ଆଶାକର୍ମୀଙ୍କ ଦରମା ବଢ଼ାଇଲେ ସରକାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶାକର୍ମୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶାକର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ୪୯,୫୨୨ ଆଶାକର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ନୂତନ ଘୋଷଣା ଅନୁଯାୟୀ, ଆଶା କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି […]

ବିଜେଡିରେ ସାମିଲ୍ ହେଲେ ଅରବିନ୍ଦ ମହାପାତ୍ର

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ନବୀନ ନିବାସରେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି।ବୁଧବାର ଦିନତମାମ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମାଳମାଳ ପୋଷ୍ଟ ଦେଖିବାକୁ ମିଳିଛି । ତାଙ୍କ ଅନୁଗତ ଓ ସମର୍ଥକମାନେ ମଧ୍ୟ ଗୁରୁବାର ସକାଳ ୧୧ଟାରେ ଭୁବନେଶ୍ୱରରେ ବିଜେଡିରେ ମିଶୁଥିବା ନେଇ ପୋଷ୍ଟରେ ଦର୍ଶାଇଛନ୍ତି । ଅବଶ୍ୟ ବିଜୟ କିମ୍ବା ତାଙ୍କ ପୁଅ ଅରବିନ୍ଦ […]

ବାହାଘର ଭୋଜି ଖାଇ ଜଣଙ୍କର ମତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଶିଶୁ ଅସୁସ୍ଥ 

ମାଥିଲି ବନ୍ଧଗୁଡାରେ ଘଟିଯାଇଛି ଅଭାବନୀୟ କାଣ୍ଡ। ବାହାଘର ଭୋଜି ଖାଇ ଜଣଙ୍କର ମତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ମାଥିଲି ଓ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ବନ୍ଧଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ଚାଉଳମେନ୍ଦି ପଂଚାୟତର ବନ୍ଧଗୁଡା ନୂଆଗୁଡା ସହ ଆଖପାଖ ଅଂଚଳର ଗ୍ରାମବାସୀ ଭୋଜି ଖାଇଥିଲେ । ଗତକାଲି ଭୋଜି ଖାଇଥିବା ନୂଆଗୁଡା ଗ୍ରାମର କିଛି ଶିଶୁ ପ୍ରଥମେ ଅସୁସ୍ଥ ହୋଇଥିଲେ । […]

ରାଜ୍ୟରେ ବିଏସ୍‌କଓ୍ବୋଇ ନବୀନ କାର୍ଡର ଶୁଭାରମ୍ଭ 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି । ଆଜିଠୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ ପହିଲାଠାରୁ ହିତାଧିକାରୀ ମାନେ ଏହାର ସୁବିଧା ପାଇପାରିବେ । ନିୟମିତ ସରକାରୀ କର୍ମଚାରୀ ଏବଂ ଆୟକର ଦେଉଥିବା ଲୋକଙ୍କୁ ବାଦ ଦେଲେ ଗାଁର ସବୁ ଲୋକ ଏହି ସୁବିଧା ପାଇପାରିବେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଆପଣମାନଙ୍କ […]

ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଲୋକନାଥ ଦେବଙ୍କ ପୀଠରେ ପ୍ରବଳ ଭିଡ

ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପୁରୀର ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି। ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ପରେ ବିଭିନ୍ନ ନୀତି କାନ୍ତି ବଢ଼ି ପଙ୍କ ଉଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।ପ୍ରଭୂ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠା ସହକାରେ ଅପେକ୍ଷା କରି ରହିଛନ୍ତି। ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୂଙ୍କୁ ଭକ୍ତମାନେ […]

ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ରେଳ ଯୋଗେ କେନ୍ଦୁଝରରୁ ସିଧାସଳଖ ଦିଲ୍ଲୀ ଯିବା ପାଇଁ ଜିଲ୍ଲାବାସୀ ଦେଖିଥିବା ସ୍ଵପ୍ନ ଏବେ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯାହାପାଇଁ ଅନେକ ଥର ଜିଲ୍ଲାବାସୀ ତଥା ବିଭିନ୍ନ ସଂଗଠନ ରେଳ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଆଭାଷୀ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରିଛନ୍ତି। ଟ୍ରେନଟି ପୁରୀରୁ ବାହାରି କେନ୍ଦୁଝରଗଡ଼ ଦେଇ ଆନନ୍ଦ ବିହାର ପର୍ଯ୍ୟନ୍ତ ଯିବ।କେନ୍ଦୁଝର […]

