ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଜଳୁନାହିଁ। ଏହାର ସୁଯୋଗ ନେଇ ଅସାମାଜିକ ଲୋକଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଯୋଗ୍ୟ ଯେ ଏକ ନମ୍ବର ପ୍ଲାଟଫର୍ମରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡିକ ମଧ୍ୟରୁ ଅଧିକାଂଶ ଅଚଳ ହୋଇ ପଡିଛି। ଅନ୍ଧାରର ସୁଯୋଗ ନେଇ ନିଶାଡ଼ି ମାନେ ଏଠାରେ ମଦ, ଗଞ୍ଜେଇ, ବ୍ରାଉନ ସୁଗାର କାରବାର କରୁଥିବା ବେଳେ ରାତ୍ରିରେ ଫେରୁଥିବା ଯାତ୍ରୀମାନେ […]
ଜାତୀୟ ପ୍ରେସ ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ଦେଶରେ ପାଳନ କରାଯାଏ। ଏହି ଦିନଟି ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ। ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା।୧୯୬୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍ କାଉନ୍ସିଲ ଗଠନ କରିଥିଲେ । ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଏବଂ ପ୍ରେସ୍ କାଉନ୍ସିଲ ହେଉଛି ସମ୍ବାଦପତ୍ର ମାନଙ୍କର ନୈତିକ ପ୍ରହରୀ । ସମ୍ବାଦପତ୍ର […]
ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ଲିଙ୍କ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନଙ୍କର ଏକ ଲିଷ୍ଟ ଜାରି କରିଛନ୍ତି ସରକାର। ଲୋକମାନେ ଘରେ ବସି ନିଜର ମୋବାଇଲରେ ଏହି ଲିଷ୍ଟକୁ ଦେଖିପାରିବେ। ଏହିଭଳି ଭାବରେ ଦେଖନ୍ତୁ | ୧. ଆପଣ ପ୍ରଥମେ ସୁଭଦ୍ରା ଯୋଜନାର ଅଫିସିଆଲ ପୋର୍ଟାଲ https://subhadra.odisha.gov.in/ ଖୋଲନ୍ତୁ। ୨. ଏହାପରେ ଟିକିଏ ତଳକୁ ଯାଇ ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପ୍ ଡେଟ ଆବଶ୍ୟକ ତାଲିକା ଉପରେ କ୍ଲିକ୍ କରନ୍ତୁ। https://subhadra.odisha.gov.in/npci-rejected-list ୩. ଏହାପରେ […]
ଚଳିତ ବର୍ଷ ଶୀତ ଆସିବାର ବିଳମ୍ବ ହୋଇଛି । ବିଷେଷକରି କନ୍ଧମାଳ ଜିଲାରେ ବିଳମ୍ୱରେ ଆସିଛି ଶୀତ । ଦୀପାବଳୀ ଅମାବାସ୍ୟା ଠାରୁ ଶୀତ ଆସିଛି । ଆଉ ଶୀତ ଆସିବାକ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ବର୍ଷା ଛାଡିବା ଆକାଶ ମେଘ ମୁକ୍ତ ହୋଇ ନୀଳ ଆକାଶରେ ପରିଣତ ହେବା ସହ ଆକାଶରେ ମଝିରେମଝିରେ ମେଘ ଖଣ୍ଡ ସବୁଜ ପରିବେଶ କୁ ଆହୁରି ଆକର୍ଷିତ କରୁଛି। ରାସ୍ତାକଡ଼ ଝରଣାର ଦୃଶ୍ୟ ସବୁଜିମା ବୃକ୍ଷରାଜି ବିରାଟ ପାହାଡ଼ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କର ଗତକାଲି କଳିଙ୍ଗ ବିହାରସ୍ଥିତ ବାସଭବନରେ ହଦଘାତରେ ପରଲୋକ ଘଟିଛି। ତାଙ୍କୁ ୬୭ବର୍ଷ ହୋଇଥିଲା। ସ୍ବର୍ଗତ ମହାନ୍ତି ୧୯୫୭ ମସିହାରେ କଟକ ଜିଲ୍ଲାର ସୁନ୍ଦରଗାଁଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ବୌଦ୍ଧ ଜିଲ୍ଲାରେ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟଆରମ୍ଭ କରିଥିଲେ। ପରେ ସେ ଆଠଗଡ଼, ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରିବା ସହିତ ଖୋର୍ଦ୍ଧା ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ […]
୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତ ବର୍ଷ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ। ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ। ୧୯୭୧ ମସିହାରେ […]
ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁରେ ମୋହର ବାଜିଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ବୁଧବାର ଶପଥ ଗ୍ରହଣ କରିବେ।ବିଶେଷକରି ଶିଶୁମନ୍ଦିର ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଥିବା ଶ୍ରୀ ମାଝୀଙ୍କ ଭଳି ଜଣେ ଆଦିବାସୀ ଯୁବ ଚେହେରାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା […]
ରାଜଧାନୀରେ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନି। ପୋଲିସର ସେଫ୍ ସିଟି ଡ୍ରାଇଭ୍ କାର୍ଯ୍ୟକ୍ରମ େହେଉଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ରାସ୍ତା ଦୁର୍ଘଟଣା ବଢ଼ିଚାଲିଛି। ଏଣିକି ଏହା ଉପରେ କଡ଼ା ନଜର ରଖିବ ପୁଲିସ। ଗାଡ଼ି ଚାଳନା ବେଳେ ମୋବାଇଲରେ କଥା ହେଉଥିବା ଧରାପଡ଼ିଲେ ଗାଡ଼ି ସହ ମୋବାଇଲ ଫୋନକୁ ବି ଜବତ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଜରିମାନା କରାଯାଉଛି, […]
ଏଣିକି ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ୍ ଛକରେ ଲାଗିବ ସ୍ପାଇକ୍ ବ୍ୟାରିଅର୍। ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଚଳକୁ ରୋକିବା ସହ ଅମାନିଆଙ୍କ ଗାଡ଼ିକୁ ଅଟକାଇବା ଲାଗି କମିସନରେଟ୍ ପୁଲିସ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି।ପୁଲିସ ଚେକିଂ ବେଳେ ରୋଡରୋମିଓଙ୍କ ପାଇଁ ରାସ୍ତାରେ କଂଟା ବିଛାଇବ ପୁଲିସ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଘଟଣା ସତ ହେବାକୁ ଯାଉଛି । ମଦୁଆଙ୍କୁ ସାବାଡ ପାଇଁ ଚେକିଂ ବେଳେ ଭୁଲ ରାସ୍ତାରେ କିମ୍ବା ୟୁ-ଟର୍ଣ୍ଣ କରି […]
ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରି ହଟହଟା ହୋଇଛନ୍ତି।କୋର୍ଟରେ ବିବାହ ପାଇଁ ପୁଅ ପ୍ରସ୍ତୁତି ଚଳାଇଥିବାବେଳେ ବାପା କୋର୍ଟରେ ପହଞ୍ଚି ପୁଅକୁ ଟାଣି ଟାଣି ଆଣି ଥାନାର ଜିମା ଦେଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ଏଡତାଳ ଗାଁର ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଆଉ ଆଲୋଚନା। ପୁରା ଘଟଣା ଥିଲା କିଛି […]
ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଏନେଇ ଆଜି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳ ବଦଳ ନିୟମ ଅନୁସାରେ ସଭ୍ୟପଦ ରଦ୍ଦ ହୋଇଛି। ଅରବିନ୍ଦ ଓ ପ୍ରେମାନନ୍ଦ ନାୟକ ବିଜେଡିରୁ ବିଧାୟକ ହୋଇଥିଲେ। କିଛି ଦିନ ତଳେ ଉଭୟ ବିଜେପିରେ ଯୋଗ ଦେଇଥିଲେ। ଏହି ଦୁଇ ବିଧାୟକ ବିଜେଡି ଛାଡିବା ପରେ ମାର୍ଚ୍ଚ ୧୮ ତାରିଖରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ […]
ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାରାୟଣ ରଥ (୫୪)ବୋଲି ସୂଚନା ମିଳିଛି।ମିଳିଥିବା ସୂଚନା ଅନୁସାରେ ବସ୍ଟି ମାଲକାନଗିରିରୁ ବ୍ରହ୍ମପୁର ଆସୁଥିଲା। ୩୨୬ ନଂ ଜାତୀୟ ରାଜପଥର କୋରାପୁଟ ସଦର ଥାନା ଅଧୀନ ପୋଡ଼ାଗଡ଼ର ଛୋଟାଗୁଡ଼ା ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍ଟି ଦୁର୍ଘଟଣାଗ୍ରସ୍ତ […]
