତି। ତାଙ୍କର ଚଳଚ୍ଚିତ୍ର ବକ୍ସ ଅଫିସରେ ରେକର୍ଡ ବ୍ରେକ୍ କରେ। ୧୯୫୦ରେ ବେଙ୍ଗାଲୁରୁରେ ଜନ୍ମ ନେଇଥିବା ଶିବାଜୀ ରାଓ ପରବର୍ତ୍ତି ସମୟରେ ରଜନୀ ଭାବେ ପ୍ରତିଟି ସିନେ ପ୍ରେମୀଙ୍କ ହୃଦୟରେ ସ୍ଥାନ ବନାଇପାରିଛନ୍ତି୧୯୭୫ରେ ତାମିଲ ଫିଲ୍ମ ଅପୂର୍ବା ରଙ୍ଗାଲ୍‌ରେ […]

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା । ଆସନ୍ତା ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ପଦରେ ସେ କାର୍ଯ୍ୟ କରିବେ । ଗତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରିଥିଲେ। ବର୍ତ୍ତମାନ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନା ନାହିଁ। ସେପ୍ଟେମ୍ବର ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪ ପ୍ରତିଶତକୁ ହ୍ରାସ ପାଇଥିଲା। […]

ନୂଆ ମ୍ୟାଲେରିଆ ଟିକା, ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସଫଳ

ମ୍ୟାଲେରିଆର ଏକ ନୂଆ ଭାକ୍ସିନ ଆଶାର କିରଣ ହୋଇ ଦେଖାଦେଇଛି । ଆଫ୍ରିକୀୟ ପିଲାଙ୍କ ଉପରେ ଏହି ଟିକାର ଫେଜ-୨(ବି)ର କ୍ଲିନିକାଲ ଟ୍ରାୟଲ କରାଯାଇଛି। ଅନ୍ତରୀଣ ପରିଣାମରୁ ଯାହା ଜଣାପଡିଛି ଭାକ୍ସିନ ସୁରକ୍ଷିତ ହୋଇଥିବା ବେଳେ ମଜଭୁତ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବା ସହିତ ଆଶାଜନକ ପ୍ରଭାବକାରୀ। ଆରଏସ୍ ୫.୧ ମ୍ୟାଟ୍ରିକ୍ସ-ଏମ ନାମକ ଏହି ଭାକ୍ସିନର ପରୀକ୍ଷଣ ଫଳାଫଳ ‘ଦି ଲେସେଣ୍ଟ ଇନଫେକ୍ସସ ଡିଜିଜ’ରେ ପ୍ରକାଶିତ ହୋଇଛି।ସୂଚାନମୂତାବକ ସଂକ୍ରମିତ ମାଈ ଆନୋଫିଲିସ୍‌ ମଶା କାମୁଡ଼ଲେ ପ୍ଲାସ୍‌ମୋଡିଅମ୍‌ […]

ଗୁରୁବାର ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ।

ଦୀର୍ଘବର୍ଷ ଧରି ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇଆସୁଛି। ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି। ୨୦୧୬ ମସିହାରେ ୫୫୫ ପ୍ରକାରର ବ୍ୟଞ୍ଜନ ,୨୦୧୭ରେ ୬୧୧ ପ୍ରକାର ,୨୦୧୮ରେ ୬୩୫ ପ୍ରକାର ଓ ୨୦୧୯ରେ ୬୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ କରି ରେକର୍ଡ କରାଯାଇଥିଲା […]

ପୁଣି ଥରିଲା ଓଡ଼ିଶା । ଦିନକରେ ୪ରୁ ୫ ଡିଗ୍ରୀ ଖସିଲା ତାପମାତ୍ରା ।

ଦୁଇ ସପ୍ତାହ ପରେ ରାଜ୍ୟରେ ପାରଦ ପୁଣି ତଳମୁହାଁ ହୋଇଛି । ଦିନକରେ ୧୩ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଆସିଛି । କେନ୍ଦୁଝର ଓ ଅନୁଗୁଳରେ ରାତି ତାପମାତ୍ରା ଦିନକରେ ସର୍ବାଧିକ ୫ ଡିଗ୍ରୀ କମିଛି । ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି । କୋରାପୁଟରେ ରାତି ତାପମାତ୍ରା ୧୨.୬ ଡିଗ୍ରୀ ରହିଛି । ଭବାନୀପାଟଣାରେ ୧୩.୧ ଡିଗ୍ରୀ ରେକର୍ଡ ହୋଇଛି । ୨୪ ଘଣ୍ଟା ତଳେ ଏଠାରେ ରାତି […]

ଲୁଟ ପରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା

ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ସୂଚନାମୁତାବକ ମହିଳା ଜଣକ କବାଟ ଖୋଲିଲା ବେଳେ ବେକରୁ ସୁନା ଚେନ ଟାଣିଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଗୁଳି କରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୃତ୍ତ । ପରିବାର ଲୋକେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡ଼ାକ୍ତର […]

