କେନ୍ଦ୍ରାପଡ଼ାରେ ଜାନୁଆରୀ ୧୭ ଓ ୨୨ରେ ବନ୍ଦ ରହିବ ମଦ ବିକ୍ରି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଏବଂ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ରହିବ ଜିଲ୍ଲାର ସବୁ ମଦ ଦୋକାନ। ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ। ତେବେ ଜାନୁଆରୀ ୧୭ ଓ ୨୨ରେ ଜିଲାରେ ମଦ ବିକ୍ରି ବନ୍ଦ।ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡ଼ି, ଦେଶୀ ମଦ ଦୋକାନ ବନ୍ଦ ରହିବ। ବିଭିନ୍ନ ସ୍ଥାନରେ ଭିଡ଼ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି […]

ବଢିଲା ବିଏସକେଓ୍ବାଇ ନବୀନ କାର୍ଡ ପଞ୍ଜୀକରଣ ସମୟ

ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନରେ ଦୃତ ଅଗ୍ରଗତି ହୋଇଛି । ଜାନୁଆରୀ ୧୬ ତାରିଖ ଅପରାହ୍ନ ୨ଟା ସୁଦ୍ଧା ୩.୪୬ ଲକ୍ଷରୁ ଉର୍ଦ୍ଧ୍ବ ଦରଖାସ୍ତ ପଞ୍ଜୀକୃତ ହୋଇଛି ।ତେବେ ଆବେଦନ ଅବଧି ତାରିଖ ବଢ଼ିଛି। ମଙ୍ଗଳବାର ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତ। ଫଳରେ ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ (BSKY) କାର୍ଡ ପାଇଁ ଆବେଦନ କରିପାରିବେ। ବିଏସକେୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ପରିବାରମାନେ […]

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ମାମଲା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦରେ ନିର୍ଦ୍ଧିଷ୍ଟ ତଥ୍ୟ ପ୍ରମାଣ କ’ଣ ରଖିଛ ଦିଅ,ମାମଲାର ଶୁଣାଣିକୁ ୨ ସପ୍ତାହ ଯାଏ ସ୍ଥଗିତ ରଖିଥିବା ଜଣାଯାଇଛି। ଆବେଦନକାରୀ ଭାରତୀୟ ବିକାଶ ପରିଷଦ ଓ ଜଗନ୍ନାଥ ସେନା ସେମାନଙ୍କ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ନକଲେ ଆବେଦନକୁ ଖାରଜ କରିଦେବା ନିମନ୍ତେ ହାଇକୋର୍ଟ ଚେତାବନୀ ଦେଇଛନ୍ତି।ଏଥିରେ ବ୍ୟତିକ୍ରମ ହେଲେ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ସହିତ ଦାୟର ମାମଲାକୁ ଖାରଜ କରିବା ଲାଗି ମଧ୍ୟ ହାଇକୋର୍ଟ ଚେତାବନୀ ଦେଇଛନ୍ତି […]

ମୋବାଇଲରେ କଥା ହେବାକୁ ମନାକଲେ ବାପାମାଆ,ପନିକିରେ ଆକ୍ରମଣ କଲା ବିବାହିତ ଝିଅ

ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ପଞ୍ଚାୟତ ହାତିଗାଡ଼ିଆରେ। ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରଞ୍ଜିତ ସିଂଙ୍କ ଝିଅ କୁନି ସିଂ ବିବାହ ପରେ କୌଣସି କାରଣରୁ ୨ ବର୍ଷ ହେଲା ବାପଘରେ ରହୁଛନ୍ତି । ମୋବାଇଲରେ ଲଗାତାର କଥା ହେଉଥିବାରୁ ଝିଅ ଉପରେ ବିରକ୍ତି ପ୍ରକାଶ କରିଥିଲେ ମାଆ […]

ମଙ୍ଗଳବାର ନଗର ବୁଲିବେ ମହାରାଜ କଂସ

ଉଦ୍‌ଘାଟିତ ହୋଇଯାଇଛି ୭୬ ତମ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ଶାସନ। ଏହାସହ ବରଗଡ଼ ର ସମସ୍ତ ଜନ ସାଧାରଣ ପାଲଟି ଯାଇଛନ୍ତି ଏହି ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର।ଗତକାଲି ଉଦ୍ଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ-ବାସୁଦେବଙ୍କ ବିବାହ ହୋଇଥିଲା । ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇଥିବାରୁ […]

ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରା ଏବଂ କୁମୁରିଆସ୍ଥିତ ବଡ଼ଖଳା, ସାନଖଳା ଓ ନୂଆଖଳାରେ ମଙ୍ଗଳବାର ଶୁଳିଆ ଯାତ୍ରା ଆରମ୍ଭ ହୋଇଯାଇଛି। ଯାତ୍ରା କୁ ଓଡିଶା ବହୁ ଜିଲ୍ଲା ସହ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ରୁ ମଧ୍ୟ ଭକ୍ତ ଆସିଥାନ୍ତି। ତେବେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଉଭୟ ଖଳାରେ ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଛନ୍ତି। […]

