ବାଉଁଶର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେପ୍ଟେମ୍ବର ୧୮ରେ ‘ବିଶ୍ୱ ବାଉଁଶ ଦିବସ’ ପାଳନ କରାଯାଏ । ବାଉଁଶ ହେଉଛି ଏକ ନିଆରା ଘାସ ଜାତୀୟ ଉଦ୍ଭିଦ ଯାହା ଶୀଘ୍ର ବଢିଥାଏ ଏବଂ ଅନେକ ଉପାୟରେ ବ୍ୟବହାର କରାଯାଇପାରେ । ଏହା କେବଳ ଶକ୍ତିଶାଳୀ ଏବଂ ବହୁମୁଖୀ ନୁହେଁ, ଏହା ମଧ୍ୟ ଜଳବାୟୁ ସ୍ଥିର ଏବଂ ପରିବେଶ ଅନୁକୂଳ ଅଟେ । ସମଗ୍ର ବିଶ୍ୱରେ ୧,୫୦୦ରୁ ଅଧିକ ଜାତିର ବାଉଁଶ ଅଛି । ବାଉଁଶ […]
୧୮୬୬ ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା।ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ପ୍ରଥମେ ଏହା ସାପ୍ତାହିକ ଏବଂ ପରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା | ନଅଙ୍କ ଦୁର୍ଭିକ୍ଷର ପଞ୍ଝାରେ ପଡ଼ି ଗୋଟିଏ ପଟେ ଭୋକରେ ଆଉଟୁପାଉଟୁ ହେଉଥିବା କଙ୍କାଳ ଶରୀର ଏବଂ ସେପଟେ ଇଂରେଜ ଶାସନରେ ରହି ପରାଧୀନ ଓ ମୃତ ପ୍ରାୟ ଏ ଜାତିର ପିଣ୍ଡରେ ପ୍ରାଣ ଭରିଥିଲା ‘ଉତ୍କଳ ଦୀପିକା’, ଇଂରେଜ ସରକାରଙ୍କ […]
ଊନବିଂଶ ଶତାବ୍ଦୀର ସତୁରି ଦଶକରେ ବହୁବିଧ ପଦକ୍ଷେପ ସତ୍ତ୍ୱେ ବାଘ ସଂଖ୍ୟାରେ ଦ୍ରୁତହ୍ରାସ ବିଶ୍ୱବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଫଳରେ ଏହି ବିଲୁପ୍ତପ୍ରାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ୨୦୧୦ରେ ରୁଷିଆର ବନ୍ଦରନଗରୀ ସେଣ୍ଟପିଟର୍ସବର୍ଗରେ ଆୟୋଜିତ ବ୍ୟାଘ୍ର ସମ୍ମେଳନରେ ବାଘ ବଂଶର ସୁରକ୍ଷା ଲାଗି ନୀତିଗତ ନିଷ୍ପତ୍ତି ହୋଇଥିଲା। ୨୦୨୨ ସୁଦ୍ଧା ବାଘବହୁଳ ରାଷ୍ଟ୍ରରେ ବ୍ୟାଘ୍ରସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଏଠାରେ ସହମତି ପ୍ରକାଶ ପାଇଥିଲା। ଏଥିସହ ପ୍ରତିବର୍ଷ ଜୁଲାଇ ୨୯କୁ […]
ସୋମବାର ବିଶ୍ୱ ସିମ୍ପାଞ୍ଜି ଦିବସ । ସିମ୍ପାଞ୍ଜିମାନଙ୍କ ସୁରକ୍ଷା, ବଂଶ ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଉଛି ।ପ୍ରତିବର୍ଷ ଜୁଲାଇ ୧୪ରେ ଆୟୋଜିତ ହେଉଥିବା, ଏହି ଦିବସ ୧୯୬୯ରେ ତାଞ୍ଜାନିଆର ଗୋମ୍ବେ ଷ୍ଟ୍ରିମ୍ ନ୍ୟାସ୍ନାଲ୍ ପାର୍କରେ ଜେନ ଗୁଡାଲଙ୍କ ପ୍ରଥମ ଗବେଷଣାର ବାର୍ଷିକୀ ଭାବେ ପାଳନ କରାଯାଏ – ଏକ ଗବେଷଣା ଯାହା ସିମ୍ପାଞ୍ଜି ବିଷୟରେ ଆମର ବୁଝାମଣାକୁ ପରିବର୍ତ୍ତନ କରିଥିଲା ଏବଂ ମଣିଷ ସହିତ ସେମାନଙ୍କର ଗଭୀର ସଂଯୋଗକୁ ସୂଚିତ କରିଥିଲା । ଲୋକପ୍ରିୟ […]
ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ବତ ସାଧକ ତଥା ସଂଗ୍ରାହକ ଦାଶରଥି ପଟ୍ଟନାୟକ ୧୯୦୭ରେ ଜନ୍ମ ଗ୍ରହଣ କରି ୧୯୯୭ ସେପ୍ଟେମ୍ବର ପରଲୋକ ହୋଇଥିଲା। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ମଫସଲିଆ ଗାଁ ଉଦୟପୁରରେ ଜନ୍ମ ଗ୍ରହଣ କରିଥିବା ଦାଶରଥିଙ୍କୁ ଦଶ ପଇସାର ରାଜା ଦାସିଆ ଅଜା ବୋଲି ସାରା ଓଡ଼ିଶାରେ ପୁରପଲ୍ଲୀରେ ପରିଚିତ। ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚତୁର୍ଥ ଶ୍ରେଣୀ ଥିଲା ତାଙ୍କର ପାଠପଢ଼ା। ପ୍ରାରମ୍ଭିକ […]
ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, କନକ ନ୍ୟୁଜର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, DSS ଶରତ […]
ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅବସର ନେଉଥିବା ଶିକ୍ଷକ ତଥା ବିଭାଗୀୟ କର୍ମଚାରୀଙ୍କୁ ଅବସର ଦିନ ସଂପୂର୍ଣ୍ଣ ପେନସନ ସହ ଗ୍ରାଚ୍ୟୁୟିଟି,କମ୍ୟୁଟେସନ ଆଦି ପ୍ରଦାନ କରାଯିବା ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ ଅଟେ। ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ନିଜେ ଉପସ୍ଥିତ […]
ଭୁବନେଶ୍ୱର, (ଓଡିଶା ଦର୍ପଣ): ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ “ଓଡ଼ିଶା ପତ୍ରକାର ସଂଘ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୦୨୫-୨୮ ବର୍ଷ ପାଇଁ ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ରବିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦକ ଓ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଥମେ ସଂଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାପରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ବିଶେଷକରି […]
ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।ମନୁଷ୍ୟ ଶରୀରରେ ରକ୍ତର ଆବଶ୍ୟକତା କେତେ ରହିଛି ତାହା କହିବା ଅନାବଶ୍ୟକ। ବିଶେଷଭାବରେ ଗୁରୁତର ଦୁର୍ଘଟଣାର ଶିକାର ହୋଇଥିବା କିମ୍ବା ଅପରେଶନ ସମୟ ବ୍ୟତୀତ ଆହୁରି କେତେକ ସ୍ଥଳରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ବ୍ଲଡ ଗ୍ରୁପ୍ ଅନୁସାରେ ଯୋଗାଡ କରାଯାଇଥିବା ରକ୍ତ ତାଙ୍କୁ ଯୋଗାଇ ଦିଆଯାଏ। […]
ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରୁଛନ୍ତି ପହିଲି ରଜ ।ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ। ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ। ପହିଲି ରଜକୁ ରାଜ୍ୟର […]
ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଦାରୁ ଦିଅଁ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ନୀତି । ଜ୍ଵରରେ ଆକ୍ରାନ୍ତ ଦାରୁଦିଅଁଙ୍କ ପାରମ୍ପାରିକ ଉପଚାର ଆରମ୍ଭ କରିଛନ୍ତି ଦଇତାପତି ସେବକ ।ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ବରରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ୟ ସ୍ନାନଯାତ୍ରା ପରେ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ବର ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡିରେ ଠାକୁରଙ୍କୁ ଅବସ୍ଥାନ […]
ପ୍ରତିବର୍ଷ ଜୁନ ୧୨ରେ ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ପାଳନ କରାଯାଏ । ଏହା ସାରା ବିଶ୍ବରେ ଶିଶୁ ଶ୍ରମିକଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ । ‘ଶିଶୁ ଶ୍ରମ’ ଶବ୍ଦଟି ପ୍ରାୟତଃ କାମ ଭାବରେ ବିବେଚିତ ହୋଇଥାଏ । ଅର୍ଥାତ ଏହା ପିଲାଙ୍କୁ ସେମାନଙ୍କ ପିଲାଦିନରୁ ବଞ୍ଚିତ କରିଥାଏ । ଆଜିର ଶିଶୁ କାଲିର ନାଗରିକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠପଢ଼ା ପାଇଁ ବଡ ବଡ ଯୋଜନା କରାଯାଉଛି। ମାତ୍ର […]