ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ କାରଣରୁ ଏହି ଫିଲ୍ମଟି ଅନେକ ଥର ସ୍ଥଗିତ ରଖାଯାଇଛି। ଏବେ ଫିଲ୍ମର କିଛି ଦୃଶ୍ୟ ଅନଲାଇନରେ ଲିକ ହୋଇଛି। ଏହା ନିର୍ମାତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପାଇରେସି ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।ପ୍ରଥମେ ସୋସିଆଲ ମିଡିଆରେ ଫିଲ୍ମର ଟାଇଟଲ୍ କ୍ରେଡିଟ୍ସ, […]
ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି। ରିଲିଜ୍ ହୋଇଛି ରାମାୟଣ ଟିଜର । ଟିଜରରେ ରଣବୀର କପୁରଙ୍କର ଚମତ୍କାର ଅବତାର ଦେଖିବାକୁ ମିଳିଛି। ନିତେଶ ତିୱାରୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ରାମାୟଣ’ ଫିଲ୍ମ ‘ଲଡ୍ ଅଫ୍ ଦ ରିଙ୍ଗ୍ସ’ ଏବଂ ‘ଅବତାର’ ଭଳି ଦମଦାର ଫିଲ୍ମଗୁଡିକ ସହିତ କଡ଼ା ଟକ୍କର ଦେବାରେ ଲାଗିଛି । ନମିତ ମଲହୋତ୍ରାଙ୍କ ମହତ୍ତ୍ବାକାଂକ୍ଷୀ ଭିଜନ ସହିତ ଏହି ମହାକାବ୍ୟକୁ ୨ଟି ଭାଗରେ ରିଲିଜ୍ କରାଯିବ । ଯାହାର ବଜେଟ୍ ୪୦୦ କୋଟି ହେବ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଅନ୍ତିମ ଦିବସରେ ‘ଚମତ୍କାର ନାଟ୍ୟାନୁଷ୍ଠାନ’, ନୟାଗଡ଼ ପକ୍ଷରୁ ଜୀବନ ଓ ଅନ୍ଧବିଶ୍ୱାସର ନାଟକ ‘ଡାଆଣି ’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଆଦିବାସୀ ପରମ୍ପରା ଓ ସେମାନଙ୍କ ଜୀବନଶୈଳୀକୁ ଆଧାର କରି ନିର୍ମିତ ଏହି ନାଟକଟି ସମାଜରେ ପ୍ରଚଳିତ କୁସଂସ୍କାର ବିରୁଦ୍ଧରେ ଏକ ଶାଣିତ ସ୍ୱର ଉତ୍ତୋଳନ କରିଛି। ନାଟକଟି ଆଦିବାସୀ ସମାଜର ସରଳତା ଏବଂ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନାଟ୍ୟଧାରା ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୬ଷ୍ଠ ଦିବସରେ ‘ସୂର, ସମ୍ବଲପୁର’ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ସମ୍ବଲପୁରୀ ନାଟକ ‘ସମୁଦ୍ର’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଡକ୍ଟର ପ୍ରସନ୍ନ କୁମାର ସାହୁଙ୍କ ଲିଖିତ ଏହି ନାଟକଟି ନିଜର ନିଆରା କଥାବସ୍ତୁ ଓ ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି।ନାଟକର କାହାଣୀ ଜଣେ ଜଙ୍ଗଲୀ ଯୁବକ ‘କମ୍ବୁ’ ଓ ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୫ମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଇନ୍ଦ୍ରଜାଲ’। ସମୁଦ୍ରକୂଳର ଏକ କ୍ଷୁଦ୍ର ମତ୍ସ୍ୟଜୀବୀ ପଲ୍ଲୀରୁ ରୁଷିଆର ବରଫାବୃତ ସହର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଅନନ୍ୟ ପ୍ରେମ କାହାଣୀକୁ ନେଇ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅଭିନୀତ ହୋଇଯାଇଛି ଏହି ହୃଦୟସ୍ପର୍ଶୀ ତଥା ରୋମାଞ୍ଚଭରା ପ୍ରେମ ପ୍ରଣୟ ନାଟକ। ବିଶିଷ୍ଟ ନାଟ୍ୟକାର ଦୀପିକା ଦାସଙ୍କ ଦ୍ୱାରା ରଚିତ ଏହି ନାଟକକୁ ନିପୁଣତାର ସହ ପରିକଳ୍ପନା ଓ ନିର୍ଦ୍ଦେଶନା […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏକ ମର୍ମସ୍ପର୍ଶୀ ନାଟକ ‘ବଧୂ ବିଦାୟ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ଦ୍ୱାରା ପରିବେଷିତ ଏହି ନାଟକଟି ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ସାମାଜିକ ଚେତନାର ବାର୍ତ୍ତାନାଟକଟିର ମୂଳ କଥାବସ୍ତୁ ସମାଜରେ ଝିଅ ଓ ବୋହୂ ମଧ୍ୟରେ ଥିବା ପ୍ରଭେଦ […]
