ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଅଟୋନଗର ଅଞ୍ଚଳରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ବୈଶାଳୀ ପାଣ୍ଡେ (୨୬)। ତେବେ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’।ଗତ ଶୁକ୍ରବାର ସନ୍ଧ୍ୟାରେ ରାୟଗଡ଼ା ଅଞ୍ଚଳର ପୁରୁଷ ବନ୍ଧୁ ସଙ୍କେତ ସେନାପତିଙ୍କ ସହ ଆସି ଓୟୋରେ ରୁମ୍ ନେଇ ରହିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ବୈଶାଳୀ ପାଣ୍ଡେଙ୍କ […]
କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଅଭାବନୀୟ ଘଟଣା ଘଟିଛି। ଆମ୍ବତୋଟାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମିକାଙ୍କ ଓଢ଼ଣୀ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ସେହି ଗ୍ରାମର ମହେନ୍ଦ୍ର ହିକ୍କା ଏବଂ ଯୁବନ୍ତୀ ମୁସ୍କା। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଆଜି ଗାଁ ମୁଣ୍ଡ ଆମ୍ବତୋଟା ତେନ୍ତୁଳି ଗଛରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟଲୋକେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିଛି ।ତେବେ […]
ନୀଳଗିରି ବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା। ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆ ଷ୍ଟେସନ ଓ ମେମୁ ଟ୍ରେନ ଶୁଭାରମ୍ଭ କରିଛନ୍ତି।ନୀଳଗିରି ଅଞ୍ଚଳକୁ ପେସେଞ୍ଜର ଟ୍ରେନ ଚାଲିବା ନେଇ ଦାବି ହୋଇ ଆସୁଥିବା ବେଳେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ବାରମ୍ବାର ଦାବି କରିବା ସହ ଚିଠି ଲେଖି ଆସୁଥିଲେ । ଶେଷରେ ତାଙ୍କର ଦାବି ମଧ୍ୟ ପୂରଣ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରାଳୟ ।ଦୀର୍ଘ ୭୯ବର୍ଷ ପରେ ନୀଳଗିରିରୁ ଗଡ଼ିଲା ପାସେଞ୍ଜର ଟ୍ରେନ। […]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ଆରମ୍ଭ ହୋଇଛି ଅଙ୍କୁରାରୋପଣ। ଶୁକ୍ରବାର ପୌଷ ଶୁକ୍ଳ ତୃତୀୟା ତିଥିରେ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଆଚାର୍ଯ୍ୟବରଣ କରାଯାଇଥିଲା । ଯଜ୍ଞ ମଣ୍ଡପରେ ମଣ୍ଡଳ କଟାଯାଇ ଯଜ୍ଞ ବିଧି ଓ ପୂଜା ଆରମ୍ଭ କରାଯାଇଛି ।୧୭ ତାରିଖ ପୌଷ ଶୁକ୍ଳ ପକ୍ଷ ଶୁଭଦିନରେ ହବ ପୂର୍ଣ୍ଣାହୁତି। ୧୫,୧୬, ୧୭ରେ ହୋମଯଜ୍ଞ ହେବ। ଯଜ୍ଞଶାଳାରେ ୪୮ ବ୍ରାହ୍ମଣ ବରଣ ହେବେ। ଚାରି ଦ୍ବାରରେ […]
ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ଆଜି ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସକାଳୁ ସକାଳୁ ମା ସମଲେଶ୍ବରୀଙ୍କୁ ଦର୍ଶନ କରିବା ସହିତ ସମଲେଇ ପ୍ରକଳ୍ପର ଶେଷ ସମୀକ୍ଷା କରିଛନ୍ତି |ଏହି ସମୀକ୍ଷା ବୈଠକରେ ଆରଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗର କମିଶନର ଉପସ୍ଥିତ ଥିଲେ । ଏହା ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲେ ଫାଇଭ୍-ଟି ଅଧ୍ୟକ୍ଷ । ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ସମଲେଇ ପ୍ରକଳ୍ପ […]
ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମସ୍ତ ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।ଏନେଇ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ନିର୍ଦେଶ ଜାରି କରିଛି। ଡାକ୍ତରୀ ଚିଠା, ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରାଞ୍ଜଳ ଭାବେ କ୍ୟାପିଟାଲ ଲେଟର, ଟାଇପ କିମ୍ବା ଗୋଲ ଅକ୍ଷରରେ ଲେଖିବାକୁ କୁହାଯାଇଛି। ଲେଖା ଏମିତି ହେବା ଦରକାର ଯେମିତି କିଛି ସମସ୍ୟା ନ ହେବ ଓ ଭଲ ଭାବେ ବୁଝି ହେବ […]