ଗୁରୁବାର ବନକଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତି ୧୦ ଯାଏଁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଗୁରୁବାର ବନକଲାଗି ନୀତି । ବଡ଼ଦେଉଳରେ ବଡ଼ଠାକୁରଙ୍କ ହେବ ଶ୍ରୀମୁଖ ସୁଙ୍ଗାର । ଏଥିଲାଗି ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ବନକଲାଗି ନୀତି ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିପାରିବେ ଭକ୍ତ । ବନକଲାଗି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ସେବକମାନେ […]

ଆଜିର ରାଶିଫଳ(୧୨ ଡିସେମ୍ବର, ୨୦୨୪)

ମେଷକର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]

କଂସ ଦରବାରରେ ଦର୍ଶକଙ୍କ ଭିଡ

ସୁବର୍ଣ୍ଣପୁର ବିନିକା ବ୍ଲକ ଫୁଲମୁଠି ଠାରେ ଜାକଜକମରେ ଚାଲିଛି ଗୋକୁଳାଷ୍ଟମୀ ମହୋତ୍ସବ । ବୁଧବାର ଠାରୁ ଆରମ୍ଭ ହୋଇଛି କଂସ ଦରବାର । ୭ ଦିନ ଧରି ଗୋକୁଳାଷ୍ଟମୀ ମହୋତ୍ସବରେ ଜମିବ କଂସ ଦରବାର । ବିନିକା ଥାନା ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍ସବର ଉଦ୍‌ଘାଟନ କରିଥିଲେ । କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଳ ପଣ୍ଡାଙ୍କ ଅଭିନୟ ସମସ୍ତଙ୍କ ମନ ମୋହୁଛି ।ଶୀତୁଆ ରାତିରେ କଂସ ଦରବାର ସମ୍ମୁଖରେ ଲୋକଙ୍କ ଭିଡ […]

ଘରୁ ଡାକିନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ ନକ୍ସଲ।

ନକ୍ସଲଙ୍କ ବର୍ବରକାଣ୍ଡ। ଘରୁ ଡାକିନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ ନକ୍ସଲ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ। ମୃତ ବିଜେପି କର୍ମୀ ଜଣଙ୍କ ହେଲେ ମାଣ୍ଡେରାମ ଫୁଡ଼ିଆମୀ। ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ବିଜେପି କର୍ମୀଙ୍କୁ ଘରୁ ଡାକି ନେଇଥିଲେ। ପରେ ତାଙ୍କୁ ହତ୍ୟା କରି କୁଟୁର ଥାନା ଅନ୍ତର୍ଗତ ସମନପଲ୍ଲୀ ଗାଁ ନିକଟରେ ପକାଇ ପଳାଇ ଯାଇଥିଲେ।  ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେବା ସହ ପରିବାର ଲୋକଙ୍କୁ ଜଣାଇଥିଲେ। 

ତୃତୀୟ ଦିନରେ ପହଞ୍ଚିଛି ମିଶନ ଶକ୍ତି ମହିଳାଙ୍କ ଧାରଣା।

ତୃତୀୟ ଦିନରେ ପହଞ୍ଚିଛି ମିଶନ ଶକ୍ତି ମହିଳାଙ୍କ ଧାରଣା। ଶୀତ କାକରରେ ହକ୍ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଛି ଜିପିଏଲଏଫ ସଂଘ । ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଶୀତୁଆ ରାତିରେ ରାସ୍ତାରେ ପଡ଼ି ରହିଛନ୍ତି ।ସରକାର ନ ଶୁଣିବା ଯାଏଁ ଏଠି ପଡି ରହିବେ ପଛେ, ହେଲେ ଆଦୌ ହଟିବେ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ୯ ମାସ ଧରି ମିଳିନି ଦରମା । […]

ପୋଲିସ ବାବୁଙ୍କ ନାଁ’ରେ ଥାନାରେ ଏତଲା ପତ୍ନୀ

ପୋଲିସ୍ ସବ୍-ଇନ୍ସପେକ୍ଟରଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଛନ୍ତି ପତ୍ନୀ। କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ଼ ପୋଲିସ ଷ୍ଟେସନ ବାରାକ ପରିସରରେ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତରେ ନିଜ ସ୍ୱାମୀଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି।କୋଟଗଡ଼ ଥାନା ସୁବର୍ଣ୍ଣଗିରି ଫାଣ୍ଡି ଅଧିକାରୀ ହେଉଛନ୍ତି କୁବେର ଦିଗାଳ। ସେ ବିବାହିତ। ତାଙ୍କର ପତ୍ନୀ ଓ ପିଲାପିଲି ରହିଛନ୍ତି। ପୂରା ପରିବାର ଗାଁରେ ରହୁଥିବା ବେଳେ ଥାନାବାବୁ କୋଟଗଡ଼ ଥାନା ବାରାକର ଉପର ମହଲାରେ ରହୁଥିଲେ। ଅଭିଯୋଗ ହେଉଛି, ପୂରା […]