କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗୁଳି ଛକରେ ଏକ ଟ୍ରକ ରାସ୍ତାକଡରେ ଛିଡା ହୋଇଥିବାବେଳେ ସୁଧାକର ବସନ୍ତଙ୍କ କାରଟି ଆସି ପିଟି ହୋଇଯାଇଛି। କାରଟି ଚଣ୍ଡୀଖୋଲ ପଟୁ କଟକ ଆଡକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।ଦୁଇ ଜଣଙ୍କୁ ଚିକିତ୍ସା ପାଇଁ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ବହୁଳ ଭାବେ ଉପକୃତ ହେବେ । ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ଆସିବ ସୁଧାର । ଏହାସହ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ । ଏହି ପ୍ରକଳ୍ପ ସବୁ ଭୂତଳ ଜଳସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ ବୋଲି […]
୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।ମୟୂରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୩ଟି ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ୩୩, ରାୟଗଡ଼ାର ୬୦ ଓ ବଲାଙ୍ଗୀରର ୧୦୦ଟି ରୂପାନ୍ତରୀତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ସ୍କୁଲ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ […]
ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ ଫେବ୍ରୁଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି 5-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ୍।ଫେବୃଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜନତା ମଇଦାନ, ଭୁବନେଶ୍ବର ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି। ଅକ୍ଷର ଭୂମିକୁ […]
ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଥିଲେ ପୂର୍ବତନ ବିଧାୟକ । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।ସେ ଶନିବାର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଦୀର୍ଘ ଦିନ ହେଲା ସେ ବିଭିନ୍ନ ଜଟିଳ ରୋଗରେ ପୀଡିତ ଥିଲେ। ଜୟ ନାରାୟଣ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୧୯୪୮ ମସିହାରେ ଜୟନାରାୟଣ ମହାନ୍ତି ଜନ୍ମଗ୍ରହଣ କରିଥିଲେ। ପରେ ସେ ରାଜନୀତିରେ […]
ଶନିବାର ସକାଳ ୬ଟାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି। ମୋଟ୍ ୧୮ଟି ଟିମ୍ ଚିଲିକାରେ ଗଣନା କରୁଛନ୍ତି। ଚିଲିକାକୁ ୪ଟି ଅଞ୍ଚଳରେ ବିଭକ୍ତ କରାଯାଇ ଗଣନା ଚାଲିଛି।ପ୍ରତି ଟିମରେ ୫ରୁ ୬ ଜଣ ସଦସ୍ୟଙ୍କ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି । ବାଲୁଗାଁ, ବଡ଼କୂଳରେ ୧୦ ଟିମ୍ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ଜିପିଏସ ଓ ବାଇନା କୁଲାର ଜରିଆରେ ଡଲଫିନ୍ ଗଣନା […]
ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ତଥା ବ୍ରହ୍ମପୁରର ପୂର୍ବତନ ବିଜେପି ସାଂସଦ ଅନାଦି ସାହୁଙ୍କ ପରଲୋକ। କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ପୋଲିସ ସେବାର ବିଭିନ୍ନ ମେଡାଲ […]
କଟକ ଏସ୍ସିବି ମେଡିକାଲରେ ପ୍ରଥମ ହାପଲୋ ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କର ମୃତ୍ୟୁ ଘଟିଛି । ଗତ ୯ ତାରିଖରେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସାହୁ ନାମକ ଯୁବକଙ୍କର କଟକ ଏସ୍ସିବି ମେଡିକାଲରେ ପ୍ରଥମ ହାପଲୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଏବଂ ତାଙ୍କ ସାନ ଭାଇଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ଅସ୍ତ୍ରୋପଚାର ପର ଦିନ ସାନଭାଇଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ଶୁଭ୍ରାଂଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସୁଥିଲା। ଏହା ଦେଖି ଡାକ୍ତରଙ୍କ […]
ଆସନ୍ତା ମାସରୁ ବିଧାନସଭା ଅଧିବେଶନ । ଫେବୃଆରୀ ୫ରୁ ଆରମ୍ଭ ହୋଇ ୧୩ ଯାଏଁ ଚାଲିବ ବିଧାନସଭା ଅଧିବେଶନ୍ । ଏହି ଅଧିବେଶନରେ କାମଚଳା ବଜେଟ ଆଗତ ହେବ ।୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ୮ରେ ବଜେଟ୍ ଉପସ୍ଥାପନ କରାଯିବ।ତେବେ ଏହି ଅଧିବେଶନଟି ଉଭୟ ଶାସକ ଏବଂ ବିରୋଧୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଗକୁ ନିର୍ବାଚନ ଥିବାରୁ ଉଭୟ ଉଭୟଙ୍କୁ ବିଧାନସଭାରେ ଘେରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ଶେଷରେ ଅଧିବେଶନ ଶେଷ ଦିନ ସମସ୍ତ […]
ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ପରିବେଶ। ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଅଧା ଦିନ ଅର୍ଥାତ ‘ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଓଡିଶା ସରକାର। ସୂଚନା ମୁତାବକ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ଜାନୁଆରୀ ୨୨ ରେ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ତଥା ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ଅଧା ଦିନ […]
ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଜଗନାଥ ଏକ୍ସପ୍ରେସ୍ ବସ୍ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ଦେଇ ପୁରୀକୁ ଶୀତତାପ ନିୟନ୍ତ୍ରିତ ବସ୍ ଚାଲିବ। ଏହି ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ।| ଯାତ୍ରୀମାନେ ପୁରୀକୁ ଆରାମଦାୟକ ଯାତାୟତ କରିବାର ସୁବିଧା ପାଇବେ । ତାହା ପୁଣି ସୁଲଭ ମୂଲ୍ୟରେ । ଆସନ୍ତା ୨୨ ତାରିଖରୁ ରାଜ୍ୟର ବିଭିନ୍ନ କୋଣ […]
ଢେଙ୍କାନାଳ କମଳାଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ଡୁବୁରି ଅଞ୍ଚଳରୁ ଏକ କୋଇଲା ଟ୍ରେନ୍ ତାଳଚେର ଆସୁଥିବା ବେଳେ କମଳାଙ୍ଗ ଷ୍ଟେସନରୁ କିଛି ଦୂର ଅତିକ୍ରମ କରିବା ପରେ ଲାଇନଚ୍ୟୁତ ହୋଇଥିଲା । ଇଞ୍ଜିନ ସହିତ ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି ।ଡୁବୁରୀରୁ ବୁଢ଼ାପଙ୍କ ଦେଇ ତାଳଚେର ଅଭିମୁଖେ ଏହି ମାଲବାହୀ ଟ୍ରେନ୍ଟି ଯାଉଥିବା ବେଳେ ଲାଇନ୍ଚ୍ୟୁତ ହୋଇଛି । ତେବେ ଏହି ଲାଇନ୍ଚ୍ୟୁତ ଯୋଗୁଁ ସେପରି କିଛି ବଡ଼ ଧରଣର କ୍ଷୟକ୍ଷତି ଘଟିନଥିବା […]