ରାଜଧାନୀରେ ଚୋରକୁ ଧରିବ Google ମାପ । ଗୁଗଲ ମାପିଂ ଜରିଆରେ ଲୁଟେରାଙ୍କୁ ଧରିବ କମିଶନରେଟ ପୋଲିସ । ଚୋରର ଲୋକେଶନକୁ ଟ୍ରାକ୍ କରିବ ଗୁଗଲ ମାପିଙ୍ଗ ।କ୍ରାଇମ ହଟ ସ୍ପଟ ଉପରେ ରହିବ ନଜର। ବୈଷୟିକ ଜ୍ଞାନକୌଶଳ ବ୍ୟବହାରକୁ ଗତକାଲି ପ୍ରତିଷ୍ଠା ଦିବସରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଗୁଲ ମ୍ୟାପିଂ ପାଇଁ ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ କମିଶନରେଟ ପୋଲିସ। ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ, ଲୁଟ ଘଟଣାକୁ ଗୁରୁତ୍ୱ ଦିଆଯିବ। । […]
ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏହି ପକ୍ଷୀ ଗଣନା ଆରମ୍ଭ ହୋଇଛି । ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯିବ। ଏହି ଗଣନା ପରେ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଛନ୍ତି ଏବଂ ହୀରାକୁଦରେ ମୋଟ କେତେ ପକ୍ଷୀ ରହିଛନ୍ତି ତାହା ଜଣାପଡ଼ିବ। ଆସନ୍ତାକାଲି ହୀରାକୁଦରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩୨ଟି ଟିମ ପକ୍ଷୀ ଗଣନା କରିବେ। ୩୩ଜଣ ପକ୍ଷୀ […]
ଜଣେ ସାଧାରଣ ଲୋକ ପାଇଁ ଡାକ୍ତର ଲେଖୁଥିବା ପ୍ରେସକ୍ରିପ୍ସନ ପଢ଼ିବା ଏତେ ସହଜ ହୋଇନଥାଏ । କେବଳ ଔଷଧ ଦୋକାନୀ ହିଁ ଏହି ଚିଠାକୁ ଦେଖି ଔଷଧ ଦେଇଥାନ୍ତି ଯାହା ଦ୍ୱରା ଔଷଧ ଠିକ କି ଭୁଲ ଜାଣିବା ସହଜ ହୁଅ ନାହିଁ । ଏନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସକ୍ରିପ୍ସନ ଲେଖିବେ, ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ଓ ବୁଝିପାରିବ […]
ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକଙ୍କ ଗାଡି ଧକ୍କାରେ ଜଣେ ୪ ବର୍ଷର ଶିଶୁ ଗୁରୁତର ଭାବେ ଆହାତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ସୂଚନା ମୁତାବକ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିବସ ଥିଲା। ଏଥିରେ ଯୋଗଦେଇ ଅପରାହ୍ନ ୫ଟାରେ ଅନୁସୂଚିତ ଜନଜାତି ଓ ଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଫେରୁଥିଲେ। ଏହି ସମୟରେ ବେଲକଣା ଛକ […]
ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ । ଘଣ୍ଟେ ଦୁଇ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେବେ ଡ୍ରାଇଭର । ସ୍ୱାଭାବିକ ହେବ ପରିବହନ ବ୍ୟବସ୍ଥା । ଡ୍ରାଇଭରଙ୍କ ଦାବି ପୂରଣ ନେଇ ପରିବହନ କମିଶନର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଡ୍ରାଇଭର ମହାସଂଘ। ଫଳରେ ଖୁବଶୀଘ୍ର ପେଟ୍ରୋଲ ଡିଜେଲ ଓ ଏଲପିଜି ପରିବହନ ସ୍ବାଭାବିକ ହେବ। ଡ୍ରାଇଭରଙ୍କ ପାଇଁ ଗଠିତ ହୋଇଛି ୱେଲଫେୟାର ବୋର୍ଡ।ସେପଟେ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ବସ୍ ମାଲିକ […]
ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟରେ ଭୋଟର ତାଲିକା ପ୍ରକାଶ ପାଇଛି । ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବା ସଂପର୍କରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି । ନୂଆକରି ଯୋଡ଼ି ହୋଇଥିବା ଯୁବ ଭୋଟରଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ରେ ପହଞ୍ଚିଛି। ସେଥି ମଧ୍ୟରୁ ପୁରୁଷ […]