ପାଣି ଟାଙ୍କି ଉପରେ ଚଢ଼ି ଜଣେ ବ୍ୟକ୍ତି ଆତ୍ମହତ୍ୟା ଧମକ

ଭବାନୀପାଟଣା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତରେ ଅଭାବନୀୟ ଘଟଣା ଘଟିଛି। କଁସିଲ ଗାଁ ପାଣି ଟାଙ୍କି ଉପରେ ଚଢ଼ି ଜଣେ ବ୍ୟକ୍ତି ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ନବରଙ୍ଗପୁର ଜିଲ୍ଲାର କୁମାର ଗୁଡା ଗାଁର ମହେଶ ହୋଇଥିବା ବେଳେ ତାଙ୍କ ବୟସ ୨୮ ବର୍ଷ ମଧ୍ୟରେ ହେବ । ମହେଶ କୁମାର ନାମକ ଜଣେ ବ୍ୟକ୍ତି ଗଜବାହାଲ୍ ପଂଚାୟତରେ ପାନୀୟଜଳ ପାଇପ ସଂଯୋଗ କାର୍ଯ୍ୟ କରୁଥିଲେ। କୌଣସି କାରଣ ରୁ ସେ ହଠାତ […]

ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷରେ ଦେହାନ୍ତ

ସ୍ୱାଧୀନତା ସଂଗ୍ରାମୀ ତଥା ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି ନୀଳମଣି ସାମଲ ୧୦୨ ବର୍ଷ ବୟସରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ବ୍ରେନଷ୍ଟ୍ରୋକ୍ ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।ଶତାୟୁ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଘର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳରେ । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା ।ଖବର ଅନୁଯାୟୀ ସାମଲଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ […]

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ନେଇଗଲା ଜଣଙ୍କ ଜୀବନ ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡର ସାଂସଦ ଜୁଆଲ ଓରାମଙ୍କ କାରରେ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସାଂସଦ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବାବେଳେ ଢେଙ୍କାନାଳର ରେକୁଲା ଛକରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ଧନକାନାଲର ସର୍ବେଶ୍ୱର ଚୌଧୁରୀ ବୋଲି ଜଣାପଡିଛି।ଗୁରୁତର ଅବସ୍ଥାରେ ଜୁଏଲ ନିଜ ପାଇଲଟିଂ ଗାଡିରେ ସର୍ବେଶ୍ୱରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସର୍ବେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ ।ଦୁର୍ଘଟଣା ସମ୍ପର୍କରେ ସାଂସଦ ଜୁଆଲ ଓରାମ କହିଛନ୍ତି, […]

ଆସନ୍ତା ୭ ଦିନ ଯାଏଁ ପାଗ ଶୁଖିଲା କିନ୍ତୁ ବିଭିନ୍ନ ଜିଲ୍ଲାରେ ଶୀତ ସହ ଘନକୁହୁଡି

କିଛି ଦିନର ବର୍ଷା ପରେ ପାଣିପାଗରେ ପରିବର୍ତ୍ତନ ହୋଇଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି।ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡି କରିବ କଲବଲ । ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ପବନ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ | ସେହିଭଳି […]

ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ

ଲୋକକଳା ଜରିଆରେ ବିକାଶମୂଳକ କାର୍ଯ୍ୟର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହା ଅଧୀନରେ ୧୦ଟି ବିଭାଗର ୧୫ଟି ଯୋଜନାର ପ୍ରଚାର, ପ୍ରସାର କରାଯିବ। ଏକ ମାସ ଧରି ରାଜ୍ଯର ସବୁ ଗାଁରେ ୨ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହେବ।  ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି। ଲୋକ କଳାକାରମାନଙ୍କ ଜରିଆରେ ସୂଚନା, ଶିକ୍ଷା ଓ ସଂଚାର […]

୭୫ତମ ସାଧାରଣତନ୍ତ୍ର ଦିବସ ରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ଭୁବନେଶ୍ୱରର ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପରେଡ୍ ।ଏଥର ପରେଡରେ ଆଇପିଏସ୍‌ ଅଫିସର ଏ.ବି. ଶିଳ୍ପା ନେତୃତ୍ୱ ନେଇଛନ୍ତି। ପରେଡ଼ରେ ମୋଟ୍‌ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ଏଥିରେ ଆଇଟିବିପି, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌, ଓଡ଼ିଶା ହୋମ୍‌ଗାର୍ଡ, ଆର୍‌ପିଏଫ୍‌, ସୈନିକ […]

