୧୯୯୯ ପରେ ପୁଣି ଫେରିଲା ଉପମୁଖ୍ୟମନ୍ତ୍ରୀ ପଦବୀ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁରେ ମୋହର ବାଜିଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ବୁଧବାର ଶପଥ ଗ୍ରହଣ କରିବେ।ବିଶେଷକରି ଶିଶୁମନ୍ଦିର ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଥିବା ଶ୍ରୀ ମାଝୀଙ୍କ ଭଳି ଜଣେ ଆଦିବାସୀ ଯୁବ ଚେହେରାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା […]

ଗାଡ଼ି ଚଳାଇବା ବେଳେ ଫୋନ୍‌ରେ ଗପିଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ

ରାଜଧାନୀରେ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନି। ପୋଲିସର ସେଫ୍‌ ସିଟି ଡ୍ରାଇଭ୍‌ କାର୍ଯ୍ୟକ୍ରମ େହେଉଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ରାସ୍ତା ଦୁର୍ଘଟଣା ବଢ଼ିଚାଲିଛି। ଏଣିକି ଏହା ଉପରେ କଡ଼ା ନଜର ରଖିବ ପୁଲିସ। ଗାଡ଼ି ଚାଳନା ବେଳେ ମୋବାଇଲରେ କଥା ହେଉଥିବା ଧରାପଡ଼ିଲେ ଗାଡ଼ି ସହ ମୋବାଇଲ ଫୋନକୁ ବି ଜବତ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଜରିମାନା କରାଯାଉଛି, […]

ଚେକିଂ ବେଳେ ଖସିଯାଉଥିବା ଅମାନିଆ ଚାଳକଙ୍କୁ ସାବାଡ କରିବା ପାଇଁ କଂଟା ଫର୍ମୁଲା ଆପଣାଇଛି ପୁଲିସ । 

ଏଣିକି ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ୍‌ ଛକରେ ଲାଗିବ ସ୍ପାଇକ୍‌ ବ୍ୟାରିଅର୍‌। ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଚଳକୁ ରୋକିବା ସହ ଅମାନିଆଙ୍କ ଗାଡ଼ିକୁ ଅଟକାଇବା ଲାଗି କମିସନରେଟ୍‌ ପୁଲିସ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି।ପୁଲିସ ଚେକିଂ ବେଳେ ରୋଡରୋମିଓଙ୍କ ପାଇଁ ରାସ୍ତାରେ କଂଟା ବିଛାଇବ ପୁଲିସ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଘଟଣା ସତ ହେବାକୁ ଯାଉଛି । ମଦୁଆଙ୍କୁ ସାବାଡ ପାଇଁ ଚେକିଂ ବେଳେ ଭୁଲ ରାସ୍ତାରେ କିମ୍ବା ୟୁ-ଟର୍ଣ୍ଣ କରି […]

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ପୁଅ ଆଉ …..

ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରି ହଟହଟା ହୋଇଛନ୍ତି।କୋର୍ଟରେ ବିବାହ ପାଇଁ ପୁଅ ପ୍ରସ୍ତୁତି ଚଳାଇଥିବାବେଳେ ବାପା କୋର୍ଟରେ ପହଞ୍ଚି ପୁଅକୁ ଟାଣି ଟାଣି ଆଣି ଥାନାର ଜିମା ଦେଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ଏଡତାଳ ଗାଁର ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଆଉ ଆଲୋଚନା। ପୁରା ଘଟଣା ଥିଲା କିଛି […]

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ

ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଏନେଇ ଆଜି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳ ବଦଳ ନିୟମ ଅନୁସାରେ ସଭ୍ୟପଦ ରଦ୍ଦ ହୋଇଛି। ଅରବିନ୍ଦ ଓ ପ୍ରେମାନନ୍ଦ ନାୟକ ବିଜେଡିରୁ ବିଧାୟକ ହୋଇଥିଲେ। କିଛି ଦିନ ତଳେ ଉଭୟ ବିଜେପିରେ ଯୋଗ ଦେଇଥିଲେ। ଏହି ଦୁଇ ବିଧାୟକ ବିଜେଡି ଛାଡିବା ପରେ ମାର୍ଚ୍ଚ ୧୮ ତାରିଖରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ […]

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଯାତ୍ରୀବାହୀ ବସ୍‌

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାରାୟଣ ରଥ (୫୪)ବୋଲି ସୂଚନା ମିଳିଛି।ମିଳିଥିବା ସୂଚନା ଅନୁସାରେ ବସ୍‌ଟି ମାଲକାନଗିରିରୁ ବ୍ରହ୍ମପୁର ଆସୁଥିଲା। ୩୨୬ ନଂ ଜାତୀୟ ରାଜପଥର କୋରାପୁଟ ସଦର ଥାନା ଅଧୀନ ପୋଡ଼ାଗଡ଼ର ଛୋଟାଗୁଡ଼ା ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ […]

ଏଣିକି ରାତି ସମୟରେ ବି ହେବ ଅସ୍ତ୍ରୋପଚାର, ଜାଣନ୍ତୁ କେଉଁ ଡାକ୍ତରଖାନାରେ….