ଅପ୍କମିଙ୍ଗ ବଲିଉଡ୍ ଫିଲ୍ମ ‘କେଡି: ଦ ଡେଭିଲ୍’ର ଗୀତ ‘ସର୍କେ ଚୁନର୍ ତେରୀ ସର୍କେ’କୁ ନେଇ ବିବାଦ ତେଜିଛି । ଗୀତରେ ନୋରା ଫତେହି ଓ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି । ବ୍ୟାପକ ବିରୋଧ ଓ ସମାଲୋଚନା ପରେ ନିର୍ମାତା ଏହାର ହିନ୍ଦୀ ଭର୍ସନକୁ YouTubeରୁ ଆନୁଷ୍ଠାନିକ ଭାବେ ହଟାଇ ଦେଇଛନ୍ତି ।କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏପର୍ଯ୍ୟନ୍ତ ସୁଦ୍ଧା ମଧ୍ୟ ଏହି ଗୀତଟି ଅନ୍ୟାନ୍ୟ ଭାଷାରେ ଶୁଣିବାକୁ ମିଳୁଛି । ଏହାର ତାଲିମ, ତେଲୁଗୁ, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ହୃଦୟକୁ ବାନ୍ଧି ରଖିଥିଲା ବାରିପଦା ‘ନୂପୁର’ ନାଟ୍ୟାନୁଷ୍ଠାନର ଲୋକପ୍ରିୟ ନାଟକ ‘ଚକ୍ରବ୍ୟୁହ’। ଡଃ କୁମରମଣି ନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକ ମଣିଷ ଜୀବନର ଭାଗ୍ୟ, ଜ୍ୟୋତିଷ ଶାସ୍ତ୍ର ଏବଂ ଅଦୃଶ୍ୟ ନିୟତିର ଖେଳକୁ ନେଇ ବେଶ ଗତିଶୀଳ।କଣ ଏହି ‘ଚକ୍ରବ୍ୟୂହ’? ମଣିଷ ଯେତେବେଳେ ଦୁଃଖ ଓ ଅଶାନ୍ତିରେ ଘାଣ୍ଟି ହୁଏ, ସେ ଭାଗ୍ୟକୁ ପରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସାହାରା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା କାଲି ଠାରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ମଞ୍ଚସ୍ଥ ହେବାକୁ ଯାଉଛି । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ଏହି ନାଟକ ମହୋତ୍ସବ ଆୟୋଜନ କରୁଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡ଼ିଶାର ସର୍ବ ଜନାଦୃତ ସର୍ବ ପ୍ରଥମ ରାଜନୈତିକ ହାସ୍ୟ ବ୍ୟଙ୍ଗ କାର୍ଯ୍ୟକ୍ରମ ଦି ଗ୍ରେଟ ଓଡ଼ିଶା ପଲି୍ଟିକାଲ ସର୍କସର ଅଭିନେତା ତଥା ବ୍ୟଙ୍ଗ କବି ରବୀନ୍ଦ୍ର ରାଉତଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଠାରେ “ଇନ୍ଦୋର ପ୍ରବାସୀ ଓଡ଼ିଆ ସମାଜ ” ଦ୍ୱାରା ଉତ୍କଳ ଦିବସ ଅବସରରେ “ଓଡ଼ିଆ ଗୌରବ ୨୦୨୬” ସମ୍ମାନ ଏପ୍ରିଲ ୫ ତାରିଖରେ ସମ୍ମାନୀତ କରିବା ପାଇଁ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଅଛି। ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ଏହା ପୂର୍ବରୁ ରାଜ୍ୟ ବାହାରେ ମୁମ୍ବାଇ ଓ […]
ସୁପରଷ୍ଟାର୍ ଥାଲାପତି ବିଜୟଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ଥାଲାପତିଙ୍କ ସିନେମା ‘ଜନ ନାୟାଗନ’ ଜାନୁଆରିରେ ରିଲିଜ୍ ହେବାର ଥିଲା କିନ୍ତୁ ବିବାଦ କାରଣରୁ ସିନେମାଟି ଅଧାରେ ଅଛି । ହେଲେ ଏବେ ଖବର ଆସୁଛି ଯେ ବିଜୟଙ୍କ ପତ୍ନୀ ତାଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରିଛନ୍ତି । ୨୭ ବର୍ଷର ଲମ୍ବା ସଂପର୍କ ପରେ ବିଜୟଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଛନ୍ତି ପତ୍ନୀ ସଙ୍ଗୀତା । ପ୍ରକୃତରେ, ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ […]
ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ଦେବରକୋଣ୍ଡାଙ୍କ ପିତାମାତାଙ୍କୁ ଏକ ଚିଠିରେ ସମ୍ବୋଧିତ କରିଛନ୍ତି । ସେ ଲେଖିଛନ୍ତି, “ଶ୍ରୀମତୀ ମାଧବୀ ଏବଂ ଶ୍ରୀ ଗୋବର୍ଦ୍ଧନ ରାଓ ଦେବରକୋଣ୍ଡା […]
