ଏକଦିବସୀୟରୁ ଅବସର ଘୋଷଣା କଲେ ଏହି ଖେଳାଳି

ନୂଆବର୍ଷରେ ଅବସର ନେଲେ ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟର । ଟେଷ୍ଟ ପରେ ଦିନିକିଆକୁ ସନ୍ୟାସ ନେଇଛନ୍ତି ଓପନର ବ୍ୟାଟର ଡେଭିଡ୍ ଓ୍ବାର୍ଣ୍ଣର। ବିଶ୍ବକପରେ ଅବସର ନେଇ ଘୋଷଣା କରିଥିଲେ ମଧ୍ୟ କେବେ ନେବେ ସ୍ପଷ୍ଟ କରି ନଥିଲେ,ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ନର କହିଛନ୍ତି।ଜାନୁଆରୀ ୩ ରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବା ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ। […]

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦାନ କରି ପଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚେସ ଆସୋସିଏସନ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, କେସି […]