ସ୍ୱାଧୀନତା ସଂଗ୍ରାମୀ ଓ ଆଜାଦ୍ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ । ଏଥିପାଇଁ ଭୋର ୪ଟାରୁ ନେତାଜୀଙ୍କ ଜନ୍ମଗୃହକୁ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଖୋଲାଯାଇଛି । ସମସ୍ତ ଗ୍ୟାଲେରୀ ସକାଳ ୬ଟାରୁ ଖୋଲିବ ଯାହା ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର କୋଠାକୁ ଆର୍କିଟେକ୍ଟରାଲ ଇଲ୍ୟୁମିନେସନରେ ଆଲୋକୀକରଣ କରାଯାଇଛି। ଏଥର ନୂଆ କରି ସଂଗ୍ରହାଳୟରେ ନେତାଜୀଙ୍କ ବାଲ୍ୟ ଜୀବନୀ ଗ୍ୟାଲେରୀରେ ସ୍ଥାନ ପାଇବାକୁ ଯାଉଛି ଷ୍ଟୁଆଟ୍ସ […]
ରାଜ୍ୟ ସରକାର ସୋମବାର ଆଇଏଏସ୍ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି। ତେମ୍ଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସଚିବ । ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍ଡିସି । ସେହିଭଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ବଦଳି କରାଯାଇଛି । ରଞ୍ଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍ଡିସି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ବରେ ରହିବେ ।ସେହିପରି କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ହେଲେ ମୟୁରଭଞ୍ଜ […]
ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେଉଛି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଯୋଧ୍ୟାରେ ବାଲୁକା କଳାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ନିର୍ମାଣ କରିଛନ୍ତି। ତେବେ ଅଯୋଧ୍ୟାର ରାମକଥା ପାର୍କରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ରାମମନ୍ଦିରର ଉଚ୍ଚତା ୨୩ ଫୁଟ୍ ଥିବାବେଳେ ଲମ୍ବ ୫୫ ଓ ଓସାର ୩୫ ଫୁଟ୍ ରହିଛି। ୫୦୦ ବର୍ଷ ଧରି ପ୍ରଭୁଙ୍କ ଆଗମନ ପାଇଁ କରାଯାଇଥିବା ପ୍ରତୀକ୍ଷାର […]
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବଡ଼ ଆକ୍ସନ। ୨ ଅଫିସର ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ । ଘଟଣାର ତଦନ୍ତ ରିପୋର୍ଟ ପରେ ଆକ୍ସନ ନେଇଛି ରେଳ ବିଭାଗ।ତ ୨୦୨୩ ଜୁନ୍ ୨ ତାରିଖରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, ଷ୍ଟେସନ ସୁପରିଟେଣ୍ଡେଣ୍ଟ […]
ଆସନ୍ତା ୨୩ ତାରିଖ ଯାଏ ରାଜ୍ୟରେ ଘନ କୁହୁଡ଼ି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ଘନ କୁହୁଡ଼ି ଯୋଗୁ ଯାତାୟତ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଜ୍ୟର କେତେକ ଅଞ୍ଚଳରେ ବୁଧବାରଠାରୁ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ସେହିଭଳି ଉତ୍ତର ଉପକୂଳ ଓଡ଼ିଶାର […]
କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗୁଳି ଛକରେ ଏକ ଟ୍ରକ ରାସ୍ତାକଡରେ ଛିଡା ହୋଇଥିବାବେଳେ ସୁଧାକର ବସନ୍ତଙ୍କ କାରଟି ଆସି ପିଟି ହୋଇଯାଇଛି। କାରଟି ଚଣ୍ଡୀଖୋଲ ପଟୁ କଟକ ଆଡକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।ଦୁଇ ଜଣଙ୍କୁ ଚିକିତ୍ସା ପାଇଁ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ବହୁଳ ଭାବେ ଉପକୃତ ହେବେ । ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ଆସିବ ସୁଧାର । ଏହାସହ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ । ଏହି ପ୍ରକଳ୍ପ ସବୁ ଭୂତଳ ଜଳସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ ବୋଲି […]
୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।ମୟୂରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୩ଟି ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ୩୩, ରାୟଗଡ଼ାର ୬୦ ଓ ବଲାଙ୍ଗୀରର ୧୦୦ଟି ରୂପାନ୍ତରୀତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ସ୍କୁଲ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ […]
ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ ଫେବ୍ରୁଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି 5-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ୍।ଫେବୃଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜନତା ମଇଦାନ, ଭୁବନେଶ୍ବର ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି। ଅକ୍ଷର ଭୂମିକୁ […]
ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଥିଲେ ପୂର୍ବତନ ବିଧାୟକ । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।ସେ ଶନିବାର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଦୀର୍ଘ ଦିନ ହେଲା ସେ ବିଭିନ୍ନ ଜଟିଳ ରୋଗରେ ପୀଡିତ ଥିଲେ। ଜୟ ନାରାୟଣ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୧୯୪୮ ମସିହାରେ ଜୟନାରାୟଣ ମହାନ୍ତି ଜନ୍ମଗ୍ରହଣ କରିଥିଲେ। ପରେ ସେ ରାଜନୀତିରେ […]
ଶନିବାର ସକାଳ ୬ଟାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି। ମୋଟ୍ ୧୮ଟି ଟିମ୍ ଚିଲିକାରେ ଗଣନା କରୁଛନ୍ତି। ଚିଲିକାକୁ ୪ଟି ଅଞ୍ଚଳରେ ବିଭକ୍ତ କରାଯାଇ ଗଣନା ଚାଲିଛି।ପ୍ରତି ଟିମରେ ୫ରୁ ୬ ଜଣ ସଦସ୍ୟଙ୍କ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି । ବାଲୁଗାଁ, ବଡ଼କୂଳରେ ୧୦ ଟିମ୍ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ଜିପିଏସ ଓ ବାଇନା କୁଲାର ଜରିଆରେ ଡଲଫିନ୍ ଗଣନା […]
ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ତଥା ବ୍ରହ୍ମପୁରର ପୂର୍ବତନ ବିଜେପି ସାଂସଦ ଅନାଦି ସାହୁଙ୍କ ପରଲୋକ। କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ପୋଲିସ ସେବାର ବିଭିନ୍ନ ମେଡାଲ […]
