ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ପାଳଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର । ଏବଂ ଚିର ପ୍ରବାହିତ ଜୀରାନଦୀ ପାଳଟିଯିବ ଜମୁନା ନଦୀ । ଏହା ସହିତ ବରଗଡ଼ର ଆବାଳ ବୃଦ୍ଧ ବନୀତା ପାଲଟିଯିବେ ଏହି ସର୍ବବୃହତ ମୁକ୍ତାକାଶ ରଂଗମଂଚର ଜଣେ ଜଣେ […]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଜାନୁଆରୀ ୧୭ ରେ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି।ଅର୍ଥାତ୍ ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ। ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି […]
ବିଶ୍ବର ସର୍ବୋଚ୍ଚ ଶୃଙ୍ଘ ଏଭରେଷ୍ଟର ବେସ୍ କ୍ୟାମ୍ପକୁ ଆଉ ଜଣେ ଓଡ଼ିଆ ମହିଳା ମମତା ରାଉତ ସଫଳତାର ସହିତ ଆରୋହଣ କରିଛନ୍ତି।ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ଗ୍ରାମର ମମତା ରାଉତ ବ୍ୟାଙ୍ଗଲୋରର ଷ୍ଟାଣ୍ଡାର୍ଡ ଚାର୍ଟାଡ଼ ବ୍ୟାଙ୍କରେ ସିନିଅର ଟେକ୍ନିକାଲ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଶୀତକାଳୀନ ଛୁଟିରେ ଯାଇ ଏଭରେଷ୍ଟ ଵେସ କ୍ୟାମ୍ପ ଆରୋହଣ କରିଛନ୍ତି।ସେ କୌଣସି ପେଷାଗତ ଦୁଃସାହସିକ କ୍ରୀଡ଼ାବିତ୍ ନୁହଁନ୍ତି। ସ୍ବାମୀ ସମରେଶ ଲେଙ୍କା ଓ ଦୁଇ ପୁଅଙ୍କୁ ନେଇ ମମତାଙ୍କ […]
ଆସନ୍ତା ୨୨ ତାରିଖରେ ଅଯୋଦ୍ଧାରେ ରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ।ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାସ୍ଥିତ ଅମାଭା ରାମ ମନ୍ଦିର ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ୨.୫ କିଲୋ ଓଜନର ସ୍ବର୍ଣ୍ଣଖଚିତ ଧନୁତୀର ଉପହାର ଦେବେ ଚେନ୍ନଇର ଜଣେ କାରିଗର | ସେ ବିଗତ ୨୦୦ ବର୍ଷ ଧରି ପାରମ୍ପରିକ ଢଙ୍ଗରେ ଧନୁ ତୀର ନିର୍ମାଣ କରିଆସୁଛନ୍ତି। ରାମଙ୍କ ଧନୁରେ ୨୩ କ୍ୟାରେଟ ଯୁକ୍ତ ୭୦୦ ଗ୍ରାମ ସୁନା ବ୍ୟବହାର କରାଯାଇଥିବା ଧନୁ ତୀର ପ୍ରସ୍ତୁତ […]
ଚଳିତବର୍ଷ କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୩ ଗଣନା ବେଳେ କୁମ୍ଭୀରଙ୍କ ସଂଖ୍ୟା ୧୭୯୩ ଥିବାବେଳେ ଚଳିତବର୍ଷ ଏହା ୧୮୧୧କୁ ଛୁଇଁଛି। ଏଥିମଧ୍ୟରେ କନିକା ବନଖଣ୍ଡରେ ସର୍ବାଧିକ ୧୪୨୨ଟି କୁମ୍ଭୀର ଥିବା ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍) ଡ. ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।ଗତ ୬ରୁ ୯ ଯାଏ ହୋଇଥିବା କୁମ୍ଭୀର ଓ ଗତ ୧୦ ତାରିଖରେ ଶେଷ ହୋଇଥିବା ପକ୍ଷୀ ଗଣନାରୁ ଏହା […]
ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକା, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ଅନନ୍ତ ସେଠୀ, ଡ.ରାମଚନ୍ଦ୍ର ଖୁଣ୍ଟିଆ, […]
ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଅଟୋନଗର ଅଞ୍ଚଳରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ବୈଶାଳୀ ପାଣ୍ଡେ (୨୬)। ତେବେ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’।ଗତ ଶୁକ୍ରବାର ସନ୍ଧ୍ୟାରେ ରାୟଗଡ଼ା ଅଞ୍ଚଳର ପୁରୁଷ ବନ୍ଧୁ ସଙ୍କେତ ସେନାପତିଙ୍କ ସହ ଆସି ଓୟୋରେ ରୁମ୍ ନେଇ ରହିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ବୈଶାଳୀ ପାଣ୍ଡେଙ୍କ […]
କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଅଭାବନୀୟ ଘଟଣା ଘଟିଛି। ଆମ୍ବତୋଟାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମିକାଙ୍କ ଓଢ଼ଣୀ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ସେହି ଗ୍ରାମର ମହେନ୍ଦ୍ର ହିକ୍କା ଏବଂ ଯୁବନ୍ତୀ ମୁସ୍କା। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଆଜି ଗାଁ ମୁଣ୍ଡ ଆମ୍ବତୋଟା ତେନ୍ତୁଳି ଗଛରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟଲୋକେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିଛି ।ତେବେ […]
ନୀଳଗିରି ବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା। ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆ ଷ୍ଟେସନ ଓ ମେମୁ ଟ୍ରେନ ଶୁଭାରମ୍ଭ କରିଛନ୍ତି।ନୀଳଗିରି ଅଞ୍ଚଳକୁ ପେସେଞ୍ଜର ଟ୍ରେନ ଚାଲିବା ନେଇ ଦାବି ହୋଇ ଆସୁଥିବା ବେଳେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ବାରମ୍ବାର ଦାବି କରିବା ସହ ଚିଠି ଲେଖି ଆସୁଥିଲେ । ଶେଷରେ ତାଙ୍କର ଦାବି ମଧ୍ୟ ପୂରଣ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରାଳୟ ।ଦୀର୍ଘ ୭୯ବର୍ଷ ପରେ ନୀଳଗିରିରୁ ଗଡ଼ିଲା ପାସେଞ୍ଜର ଟ୍ରେନ। […]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ଆରମ୍ଭ ହୋଇଛି ଅଙ୍କୁରାରୋପଣ। ଶୁକ୍ରବାର ପୌଷ ଶୁକ୍ଳ ତୃତୀୟା ତିଥିରେ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଆଚାର୍ଯ୍ୟବରଣ କରାଯାଇଥିଲା । ଯଜ୍ଞ ମଣ୍ଡପରେ ମଣ୍ଡଳ କଟାଯାଇ ଯଜ୍ଞ ବିଧି ଓ ପୂଜା ଆରମ୍ଭ କରାଯାଇଛି ।୧୭ ତାରିଖ ପୌଷ ଶୁକ୍ଳ ପକ୍ଷ ଶୁଭଦିନରେ ହବ ପୂର୍ଣ୍ଣାହୁତି। ୧୫,୧୬, ୧୭ରେ ହୋମଯଜ୍ଞ ହେବ। ଯଜ୍ଞଶାଳାରେ ୪୮ ବ୍ରାହ୍ମଣ ବରଣ ହେବେ। ଚାରି ଦ୍ବାରରେ […]
ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ଆଜି ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସକାଳୁ ସକାଳୁ ମା ସମଲେଶ୍ବରୀଙ୍କୁ ଦର୍ଶନ କରିବା ସହିତ ସମଲେଇ ପ୍ରକଳ୍ପର ଶେଷ ସମୀକ୍ଷା କରିଛନ୍ତି |ଏହି ସମୀକ୍ଷା ବୈଠକରେ ଆରଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗର କମିଶନର ଉପସ୍ଥିତ ଥିଲେ । ଏହା ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲେ ଫାଇଭ୍-ଟି ଅଧ୍ୟକ୍ଷ । ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ସମଲେଇ ପ୍ରକଳ୍ପ […]
ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମସ୍ତ ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।ଏନେଇ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ନିର୍ଦେଶ ଜାରି କରିଛି। ଡାକ୍ତରୀ ଚିଠା, ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରାଞ୍ଜଳ ଭାବେ କ୍ୟାପିଟାଲ ଲେଟର, ଟାଇପ କିମ୍ବା ଗୋଲ ଅକ୍ଷରରେ ଲେଖିବାକୁ କୁହାଯାଇଛି। ଲେଖା ଏମିତି ହେବା ଦରକାର ଯେମିତି କିଛି ସମସ୍ୟା ନ ହେବ ଓ ଭଲ ଭାବେ ବୁଝି ହେବ […]