ସଂଜୀବ ପଣ୍ଡା ହେଲେ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର

ଆଇଏଏସ ପରେ ଆଇପିଏସ ଏବଂ ବରିଷ୍ଠ ଓପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରାଯାଇଛି। କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ସଂଜୀବ ପଣ୍ଡା। ଏବେ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୋଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ସେହିପରି କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଥିଲା ବେଳେ ପୁରୀ ଏସ୍‌ପି ଥିବା କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଦାୟିତ୍ୱ ମିଳିଛି।ହି ପରି […]

ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ରାଜ୍ୟର କିଛି ଜିଲ୍ଲରେ ବର୍ଷା ସହ କୋହଲା ପାଗ ବି ରହିବ । ଆଉ ଶେଷରେ ୨୬ ତାରିଖରୁ ବଦଳିବ ପାଗ । ଏମିତିକି ଆଗାମୀ ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିପାରେ ରାତି ତାପମାତ୍ରା ।ଘନ କୁହୁଡ଼ି ନେଇ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଦେଇଛି | କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି,ବଲାଙ୍ଗିର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, […]

୬ ଜିଲ୍ଲାରେ ୨୮୬ଟି ରୂପାନ୍ତରିତ ହାଇସ୍କୁଲ ହେଲେ ଲୋକାର୍ପିତ

ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ି ସାଳକୁ ଓଡ଼ିଆ ବିଶ୍ୱବିଦ୍ୟଳୟ ରୂପରେ ଓଡ଼ିଶା ବାସୀଙ୍କୁ ଭେଟିଦେଲେ ରାଜ୍ୟ ସରକାର । ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହୋଇଛି । ପ୍ରାୟ ୯ ଏକର ଜାଗାରେ ଏହି ଓଡିଆ ବିଶ୍ବ ବିଦ୍ୟାଳୟ ନିର୍ମାଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଓଡିଆ ବିଶ୍ବବିଦ୍ୟାଳୟର ନୂତନ ସୌଧ […]

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲାପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିଥିଲେ। ଏଥିସହିତ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ମଧ୍ୟ ପ୍ରଦକ୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ମାର୍ଗ ପ୍ରଦକ୍ଷଣ କରି ବେଶ୍ ଆନନ୍ଦିତ ହୋଇଛନ୍ତି । ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ନିକଟକୁ ଆସି ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିକ୍ରମା […]

ମାଆ ମୁଁ ବର୍ଷା, ତୋ ଉପରେ ବହୁ ଆଶା ଅଛି ।ଶୁଣିଛି ତୁ ସମସ୍ତଙ୍କ ଦୁଃଖ ହରିଥାଉ ।

ମାଆ ମୁଁ ବର୍ଷା, ତୋ ଉପରେ ବହୁ ଆଶା ଅଛି ।ଶୁଣିଛି ତୁ ସମସ୍ତଙ୍କ ଦୁଃଖ ହରିଥାଉ । ବାସ୍ କାହ୍ନାକୁ ମୋର୍ କରିଦେ । ତୋ ପାଖକୁ ଚିଠି ଲେଖି ଜଣାଉଛି, କାରଣ କାହ୍ନା ମୋ ମନର ମଣିଷ । ମନସ୍କାମନା ପୂରଣ ହେଲେ ସାଙ୍ଗ ହୋଇ ଆସିବୁ, ଦର୍ଶନ କରିବୁ । ମାଆ ମୋ ମନ କଥା ବୁଝେ, ମୋ ଦୁଃଖ ଶୁଣେ ।ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ, ସେ ତାଙ୍କ ପ୍ରେମିକ […]

ତିନି କଂଗ୍ରେସ ନେତାଙ୍କ ଘର ବାହୁଡା ହେଲା

ତିନି କଂଗ୍ରେସ ନେତାଙ୍କ ଉପରୁ ହଟିଲା ଦଳୀୟ ନିଲମ୍ବନ । ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ଉଠିଛି । ପିସିସି ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି ।ସୋମବାର କଂଗ୍ରେସରୁ ନିଲମ୍ବିତ ତିନି ନେତା ଓ ଅଜୟ କୁମାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ତିନି ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ମଙ୍ଗଳବାର ଏହି ୩ ନେତାଙ୍କର ଘର […]