ଅସ୍ତ୍ରୋପଚାର ପାଇଁ ଏଣିକି ଆଉ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ରାତିରେ ହିଁ ଗୁରୁତର ରୋଗୀଙ୍କ ଅସ୍ତ୍ରୋପଚାର ଆରମ୍ଭ ହେବ।କ୍ୟାପିଟାଲ ହସ୍ପିଟାଲରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ପ୍ରମୁଖ ଡାକ୍ତରଖାନାରେ ରାତ୍ରକାଳୀନ ଅସ୍ତ୍ରୋପଚାର ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି। ସାଧାରଣତଃ ଅତି ଜରୁରୀ ମାମଲାରେ ମେଡିକାଲ କଲେଜରେ ରାତିବେଳା ଅସ୍ତ୍ରୋପଚାର ହୋଇପାରୁଛି। କିନ୍ତୁ ଅନ୍ୟ ସ୍ଥାନରେ ଅସ୍ତ୍ରୋପଚାର ପାଇଁ ସକାଳ ହେବାକୁ ଅପେକ୍ଷା କରିବାକୁ ହେଉଛି। ଅଧିକାଂଶ […]

ଆଜି ହେଉଛି ବିଶ୍ବ ଘରଚଟିଆ ଦିବସ

ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ । ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ନିଜ ଘର ଖୋଜୁଛି।ସହରର ଉଚ୍ଚ ଅଟ୍ଟାଳିକାଗୁଡ଼ିକ ମଧ୍ୟରେ ଆଉ ଶୁଭୁନି ଘରଚଟିଆମାନଙ୍କର କିଚିରିମିଚିରି ଶବ୍ଦ। ଦିନଥିଲା ଏହି ଛୋଟିଆ ପକ୍ଷୀଟି ଗାଁ, ସହରର ପ୍ରତ୍ୟେକ ଗଳିକନ୍ଦିରେ ଦେଖାଯାଉଥିଲେ। ସରଳ, ନିରୀହ ଏହି ପକ୍ଷୀଟି ସବୁବେଳେ ମଣିଷ ପାଖେପାଖେ […]

ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ୍‌ ଏମ୍‌ଡି

୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।କିଛି ଦିନ ତଳେ ତାଙ୍କୁ ହଠାତ୍ ପଦରୁ ହଟାଇ ଏକ ମାସ ଛୁଟି ଦିଆଯାଇଥିଲା । ତାଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା।ଆଉ […]

ଆଜିଠାରୁ ମାଟ୍ରିକ ଖାତାଦେଖା ଆରମ୍ଭ

ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟ ମାର୍ଚ୍ଚ ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏଥିପାଇଁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି।ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ମଧ୍ୟମା ଏବଂ ଓପନ ସ୍କୁଲ ଖାତା ମୂଲ୍ୟାୟନ ହେବ। ୫୫ଟି କେନ୍ଦ୍ରରେ ମୂଲ୍ୟାୟନ ହେବାକୁ ଥିବାବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖାତା ଦେଖାରେ ୧୫ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହେବେ। ପୂର୍ବ ନିଷ୍ପତି ଅନୁସାରେ […]

ଦିଲ୍ଲୀରୁ ଫେରି ମେଣ୍ଟ ନେଇ ବିସ୍ଫୋରକ ବୟାନ ଦେଲେ ମନମୋହନ

ପୂର୍ବରୁ ବିଜେଡି ସହ ଭାଜପାର ମେଣ୍ଟ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରୁଥିବା ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ମିଜାଜରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମେଣ୍ଟକୁ ନେଇ ସେ ସିଧାସଳଖ କିଛି କହି ନ ଥିଲେ ବି ବିଜେଡି ଓ ଭାଜପା ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି। ଓଡ଼ିଶା ଫେରିବା ପରେ ମେଣ୍ଟ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସବୁ ଠିକ୍‍ ଚାଲିଛି, ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି । ଆମର […]

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଲେ ସରକାର

ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି । ଏହି ବର୍ଦ୍ଧିତ ଦରମା ପିଛିଲା ଭାବେ ଜାନୁଆରୀ ୨୦୨୩ଠାରୁ ଲାଗୁ ହେବ। ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ […]

Odisha Darpan Digital