ଆସନ୍ତା ୧୫ ତାରିଖରୁ ଖାତା ଦେଖା ଆରମ୍ଭ

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ସୋମବାର ଶେଷ ହୋଇଛି। ଫେବୃଆରୀ ୨୦ ତାରିଖରୁ ଏହା ଆରମ୍ଭ ହୋଇଥିଲା। ଶେଷ ଦିନରେ ଛାତ୍ରୀଛାତ୍ର ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ନିର୍ଦ୍ଧାରିତ ସମୟରେ ପରୀକ୍ଷା ସାରିବା ପରେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରୁ ଖୁସିହୋଇ ବାହାରିଥିଲେ ।ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରୀଛାତ୍ର ଶୃଙ୍ଖଳାରସହ ପରୀକ୍ଷା ଦେଇଛନ୍ତି । ସେହିପରି ୭ ହଜାର ୮୩୧ ପରୀକ୍ଷାର୍ଥୀ […]

ଯାଜପୁରର ଚଣ୍ଡିଖୋଲସ୍ଥିତ ବେଣାପୁର ପଡ଼ିଆରେ ପ୍ରଧାନମନ୍ତ୍ରୀ

ଦିନିକିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ। ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ଅବସରରେ ୧୯ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ।ସେଠାରେ ପୂର୍ବରୁ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୁଲତୋଡ଼ା ଦେଇ ପାଛୋଟି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ସେଠାରେ ବିପୁଳ ଜନସମାବେଶ ହୋଇଛି। ଏହି ଅବସରରେ […]

ପ୍ରବାଦ ପୁରୁଷଙ୍କ ଅବଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ଓ ଶ୍ରଦ୍ଧାଞ୍ଜଳୀ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ଏହି ଅବସରରେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା ସହ ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ […]

 ୭ରୁ ୮ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବିଜୁଳି ଘଡଘଡି ସମ୍ଭାବନା

ରାଜ୍ୟରେ ସାମାନ୍ୟ ବଦଳିଛି ପାଗ, ତାତିରୁ ଆଶ୍ୱସ୍ତି ମିଳିଛି । ମଙ୍ଗଳବାର ସକାଳୁ ଅନେକ ସ୍ଥାନରେ ମେଘୁଆ ପାଗ ସମେତ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମଙ୍ଗଳବାର ଓ ବୁଧବାର ପାଗ ଶୁଖିଲା ରହିବ। ପୁଣି ୭ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପେଗ କେନ୍ଦ୍ର ପକ୍ଷରୂ ସୂଚନା […]

ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ଉପରେ ରୋକୋ । 

ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଅଭୟାରଣ୍ୟରେ ପ୍ଲାଷ୍ଟିକ ମନା । ରାଜ୍ୟର ସମସ୍ତ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ଓ ଇକୋ ଟୁର୍ ଅଂଚଳରେ ପର୍ଯ୍ୟଟକ ଆଉ ବ୍ୟବହାର କରିବେ ନାହିଁ ପ୍ଲାଷ୍ଟିକ । ଏନେଇ ନିର୍ଦେଶ ଜାରି କରିଛି ରାଜ୍ୟ ବନ୍ୟପ୍ରାଣୀ କାର୍ଯ୍ୟାଳୟ ।. ପର୍ଯ୍ୟଟକମାନଙ୍କୁ ପିଏ ଏବଂ ଇକୋ ଟୁର୍‌ କ୍ୟାମ୍ପରେ ପର୍ଯ୍ୟଟକଙ୍କୁ ସୁବିଧାଜନକ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର ଦିଆଯିବ ଯେ, ୧.୦୪.୨୦୨୪ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ।ବନ୍ୟପ୍ରାଣୀ (ସୁରକ୍ଷା) ଅଧିନିୟମ, […]

ଶୁଭୋଜିତଙ୍କୁ  ଦିଆଗଲା ଗାର୍ଡ ଅଫ ଅନର

କମ ବୟସରେ ୮ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇ ଯାଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି। ସତ୍ୟନଗର ଶ୍ମଶାନରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୋଲିସ ପକ୍ଷରୁ ସୋମବାର ଶୁଭୋଜିତଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଓ ଉପ ଜିଲ୍ଲାପାଳଙ୍କ […]