ରାସ୍ତାକଡ଼ ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ପେଟ୍ରୋଲ ପମ୍ପନିକଟରେ ନବଜାତକୁ ଛାଡ଼ି ପଳାଇଗଲେ ପରିବାର ଲୋକ । ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ପେଟ୍ରୋଲ ପମ୍ପରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁଟିକୁ କିଏ ଓ କାହିଁକି ଛାଡ଼ି ଚାଲିଯାଇଛି ସେନେଇ ସୂଚନା ମିଳିନି ।ଶିଶୁକନ୍ୟାକୁ ଧାମରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି lସୋମବାର ମକର ସଂକ୍ରାନ୍ତି ଅବସରରେ ଧାମରାର ଅଧିଷ୍ଠାତ୍ରୀ ଦେବୀ ମା’ ଧାମରାଇଙ୍କ ପବିତ୍ର ପର୍ବ ପାଇଁ ନାହିଁ ନଥିବା ଭିଡ଼ ହୋଇଥିଲା। ଦିନ […]

ମହାଯଜ୍ଞ ଆରମ୍ଭ: ଆସନ୍ତା କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିିଛି। ଶ୍ରୀମନ୍ଦିର ଚାରିଦ୍ବାରରେ ଗୁଞ୍ଜରୁଛି ବେଦଧ୍ବନି । ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ । ଭକ୍ତିଭାବରେ ଉଛୁଳୁଛି ବଡ଼ଦାଣ୍ଡ ।ସୋମବାର ଠାରୁ ପରିକ୍ରମା ଯଜ୍ଞ ଆରମ୍ଭ ହୋଇଥିବା ବେଳେ ପୁରୀକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ବୁଧବାର ଏହି ମହାଯଜ୍ଞର ପୂର୍ଣ୍ଣାହୁତି । ଏହାସହ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ […]

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପୁରୀରେ କଡ଼ା ସୁରକ୍ଷା ।

ପୁରୀରେ ପହଁଚିଲେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି । ଟିକିନିଖି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଡିଜି । ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ପୁରୀରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ବରିଷ୍ଠ ଅଫିସରଙ୍କ ସହ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୪ଟି ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ ହେବେ ।ହେଲିପ୍ୟାଡ୍, ଶ୍ରୀସେତୁ, ସମଙ୍ଗ ପାର୍କିଂ, […]

ପବିତ୍ର ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଲାଗି ହେବ ମକର ଚୂଳ । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ, ସେଥିପାଇଁ ଆଜି ଦିନର ଗୁରୁତ୍ବ ରହିଛି । ଘରେ ଘରେ ମକର ଚାଉଳ ପୂଜା ହେବାର ପରମ୍ପରା ରହିଛି । ଏହାସହ ସାରା […]

ବାଇକରେ ଯାଉଥିବାବେଳେ ଗୁଡି ସୂତା ଲାଗି ୨ ଜଣ ଆହତ

ସରକାରଙ୍କ କଟକଣା ପରେ ମଧ୍ୟ ମାଞ୍ଜାସୂତା ବ୍ୟବହାରରେ ରୋକ ଲାଗି ପାରିନାହିଁ। ଫଳରେ ସୋମବାର ସକାଳୁ ସକାଳୁ କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି।ବାଇକରେ ଆସୁଥିବାବେଳେ ବାଲିକୁଦା ଛକରେ ସୂତା ଲାଗିଥିବାର ସୂଚନା ମିଳିଛି। ଜଣେ ଯୁବକଙ୍କ ବେକରେ ଲାଗିବା ସହ ଅନ୍ୟ ଜଣଙ୍କ ହାତ ପାପୁଲିରେ ଗଭୀର ଆଘତ ଲାଗିଛି । ୨ ଆହତ ଯୁବକ ନିଆଳି ଅଞ୍ଚଳର । ବାଇକ ଯୋଗେ ସେମାନେ ନିଆଳିରୁ କଟକ ଆସୁଥିଲେ […]

ରହସ୍ୟ ଘେରରେ ବଣିକ ସଙ୍ଘ ସଭାପତିଙ୍କ ମୃତ୍ୟୁ

ସୋମବାର ସକାଳୁ ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ବିଶିଷ୍ଟ ସୁନା ବ୍ୟବସାୟୀ ତଥା ବଲାଙ୍ଗୀର ଜିଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ଜବତ କରାଯାଇଛି। ମୃତକ ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତ୍ରିପୁରାରୀଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ତ୍ରିପୁରାରୀ ପାଣିଗ୍ରାହୀ ବଲାଙ୍ଗୀର ବଣିକ ସଙ୍ଘ ସଭାପତି ଥିବା ବେଳେ ତାଙ୍କ […]